ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଏବଂ ଟାଟା ଟ୍ରଷ୍ଟ୍ସ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

tatatrsutମ୍ୟାଲେରିଆ ପ୍ରବଣ ଦକ୍ଷିଣ ଓଡିଶା ଜିଲ୍ଲାଗୁଡିକରେ ଲୋକମାନଙ୍କ ଜୀବନ ଧାରଣର ମାନରେ ସୁଧାର ଆଣିବାକୁ ଗବେଷଣା ଓ ସୃଜନଶୀଳ ଜ୍ଞାନକୌଶଳ ମାଧ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ଏବା ପ୍ରତିକାର ଦିଗରେ କାର୍ଯ୍ୟକରିବାକୁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଟାଟା ଟ୍ରଷ୍ଟ୍ସ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଆଜି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଓଡିଶାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ । ଦେଶରେ ମ୍ୟାଲେରିଆ ନିୟନ୍ତ୍ରଣ ଦିଗରେ କାର୍ଯ୍ୟକାରୀ କରାଯାଉଥିବା କାର୍ଯ୍ୟକ୍ରମ ସହ ତାଳ ଦେଇ ମ୍ୟାଲେରିଆ ନିୟନ୍ତ୍ରଣ ମିଶନକୁ କାର୍ଯ୍ୟକାରୀ କରାଯାଉଛି । ଉପକୁଳ ବର୍ତି ୮ଟି ଜିଲ୍ଲାର ଜନସଂଖ୍ୟା ରାଜ୍ୟର ଜନସଂଖ୍ୟାର ୩୦ ପ୍ରତିଶତ ହୋଇଥିବା ବେଳେ ମ୍ୟାଲେରିଆ ହାର ବହୁତ କମ୍ । ଏହି ସବୁ ଜିଲ୍ଲାମାନଙ୍କରେ ବର୍ଷକୁ ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ଜଣେ ବା ତାଠାରୁ କମ୍ ମ୍ୟାଲେରିଆ ଆକ୍ରାନ୍ତ ହେଉଛନ୍ତି । ତେବେ ଏହି ଜିଲ୍ଲାଗୁଡିକୁ ସମ୍ପୂରର୍ଣ୍ଣ ମ୍ୟାଲେରିଆ ମୁକ୍ତ କରିବା ନିମନ୍ତେ ଆମର ଏନ୍.ଭି.ବି.ଡି.ସି.ପି ଡିଭିଜନ ତରଫରୁ ସର୍ବେକ୍ଷଣ ବ୍ୟବସ୍ଥାକୁ ଅଧିକ ବଢାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଆମର ମ୍ୟାଲେରିଆ ପ୍ରବଣ ଅଂଚଳମାନଙ୍କରେ ତାଲିମ୍ ପ୍ରାପ୍ତ ଆଶାମାନଙ୍କୁ ନିୟୋଜିତ କରାଯାଇଛି । ସେମାନେ ମ୍ୟାଲେରିଆ ନିୟନ୍ତ୍ରଣ ଦିଗରେ ବହୁତ ଭଲ କାମ କରୁଛନ୍ତି । ତେବେ ଯେଉଁ କେତେକ ପଡା ବା ଗ୍ରାମରେ ଆଶା ନାହାଁନ୍ତି ସେହି ସବୁ ଯାଗାରେ ଖୁବ୍ଶୀଘ୍ର ଆଶା ନିୟୋଜିତ ହେବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି । ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟସଂପର୍କରେ ବିଭିନ୍ନ ବାହ୍ୟ ସଂସ୍ଥାମାନେ ଅନୁଧ୍ୟାନ କରି ପ୍ରଶଂସା କରିଛନ୍ତି । ତେବେ ଅପହଂଚ ଅଂଚଳମାନରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଫଳପ୍ରଦ ଭାବେ କାର୍ଯ୍ୟକାରି କରିବା ପାଇଁ ରାଜ୍ୟ ସରକାର ତାଙ୍କର ନିଜସ୍ୱ ପାନ୍ଠିରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦମନ ଆରମ୍ଭ କରିବାକୁ ଯାଉଛନ୍ତି । ୨୦୧୪ ଏବଂ ୨୦୧୫ ମସିହାରେ କେତେକ ଅଂଚଳରେ ମ୍ୟାଲେରିଆ ବୃଦ୍ଧି ପାଇଥିବା ଜଣାପଡିଛି । ଯଦି କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଔଷଧୀୟ ମଶାରୀଗୁଡିକୁ ବଦଳାଇବା ଏବଂ ଆଉ ନୂଆ ମଶାରୀ ଯୋଗାଇବା ସହାୟତା ଅବ୍ୟାହତ ରଖିଥାନ୍ତେ ତାହାହେଲେ ଏହା ହୋଇନଥାନ୍ତା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି । ତେବେ ବର୍ତମାନ ଆଉ ଏକ ସୁଯୋଗ ଆସିଛି । କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଆମେ ପ୍ରାୟ ଏକ କୋଟି ଔଷଧୀୟ ମଶାରୀ ଜି.