ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ନୂତନ ସଭାପତି ଶ୍ରୀଯୁକ୍ତ ଶିବାଜୀ ମହାନ୍ତି ସ୍ୱାଗତ ସମ୍ବର୍ନ୍ଧନା

krushbjpଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ନୂତନ ସଭାପତି ଶ୍ରୀଯୁକ୍ତ ଶିବାଜୀ ମହାନ୍ତି ସ୍ୱାଗତ ସମ୍ବର୍ନ୍ଧନା ଓ ପୂର୍ବତନ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା । ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ଓ ସଂଗଠନର ସାଧାରଣ ସଂପାଦକ ଶ୍ରୀ ସାରଦା ପ୍ରସାଦ ଶତପଥୀ ସଭାରେ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ସଭାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଶତାଧିକ କୃଷକନେତା ଉପସ୍ଥିତ ଥିଲେ ।
ନବନିଯୁକ୍ତ ସଭାପତି ଶ୍ରୀଯୁକ୍ତ ଶିବାଜୀ ମହାନ୍ତି ଉପସ୍ଥିତ କୃଷକନେତା ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଓଡିଶାର ନାମ ଓଡ ଚାଷରୁ ସୃଷ୍ଟି, ଚାଷ କ୍ଷେତ୍ରରେ ନାରୀ ଓ ପୁରୁଷ ସମଭାଗିଦାରୀ କୃଷକ ମାନଙ୍କ ମୁଳଭୂତ ସମସ୍ୟାକୁ ଦୃଷ୍ଟିରେ ରଖି ଚାଷୀ ଓ ଚାଷ ଉଭୟଙ୍କୁ କିପରି ନୂତନ ଦିଗଦର୍ଶନ ଦେବାକୁ ହେବ ସେଥିପ୍ରତି ସମସ୍ତ କୃଷକନେତା ଅଧିକ ଶାଣିତ ଭାବରେ କାର୍ଯ୍ୟରତ ହେବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ ।
ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କୃଷି ଓ କୃଷକର ଭିତ୍ତିଭୂମି ଉପରେ କିପରି ଭାବେ ନିର୍ଭରଶୀଳ ହେବେ ସେଥିପ୍ରତି ଚିନ୍ତା ପ୍ରକଟ କରିଥିଲେ । ରାଜ୍ୟ ସରକାରଙ୍କ ଜଲସେଚନ, ସାର ଆବଣ୍ଟନ ଶସ୍ୟ ଓ ଫସଲ ସଂରକ୍ଷଣ ତଥା ବନୀକରଣ ନିତି ଗୁଡିକୁ କଟୁ ସମାଲୋଚନା କରି କହିଥଲେ ଯେ କୃଷକର ପ୍ରକୃତ ସମସ୍ୟାକୁ ଚିହ୍ନଟ କରି ତାର ନିରାକରଣ ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ବରଗଡ କୃଷକ ସମାବେଶକୁ ବହୁଳ ଭାବେ ସଫଳ କରିଥିବାରୁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀ ରାମଚନ୍ଦ୍ର ପାତ୍ର, ସଂଚାଳନ କରିଥିବାବେଳେ ସର୍ବଶ୍ରୀ ରବିନାରାୟଣ ମହାପାତ୍ର, ପ୍ରଦୀପ କୁମାର ସାହୁ, ସୁରଥ ବିଶ୍ୱାଳ, ଶ୍ରୀ ରଂଜନ ମଙ୍ଗରାଜ, ଅଜୟ ପ୍ରଧାନ, ସମୀର ପାତ୍ର, ରାଜକିଶୋର ମେଣ୍ଡଲୀ, ଯାମିନୀ ରଂଜନ ଦାଶ, ପ୍ରଭାକର ସ୍ୱାଇଁ, ଓ କୃଷ୍ଣଚନ୍ଦ୍ର ବରାଡ, ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇ ନୂତନ ସଭାପତିଙ୍କୁ ସମ୍ବର୍ନ୍ଧନା ଜଣାଇଥିଲେ । ପରିଶେଷରେ ସାଧାରଣ ସମ୍ପାଦକ ଶ୍ରୀ ହୃଷିକେଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!