କୃଷିକ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ଚତୁର୍ଥ ଥର ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ କୃଷିକର୍ମଣ ପୁରସ୍କାର

award3ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ବର୍ଗ ରାଜ୍ୟ ସମୂହ ମଧ୍ୟରେ ପ୍ରଥମ ସ୍ଥାନ ଅଧ#କାର କରିଥ#ବାରୁ ୨୦୧୪-୧୫ ମସିହା ପାଇଁ କୃଷି କର୍ମଣ ପୁରସ୍କାର ଲାଭ କରିଛି । ୨୦୧୪-୧୫ରେ ରାଜ୍ୟର ଖାଦ୍ୟଶସ୍ୟ ଉତ୍ପାଦନ ୧୧୮ ଲକ୍ଷ ୨୪ ହଜାର ମେଟ୍ରିକ୍ ଟନ୍ ହୋଇପାରିଛି । କୃଷି ବିଭାଗର ନିଷ୍ଠାପର ଓ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ କୃଷି କ୍ଷେତ୍ରରେ ଏହି ଉଲ୍ଲେଖନୀୟ ସଫଳତା ମିଳିପାରିଛି ଓ ଆମ ରାଜ୍ୟ ଚତୁର୍ଥ ଥର ପାଇଁ କେନ୍ଦ୍ର ସରକାରଙ୍କ ମର୍ଯ୍ୟାଦାପୂର୍ଣ ଜାତୀୟ କୃଷି କର୍ମଣ ପୁରସ୍କାର ପାଇ ପାରିଛି ।

ନୂଆଦିଲ୍ଲୀସ୍ଥିତ ଆଇ.ଏ.ଆର୍.ଆଇ, ପୁସା ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି
ଓଡ଼ିଶାବାସୀଙ୍କୁ ଏହି ପୁରସ୍କାର ଦେଇଛନ୍ତି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କୃଷି କର୍ମଣ ପୁରସ୍କାର ରାଶି ବାବଦକୁ ୫ କୋଟି ଟଙ୍କା, ଟ୍ରଫି ଓ ମାନପତ୍ର ମିଳିଛିା ଏହା ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟା ଏହି ସମାରୋହରେ ରାଜ୍ୟର ଦୁଇ ଜଣ ଅଗ୍ରଣୀ ଚାଷୀଙ୍କୁ ମୁଗ ଓ ଧାନ ଉତ୍ପାଦନରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥ#ବାରୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂ ପୁରସ୍କୃତ କରିଛନ୍ତିା ପୁରୁଷବର୍ଗରେ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ବ୍ଲକ୍ର ରେସିଙ୍ଗା ଗ୍ରାମର ଅଗ୍ରଣୀ ଚାଷୀ ଦିଲ୍ଲୀପ କୁମାର ବରାଳ ମୁଗ ଉତ୍ପାଦନ ଓ ମହିଳାବର୍ଗରେ ଧାନ ଉତ୍ପାଦନରେ ସୁବର୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବ୍ଲକ୍ର ଖଇରଟିକ୍ରା ଗ୍ରାମର ଅନିତା ପଟେଲ ଭାରତ ସରକାରଙ୍କ କୃଷି କର୍ମଣ ପୁରସ୍କାର ପାଇଛନ୍ତିା ସେମାନେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଓ ମାନପତ୍ର ପାଇଛନ୍ତିା