ଏଫ୍.ଏ.ଟି.ଏମ୍ ଏବଂ ରାଜ୍ୟ ସରକାରଙ୍କ ବଜେଟ୍ରୁ ବ୍ୟବସ୍ଥା କରି ଚଳିତ ବର୍ଷ ମ୍ୟାଲେରିଆ ପ୍ରବଣ ଅଂଚଳମାନଙ୍କରେ ପ୍ରତ୍ୟେକଙ୍କୁ ସୁରକ୍ଷା ଦେବାକୁ ବ୍ୟବସ୍ଥା କରୁଛୁ । ମ୍ୟାଲେରିଆ ବ୍ୟତିତ ସରକାର ମାତୃ ଓ ଶିଶୁମୃତ୍ୟୁହାର ହ୍ରାସ ଆଦି ଦିଗରେ ମଧ୍ୟ ଗୁରୁତ୍ୱ ଆରୋପ କରିଛୁ ।
ଏହି ସବୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ମାନବ ସମ୍ବଳର ଅଭାବ ଆଦି କେବଳ ଆମ ରାଜ୍ୟରେ ନୁହେଁ , ସମଗ୍ର ଦେଶରେ ରହିଛି ଯାହାକି ରାତାରାତି ବଦଳି ପାରବ ନାହିଁ । ତେବେ ଟାଟା ଟ୍ରଷ୍ଟ୍ସର ଗବେଷଣା , ଜ୍ଞାନକୌଶଳ ଓ ମ୍ୟାଲେରିଆ ବିଜ୍ଞାନମାଧ୍ୟମରେ ମ୍ୟାଲେରିଆ ଦୂରିକରଣ ଡିଜାଇନ ଓ କାର୍ଯ୍ୟକାରିତାରେ ଏହି ସହଭାଗୀତା ବେଶ୍ ସହାୟକ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଆଶା ପ୍ରକାଶ କରିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ମ୍ୟାଲେରିଆ ବୃଦ୍ଧି ନିୟନ୍ତ୍ରଣ ପାଇଁ ଟାଟା ଟ୍ଷ୍ଟ୍ସ ଓଡିଶା ସରକାରଙ୍କ ସହଭାଗିତା ସଂପର୍କରେ ସୂଚନା ଦେଇ ରାୟଗଡା , କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ୫ଟି ବ୍ଲକର ୫୫୭ ଟି ଗ୍ରାମରେ ବର୍ତମାନ ପାଇଁ କାର୍ଯ୍ୟକରିବ ବୋଲି କହିଥିଲେ ।
କେନ୍ଦ୍ର ଏନ୍.ଭି.ବି.ଡି.ସି.ପି ଅତିରକ୍ତ ନିଦେ୍ର୍ଦଶକ ଡାଃ ଅବଧେଶ କୁମାର ତାଙ୍କ ଭାଷଣରେ ଦେଶରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ଓଡିଶାକୁ ଏଥି ପାଇଁ ସହାୟତା ଜାରି ରହିବ ବୋଲି ପ୍ରକାଶ କରିଥିଲେ ।
ଟାଟା ଟ୍ରଷ୍ଟ୍ସର ମୁଖ୍ୟ ଆକାଉଟାଂଟ ତଥା ସଚିବ ବୁର୍ଜିସ୍ ତାରାପୋରଭାଲା କହିଛନ୍ତି ଯେ ଓଡିଶା ସରକାରଙ୍କ ସହ ଭାଗିଦାରିତା କରି ମ୍ୟାଲେରିଆ ବୃଦ୍ଧି ରୋକିବାକୁ ସଂଗ୍ରାମ କରି ସମୟକ୍ରମେ ଏହାକୁ ରାଜ୍ୟରୁ ଦୂରେଇବାକୁ ସୁଯୋଗ ମିଳିଥିବାରୁ ଗର୍ବିତ । ସରକାର ଏବଂ ଲୋକଙ୍କ ସହ ବୁଝାମଣା ଏବଂ ଜ୍ଞାନକୌଶଳର ବ୍ୟବହାର କରି ଏକ ଉତମ ଭବିଷ୍ୟତ ସୃଷ୍ଟି କରିବାକୁ ଆଶା ରଖି ଦିନେ ଆମେ ମ୍ୟାଲେରିଆ ମୁକ୍ତ ଦେଶ ଗଠନ କରିବା ବୋଲି କହିଥିଲେ ।
ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାଃ ଏନ୍.କେ.ଦାଶ ଏବଂ ଟାଟା ଟ୍ରଷ୍ଟ୍ସର ମୁଖ୍ୟ ଆକାଉଟାଂଟ ତଥା ସଚିବ ବୁର୍ଜିସ୍ ତାରାପୋରଭାଲା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଯୁଗ୍ମ ସଚିବ ସୁରଜିତ୍ ଦାଶ ସ୍ୱାଗତ ଭାଷଣ ପ୍ରଦାନକରିଥିଲେ । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଟାଟା ଟ୍ରଷ୍ଟ୍ସର ବିଭିନ୍ନ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!