ଯୁବ ରେଡକ୍ରସ୍ ପକ୍ଷରୁ ଅଣ ତାଲିମ ପ୍ରାପ୍ତ ପରାମର୍ଶଦାତା ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ

redcrossଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଏକ ୩ ଦିନିଆ ଯୁବ ରେଡକ୍ରସ୍ ର ଅଣ ତାଲିମ ପ୍ରାପ୍ତ ପରାମର୍ଶଦାତା ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯୁବ ରେଡକ୍ରସ୍ର ପରାମର୍ଶଦାତା ମାନଙ୍କୁ ଯୁବ ରେଡକ୍ରସ୍ର ଆଭିମୂଖ୍ୟ ଓ କାର୍ଯ୍ୟକଳାପ ବିଷୟରେ ପରିଚିତ କରିବାର ଉଦେ୍ଦଶ୍ୟ ରଖି ବିଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ଯୁବ ରେଡକ୍ରସ୍ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛି । ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୫ରୁ ଅଧିକ ଯୁବ ରେଡକ୍ରସ୍ ପରାମର୍ଶଦାତା ଅଂଶଗ୍ରହଣ କରିଛନ୍ତି ।

ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ତାଙ୍କର ଉସôାହ ଜନକ ଭାଷଣରେ ଓଡିଶାରେ ଯୁବ ରେଡକ୍ରସ୍ର କାର୍ଯ୍ୟକ୍ରମକୁ ତ୍ୱରାନିତ୍ୱ କରିବାରେ ଯୁବ ରେଡକ୍ରସ୍ ପରାମର୍ଶଦାତା ମାନଙ୍କର ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏଭଳି ଏକ ସ୍ୱେଚ୍ଛାକୃତ କାର୍ଯ୍ୟରେ ନିଜକୁ ସାମିଲ୍ କରିଥିବାରୁ ପ୍ରତ୍ୟେକ ଯୁବ ରେଡକ୍ରସ୍ ପରାମର୍ଶଦାତାଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଥିଲେ । ରେଡକ୍ରସ୍ ଶାଖା ଦ୍ୱାରା ଆୟୋଜିତ ଏହି ପ୍ରଶିକ୍ଷଣରୁ ଶିକ୍ଷାଲାଭ କରିଥିବା ଅନୁଭୁତିକୁ ସମାଜର ଦୁଃସ୍ଥ ଓ ଅବହେଳିତ ଲୋକଙ୍କ ସେବାରେ ନିୟୋଜିତ କରିବା ଏବଂ ସମାଜର ବିଭିନ୍ନ କଲ୍ୟାଣ ମୁଳକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଯୁବ ରେଡ଼କ୍ରସ୍ ଅଫିସର ଡ଼ଃ କଳ୍ପନା ଦାସ୍ ସ୍ୱାଗତ ଭାଷଣରେ ଯୁବ ରେଡକ୍ରସ୍ର ପରାମର୍ଶଦାତାମାନଙ୍କୁ ରେଡକ୍ରସ୍ ପରିବାରକୁ ସ୍ୱାଗତ ଜଣାଇଥିଲେ । ତତ୍ ସହିତ ବେଶୀମାତ୍ରାରେ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀଙ୍କୁ ସେବା ପ୍ରଦାନ କରିବା ପାଇଁ ଉସôାହିତ କରିଥିଲେ ।

ଏହି ତିନି ଦିନର ତାଲିମ କାର୍ଯ୍ୟକ୍ରମରେ ରେଡ଼କ୍ରସ୍ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ର ଚିହ୍ନ ଏବଂ ଏହାର ବ୍ୟବହାର, ଏଡ଼ସ୍ ସଚେତନତା ଓ ରେଡ ରିବନ କ୍ଳବର କାର୍ଯ୍ୟକ୍ରମ, ସ୍ୱେଚ୍ଛାକୃତ ରକ୍ତଦାନ, ସଡକ ସୁରକ୍ଷାରେ ୟୁôବ ରେଡ଼କ୍ରସ୍ର ଭୁମିକା, ଜଳ ପରିମଳ ଓ ସ୍ୱାସ୍ଥ୍ୟ, ବିପର୍ଯୟ ଜନିତ କ୍ଷୟକ୍ଷତି ହ୍ରାସ କରିବା, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷାରେ ରେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ର ଭୁମିକା ଇତ୍ୟାଦି ବିଷୟରେ ଯୁବ ରେଡକ୍ରସ୍ ପରାମର୍ଶଦାତାଙ୍କୁ ପ୍ରଶିକ୍ଷିତ କରାଯିବ ।
ସୁଶିଲ କୁମାର ପଟ୍ଟନାୟକ, ୟୁବ ରେଡ଼କ୍ରସ୍ ପରାମର୍ଶଦାତା, ରମାଦେବୀ ବିଶ୍ୱବିଦ୍ୟାଳୟ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରୀ ଲୋକନାଥ ମହାନ୍ତି, ୟୁବ ରେଡ଼କ୍ରସ୍ ପରାମର୍ଶଦାତା, ଶୀ୍ର ଲିଙ୍ଗରାଜ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Share in top social networks!