ପ୍ରକାଶ ଥାଉ କି, ମୁଗ ଉତ୍ପାଦନ କ୍ଷେତ୍ରରେ ଦିଲ୍ଲୀପ କୁମାର ବରାଳ ଅ—ୁତପୂର୍ବ ସାଫଲ୍ୟ ହାସଲ କରିଛନ୍ତି । ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ବ୍ଲକ୍ର ରେସିଙ୍ଗା ଗ୍ରାମର ଅଗ୍ରଣୀ ଚାଷୀ ଭାବରେ ରବି ଋତୁରେ ହେକଫର ପିଛା ହାରାହାରି ୨୧ କ୍ୱିଣ୍ଟାଲ ମୁଗ ଅମଳ କରି ଶ୍ରୀ ବରାଳ ଯଶ ଓ ସୁନାମର ଅଧ#କାରୀ ହୋଇପାରିଛନ୍ତି । ଜଣେ ଚାଷୀ ସାଧାରଣତଃ ହେକଫର ପିଛା ପ୍ରାୟ ୫ କ୍ୱିଣ୍ଟାଲ ମୁଗ ଅମଳ କରୁଥ#ବା ବେଳେ ସେ ଏହାର ୪ ଗୁଣ ଅଧ#କ ଉତ୍ପାଦନ
କରି ଓ କ୍ୱିଣ୍ଟାଲ ପିଛା ୩୪୪୪ ଟଙ୍କା ଲାଭ ହାସଲ କରି ସମଗ୍ର ଜିଲ୍ଲା ତଥା ରାଜ୍ୟରେ ଜଣେ ଅଗ୍ରଣୀ ଚାଷୀ ଭାବେ ସ୍ୱୀକୃତି ପାଇଛନ୍ତି । ଶ୍ରୀ ବରାଳ ବାସ୍ତବରେ ପୁରୀ ଜିଲ୍ଲା କାହିଁକି, ସମଗ୍ର ରାଜ୍ୟର ତଥା ଦେଶର ଚାଷୀକୂଳ ପାଇଁ ଗର୍ବ ଓ ଗୌରବ ।

ଧାନ ଉତ୍ପାଦନ କ୍ଷେତ୍ରରେ ଶ୍ରୀମତୀ ଅନିତା ପଟେଲ ଅଭୁତପୂର୍ବ ସାଫଲ୍ୟ ହାସଲ କରିଛନ୍ତି । ସୁବର୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବ୍ଲକ୍ର ଖଇରଟିକ୍ରା ଗ୍ରାମର ଅଗ୍ରଣୀ ଚାଷୀ ଭାବରେ ଖରିଫ୍ ଋତୁରେ ହେକଫର ପିଛା ହାରାହାରି ୧୦୬ କ୍ୱିଣ୍ଟାଲ ଧାନ ଉତ୍ପାଦନ କରି ଶ୍ରୀମତୀ ପଟେଲ ଯଶ ଓ ସୁନାମର ଅଧ#କାରିଣୀ ହୋଇପାରିଛନ୍ତି । ଜଣେ ଚାଷୀ ସାଧାରଣତଃ ହେକଫର ପିଛା ପ୍ରାୟ ୩୬ କ୍ୱିଣ୍ଟାଲ ଧାନ ଉତ୍ପାଦନ କରୁଥ#ବା ବେଳେ ସେ ଏହାର ପ୍ରାୟ ୩ ଗୁଣ ଅଧ#କ ଉତ୍ପାଦନ ଓ କ୍ୱିଣ୍ଟାଲ ପିଛା ଏକ ହଜାର ଟଙ୍କା ଲାଭ ହାସଲ କରି ସମଗ୍ର ଜିଲ୍ଲା ତଥା ରାଜ୍ୟରେ ଜଣେ ଅଗ୍ରଣୀ ଚାଷୀ ଭାବେ ସ୍ୱୀକୃତି ପାଇଛନ୍ତି । ଶ୍ରୀମତୀ ଅନିତା ପଟେଲ ବାସ୍ତବରେ ସୁବର୍ଣପୁର ଜିଲ୍ଲା କାହିଁକି, ସମଗ୍ର ରାଜ୍ୟର ତଥା ଦେଶର ଚାଷୀକୂଳ ପାଇଁ ଗର୍ବ ଓ ଗୌରବ ।

ଏହି ସମାରୋହରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମେହେର୍ଦ୍ଦା ଉପସ୍ଥିତ ଥ#ଲୋ

Share in top social networks!