ରାୟଗଡାରେ ମହିଳା କାର୍ଯ୍ୟକର୍ତାଙ୍କ ଉପରେ ପୁରୁଷ ପୋଲିସର ଜୁଲୁମ ବିରୋଧରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ତରଫରୁ ମୂଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ

bjpmahilaରାୟଗଡା ଜିଲ୍ଲା ବିଜେପି ତରଫରୁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦିଆଯାଉଥିବା ବେଳେ ପୋଲିସ୍ର ଅପ୍ରତ୍ୟାଶିତ ଆକ୍ରମଣରେ ବିଜେପିର ଜଣେ ମହିଳା କାର୍ଯ୍ୟକର୍ତା ଲକ୍ଷ୍ମୀ ପଟ୍ଟନାୟକ ଗୁରୁତର ଭାବେ ଆହତ ହେବା ଏବଂ କୌଣସି ମହିଳା ପୋଲିସ ନଥାଇ ପୁରୁଷ ପୋଲିସ କର୍ମୀଙ୍କ ଦ୍ୱାରା ମହିଳା କାର୍ଯ୍ୟକର୍ତାଙ୍କ ଉପରେ ନିଆଯାଇଥିବା ବର୍ବରୋଚିତ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟ ସଭାନେତ୍ରୀ ଶ୍ରୀମତି ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ମୂଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଈଥିଲା ।
ଗତ ୧୭ ତାରିଖରେ କେତକ ଦାବୀକୁ ନେଇ ବିଜେପିର ରାୟଗଡା ଜିଲ୍ଲା ତରଫରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଏକ ଧାରଣା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଧାରଣାକାରୀଙ୍କୁ ଘଉଡେଇବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । କିନ୍ତୁ କୌଣସି ମହିଳା ପୋଲିସ ସାଙ୍ଗରେ ନନେଇ ପୁରୁଷ ପୋଲିସ କର୍ମୀଙ୍କ ମହିଳା କାର୍ଯ୍ୟକର୍ତାଙ୍କ ଉପରେ ଅତ୍ୟାଚାର ମାନବାଧିକାର ଉଲଘଂନ କରିବା ସହିତ ପୋଲିସ ଆଇନର ସମ୍ପୂର୍ଣ୍ଣ ଉଲଘଂନ ବୋଲି ଶ୍ରୀମତି ପରିଡା ଅଭିଯୋଗ କରିଛନ୍ତି ।
ଆଜିର ଏହି କୁଶପୁତଳିକା ଦାହ କାର୍ଯ୍ୟକ୍ରମରେ କାନନବାଳା ପଟ୍ଟନାୟକ , ନିୟତି ଗିରି , ଲେଖାଶ୍ରୀ ସାମନ୍ତସିଂହାର , ମୀନକ୍ଷୀ ପ୍ରିୟଦର୍ଶିନୀ , ସଙ୍ଗୀତା ଦାଶ , ଅନୁସୟା ସାହୁ , ଉନ୍ନତି ପରିଡା , ଶଶୀପ୍ରଭା ରଥ , ଛବିରାଣୀ ସ୍ୱାଇଁ , ଶାନ୍ତିଲତା ସେଠୀ , ପୂର୍ଣ୍ଣୀମା ଦାଶ , ମୀନା ସେଠୀ , ଲକ୍ଷ୍ମୀପ୍ରିୟା ମିଶ୍ର ପ୍ରମୂଖ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Share in top social networks!