ଓକେସିଏଲ୍ ଦ୍ୱାରା ପ୍ରଚଳିତ ଓଏସ୍-ସିଆଇଟି କୋର୍ସ ରାଜ୍ୟ ସରକାରଙ୍କ କେଉଁ ବିଭାଗ ଦ୍ୱାରା ସ୍ୱୀକୃତୀ ପ୍ରାପ୍ତ ?

ଚଳିତ କିଛି ଦିନ ଧରି ବିଭିନ୍ନ୍ ଗଣ ମାଧ୍ୟମରେ ଓକେସିଏଲ୍ ନାମକ ଘରୋଇ କମ୍ପାନୀ ଦ୍ୱାରା ସର୍ବ ନିମ୍ନ ୩ ହଜାର ଟଙ୍କାରେ ସରକାରୀ ଗେଜେଟ୍ ନମ୍ବର ପ୍ରାପ୍ତ ଗୋଟିଏ ତିନି ମାସିଆ ଓଏସ୍-ସିଆଇଟି ନାମକ ଏକ କମ୍ପ୍ୟୁଟର କୋର୍ସ କରିବା ପାଇଁ ବିଜ୍ଞାପନ ଜରିଆରେ ଯୁବକ ଯୁବତୀମାନଙ୍କୁ ଆହ୍ୱାନ କରାଯାଉଅଛି ।
ବିଗତ ଦିନରେ ରାଜ୍ୟର ୪ ହଜାର ସ୍କୁଲ ପିଲାଙ୍କୁ କମ୍ପୁ୍ୟଟର ଶିକ୍ଷାଦାନ ପାଇଁ କେନ୍ଦ୍ର ସରକାର ଦେଇଥିବା ଅର୍ଥକୁ ରାଜ୍ୟ ସରକାର ଓକେସିଏଲ୍ ମାଧ୍ୟମରେ ଖର୍ଚ୍ଚ କରିଥିଲେ । କିନ୍ତୁ ପରବର୍ତ୍ତୀ ମୂହୁ୍ର୍ତ୍ତରେ ଓକେସିଏଲ୍ ଏହି ଦାୟୀତ୍ୱ ଆଇଏଲଏଫଏସ୍ ନାମକ ଆଉ ଗୋଟିଏ ଘରୋଇ ସଂସ୍ଥା ହାତକୁ ଟେକି ଦେଇଥିଲା । ସ୍କୁଲ ଗୁଡିକରେ କମ୍ପୁ୍ୟଟର ଲ୍ୟାବ ନିର୍ମାଣଠାରୁ ଆରମ୍ଭ କରି ଶିକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ ବ୍ୟାପକ ଅନିୟମିତତା ସମଗ୍ର ରାଜ୍ୟ ସରକାର ଓ ଓକେସିଏଲକୁ ଘୋର ନିନ୍ଦିତ କରିଥିଲା । ଅନ୍ୟ ଏକ ପର୍ଯ୍ୟାୟ କ୍ରମେ ଆଇଏଲଏଫଏସ୍ ଦ୍ୱାରା ନିଯୁକ୍ତ ଶିକ୍ଷକଙ୍କ ଭବିଷ୍ୟତ ନିଧି ଅର୍ଥ ଏମକେସିଲ୍ ନାମକ ଅନ୍ୟ ଏକ ଘରୋଇ ସଂସ୍ଥା ନାମରେ ଜମା ହେବା ଓକେସିଏଲ ଓ ଆଇଏଲଏଫଏସର କାର୍ଯ୍ୟ କଳାପରେ ଅଧିକ ସନେ୍ଦହ ସୃଷ୍ଟିକରିଥିଲା ।
ବର୍ତ୍ତମାନ ଓଏସ-ସିଆଇଟି କୋର୍ସ ନାମକ ବିଜ୍ଞାପନ ବଜାରକୁ ଆଣି ଓକେସିଏଲ ଯେ ଚିଟଫଣ୍ଡର ପୁନରାବୃତି ନକରିବ ଓ ଚାକିରି ଆଶାୟୀ ମଧ୍ୟମବର୍ଗ ତଥା ଗରିବ ବେକାର ଓଡିଆ ଯୁବକ ଯୁବତୀ ଜାଲ୍ ବା ମୂଲ୍ୟ ହୀନ ସାର୍ଟିଫିକେଟର ଶୀକାର ନହେବେ ଏବଂ ଏହି କୋର୍ସ ସରକାରଙ୍କ କେଉଁ ବିଭାଗ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ତାହା ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ରାଜ୍ୟ ବିଜେପି ଉପ-ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଚିଟଫଣ୍ଡ୍ ପରି ସରକାର ଏହାର ବ୍ରାଣ୍ଡ ଆମ୍ବାସଡରଭାବେ କାର୍ଯ୍ୟ ଗରିବ ଛାତ୍ର ଛାତ୍ରୀମାନଙ୍କ ଠାରୁ କୋଟି କୋଟି ଟଙ୍କା ପୁଣି ଠକିବାର ଦୁଃସ୍ୱପ୍ନରୁ ଦୂରେଇ ରହିବା ଉଚିତ ।

Share in top social networks!