ବଜେଟରେ କୌଣସି ନୂତନତ୍ୱ ନାହିଁ – ଶ୍ରୀଯୁକ୍ତ ବସନ୍ତ ପଣ୍ଡା

10271579_1690742301142780_7756647023615720929_n୨୦୧୬-୧୭ ବର୍ଷର ରାଜ୍ୟ ବଜେଟ୍ରେ ପ୍ରତିକ୍ରିୟା ନେଇ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା କହିଛନ୍ତି ଯେ -
୧. ଏହି ବଜେଟ୍ରେ କୌଣସି ନୂତନତ୍ୱ ନାହିଁ ବରଂ କେବଳ ଏକ ହିସାବ କିତାବର ବଜେଟ୍ ପରି ଜଣାପଡୁଛି ।
୨. ବଜେଟ୍ ଯୋଗୁଁ ରାଜ୍ୟରେ ଶିଳ୍ପାୟନ କିମ୍ବା ବେକାରୀ ସମସ୍ୟାର ସମାଧାନରେ କୌଣସି ସୁଫଳ ମିଳିପାରିବାର ସମ୍ଭାବନା ନାହିଁ ।
୩. ବେକାରୀମାନଙ୍କୁ ରୋଜଗାର ପାଇଁ ଏବର୍ଷର ବଜେଟ୍ ଅତ୍ୟନ୍ତ ନିରାଶା ଜନକ ।
୪. ଶିକ୍ଷକଙ୍କଠାରୁ ଆରମ୍ଭ କରି ମହାବିଦ୍ୟାଳୟ ଶିକ୍ଷକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଏହି ବଜେଟ୍ରେ କୌଣସି ପ୍ରବଧାନ ନାହିଁ ।
୫. ଚିଟଫଣ୍ଡ୍ ଫେରସ୍ତ ପାଇଁ ବାରମ୍ବାର ବାହାସ୍ଫଟ ମାରୁଥିବା ସରକାର ଏ ବଜେଟରେ କୌଣସି ପ୍ରାବଧାନ କରିନାହାନ୍ତି ।
୬. ରାଜ୍ୟର ନିଜସ୍ୱ ଆୟ ଦରମା, ପେନସନ୍ ଓ ଋଣ ପରିଶୋଧ କରିବାପାଇଁ ସକ୍ଷମ ନୁହେଁ ।
୭. ଏଣୁ ଏହି ବଜେଟ୍ କେନ୍ଦ୍ର ଅନୁଦାନ ସାହାଯ୍ୟ ଓ ଋଣ ଉପରେ ସମ୍ପୁର୍ଣ୍ଣ ଆଧାରିତ ଅଟେ ।

Share in top social networks!