ରାଜ୍ୟ ସରକାର ଖାଉଟି ମାରଣ ନୀତି ଛାଡି ବିଦ୍ୟୁତ ଶୁଳ୍କ କମ୍ କରନ୍ତୁ – ବିଜେପି

basantababu“ବେଡି ଉପରେ କୋରଡା ମାଡ” ନୀତିରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ଦୁର୍ନିତୀର ପରିମାଣ ସ୍ୱରୁପ ଆଜି ଯେତେବେଳେ ରାଜ୍ୟର ଗରିବ ଓ ସାଧାରଣ ଖାଉଟି ଅତ୍ୟଧିକ ପରିମାଣର ବିଦ୍ୟୁତ ଶୁଳ୍କ ଦେଉଛି ସେତେବେଳେ ବିଦ୍ୟୁତ ଶୁଳ୍କ ବଢେଇବା ପାଇଁ ସରକାରଙ୍କ ମସୁଧା ଅତ୍ୟନ୍ତ ନିନ୍ଦନୀୟ ।

ପାୱାର ଫାଇନାନ୍ସ କର୍ପୋରେସନର ତଥ୍ୟ ଅନୁସାରେ ସମସ୍ତ ଦେଶର ବିଦ୍ୟୁତ ଶୁଳ୍କର କ୍ରୟ ଏବଂ ବିକ୍ରୟ ରେ ସର୍ବାଧିକ ୫୩ ପଇସାରେ ପାର୍ଥକ୍ୟ ରହିବା କଥା । କିନ୍ତୁ ଆମ ରାଜ୍ୟରେ ତାହା ୧.୦୫ ପଇସାକୁ ପହଞ୍ଚି ସାରିଲାଣି । ଯାହା ଫଳରେ ରାଜ୍ୟର ଗରିବ ଏବଂ ମଧ୍ୟବିତ୍ତ ପରିବାରର ଅଣଶିଳ୍ପ ଖାଉଟିଙ୍କ ଉପରେ ଆଜି ଅତିରିକ୍ତ ବୋଝ ପଡିଛି । ଯଦି ସେସୁର ତଥ୍ୟକୁ ଆଧାର ନିଆଯାଏ ତେବେ ଯେହେତୁ ସେସୁ ଟ.୩.୧୦ପଇସା ପ୍ରତି ୟୁନିଟ୍ରେ ବିଦ୍ୟୁତ କ୍ରୟ କରୁଛନ୍ତି, ଗ୍ରାହକ ମାନଙ୍କୁ ସର୍ବାଧିକ ଟ.୩.୬୩ପଇସାରେ ଯୋଗାଇ ଦେବା କଥା । ମାତ୍ର ସେସୁ ଆଜି ଗ୍ରାହକମାନଙ୍କୁ ସର୍ବନିମ୍ନ ଟ.୪.୬୮ପଇସାରେ ବିଦ୍ୟୁତ ବିକ୍ରୟ କରି ଟ.୧.୦୫ ପଇସା ଅଧିକ ସଂଗ୍ରହ କରୁଛି । ସେସୁର ଏହି ମୂଲ୍ୟ ଦେଶର ଅନ୍ୟ ରାଜ୍ୟ ତୁଳନାରେ ବହୁତ ଅଧିକ । ଉଦାହରଣ ସ୍ୱରୁପ ଗୋଆ-ଟ.୧.୩୦ପ., କେରଳ- ଟ.୨.୫୬ପ., ଉତ୍ତରାଖଣ୍ଡ- ଟ.୨.୭୧ପ., ହିମାଚଳ ପ୍ରଦେଶ- ଟ.୧.୭୦ପ., ତାମିଲନାଡୁ- ଟ.୧.୬୦ପ., ଉତ୍ତର ପ୍ରଦେଶ (ଗ୍ରାମିଣ)- ଟ.୨.୭୦ପ., ମୁମ୍ବାଇ (ଟାଟା ପାୱାର)- ଟ.୨.୫୩ପ., ଝାଡଖଣ୍ଡ- ଟ.୧.୬୫ପ., ଜମ୍ମୁ ଓ କାଶ୍ମୀର- ଟ.୧.୫୪ପ., ଛତିଶଗଡ- ଟ.୨.୧୦ପ., ଚଣ୍ଡିଗଡ- ଟ.୨.୩୦ପ., ବିହାର- ଟ.୨.୧୫ପ. ।

ସେହିପରି ବ୍ୟବସାୟୀକ ଖାଉଟି ମାନଙ୍କ ପାଇଁ ଓଡିଶାରେ ନିର୍ଦ୍ଧାରିତ ଟ.୫.୮୩ପ. ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ବହୁତ ଅଧିକ । ଉଦାହରଣ ସ୍ୱରୁପ ଗୋଆ- ଟ.୩.୫୩ପ., ଉତ୍ତରାଖଣ୍ଡ- ଟ.୪.୭୮ପ., ଗୁଜୁରାଟ- ଟ.୪.୩୦ପ., ଝାଡଖଣ୍ଡ- ଟ.୨.୭୫ପ., ଜାମ୍ମୁ ଓ କାଶ୍ମୀର- ଟ.୩.୩୨ପ., ହିମାଚଳ ପ୍ରଦେଶ- ଟ.୫.୪୮ପ., ପଶ୍ଚିମବଙ୍ଗ- ଟ.୪.୪୫ପ., ସିକ୍କିମ- ଟ.୪.୬୯ପ. ।

ଏହିପରି ଭାବରେ ରାଜ୍ୟ ସରକାର ବିତରଣ କମ୍ପାନୀମାନଙ୍କୁ ଅନୁକମ୍ପା ଦେଖାଇବା ପାଇଁ ଏବଂ ଦୁର୍ନିତୀ ମାଧ୍ୟମରେ ଧନ ସଂଗ୍ରହ କରିବା ପାଇଁ ଆଜି ସାଧାରଣ ଜନତା ଉପରେ ବୋଝ ଲଦିବାରେ ଲାଗି ପଡିଛି । ଏହି ପ୍ରସଂଗରେ ରାଜ୍ୟ ସରକାର ତୁରନ୍ତ ବିଦ୍ୟୁତ ବିଦ୍ୟୁତ ଶୁଳ୍କ ହ୍ରାସ କରି ଏହାକୁ ରାଷ୍ଟ୍ରୀୟ ସ୍ତରକୁ ଆଣିବା ସହିତ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ଉପରେ ସିଏଜି ଅଡିଟ୍ କରିବା ଏବଂ ଯେଉଁ କମ୍ପାନୀମାନଙ୍କ ସହିତ ବିଦ୍ୟୁତ କ୍ରୟ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି ସେ ସମସ୍ତ ଚୁକ୍ତିକୁ ପୁନଃ ନିରୀକ୍ଷଣ କରି ଏକ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ ଦାବୀ କରୁଛି ।

Share in top social networks!