କୃଷି କର୍ମଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ଚାଷୀଦ୍ୱୟଙ୍କୁ କୃଷିମନ୍ତ୍ରୀଙ୍କ ଅଭିନନ୍ଦନ

ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ବ୍ଲକ୍ର ରେସିଙ୍ଗା ଗ୍ରାମର ଅଗ୍ରଣୀ ଚାଷୀ ଦିଲ୍ଲୀପ କୁମାର ବରାଳ ଓ ସୁବର୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବ୍ଲକ୍ର ଖଇରଟିକ୍ରା ଗ୍ରାମର ଅନିତା ପଟେଲ ୨୦୧୪-୧୫ ବର୍ଷରେ ଭାରତ ସରକାରଙ୍କ କୃଷି କର୍ମଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥ#ବାରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ଚାଷୀ ଦ୍ୱୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ପୃଥକ୍ ପୃଥକ୍ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ, ମୁଗ ଉତ୍ପାଦନ
କ୍ଷେତ୍ରରେ ଦିଲ୍ଲୀପ କୁମାର ବରାଳ ଅ—ୁତପୂର୍ବ ସାଫଲ୍ୟ ହାସଲ କରିଛନ୍ତି । ପୁରୀ ଜିଲ୍ଲା
ଅନ୍ତର୍ଗତ ନିମାପଡ଼ା ବ୍ଲକ୍ର ରେସିଙ୍ଗା ଗ୍ରାମର ଅଗ୍ରଣୀ ଚାଷୀ ଭାବରେ ରବି ଋତୁରେ ହେକଫର
ପିଛା ହାରାହାରି ୨୧ କ୍ୱିଣ୍ଟାଲ ମୁଗ ଅମଳ କରି ଶ୍ରୀ ବରାଳ ଯଶ ଓ ସୁନାମର ଅଧ#କାରୀ
ହୋଇପାରିଛନ୍ତି । ଜଣେ ଚାଷୀ ସାଧାରଣତଃ ହେକଫର ପିଛା ପ୍ରାୟ ୫ କ୍ୱିଣ୍ଟାଲ ମୁଗ ଅମଳ
କରୁଥ#ବା ବେଳେ ସେ ଏହାର ୪ ଗୁଣ ଅଧ#କ ଉତ୍ପାଦନ କରି ଓ କ୍ୱିଣ୍ଟାଲ ପିଛା ୩୪୪୪ ଟଙ୍କା
ଲାଭ ହାସଲ କରି ସମଗ୍ର ଜିଲ୍ଲା ତଥା ରାଜ୍ୟରେ ଜଣେ ଅଗ୍ରଣୀ ଚାଷୀ ଭାବେ ସ୍ୱୀକୃତି
ପାଇଛନ୍ତି । ଶ୍ରୀ ବରାଳ ବାସ୍ତବରେ ପୁରୀ ଜିଲ୍ଲା କାହିଁକି, ସମଗ୍ର ରାଜ୍ୟର ତଥା ଦେଶର
ଚାଷୀକୂଳ ପାଇଁ ଗର୍ବ ଓ ଗୌରବ ।
ଧାନ ଉତ୍ପାଦନ କ୍ଷେତ୍ରରେ ଶ୍ରୀମତୀ ଅନିତା ପଟେଲ ଅ—ୁତପୂର୍ବ ସାଫଲ୍ୟ ହାସଲ
କରିଛନ୍ତି । ସୁବର୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବ୍ଲକ୍ର ଖଇରଟିକ୍ରା ଗ୍ରାମର ଅଗ୍ରଣୀ ଚାଷୀ
ଭାବରେ ଖରିଫ୍ ଋତୁରେ ହେକଫର ପିଛା ହାରାହାରି ୧୦୬ କ୍ୱିଣ୍ଟାଲ ଧାନ ଉତ୍ପାଦନ କରି
ଶ୍ରୀମତୀ ପଟେଲ ଯଶ ଓ ସୁନାମର ଅଧ#କାରିଣୀ ହୋଇପାରିଛନ୍ତି । ଜଣେ ଚାଷୀ
ସାଧାରଣତଃ ହେକଫର ପିଛା ପ୍ରାୟ ୩୬ କ୍ୱିଣ୍ଟାଲ ଧାନ ଉତ୍ପାଦନ କରୁଥ#ବା ବେଳେ ସେ ଏହାର
ପ୍ରାୟ ୩ ଗୁଣ ଅଧ#କ ଉତ୍ପାଦନ ଓ କ୍ୱିଣ୍ଟାଲ ପିଛା ଏକ ହଜାର ଟଙ୍କା ଲାଭ ହାସଲ କରି ସମଗ୍ର
ଜିଲ୍ଲା ତଥା ରାଜ୍ୟରେ ଜଣେ ଅଗ୍ରଣୀ ଚାଷୀ ଭାବେ ସ୍ୱୀକୃତି ପାଇଛନ୍ତି । ଶ୍ରୀମତୀ ଅନିତା
ପଟେଲ ବାସ୍ତବରେ ସୁବର୍ଣପୁର ଜିଲ୍ଲା କାହିଁକି, ସମଗ୍ର ରାଜ୍ୟର ତଥା ଦେଶର ଚାଷୀକୂଳ ପାଇଁ
ଗର୍ବ ଓ ଗୌରବ ।
ଶ୍ରୀ ବରାଳ ଓ ଶ୍ରୀମତୀ ପଟେଲଙ୍କ ଅତ୍ୟାଧୁନିକ କୃଷି କୌଶଳ ଓ ପରିଶ୍ରମସିଦ୍ଧ କୃଷି
ଉତ୍ପାଦନ ସାରା ରାଜ୍ୟର ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବ
ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ମତବ୍ୟକ୍ତ କରିଛନ୍ତି ।

Share in top social networks!