ବିଶ୍ୱପ୍ରସିଦ୍ଧ ବରଗଡ ଧନୁଜାତ୍ରା ରେ ମହାରାଜ କଂସ ଭୁମିକାରେ ଅଭିନୟ କରୁଥିବା ଗୋପାଳ ସାହୁ ବିଜେପିରେ ସାମିଲ

gopalsahu ଆଜି ଅପରାହ୍ନ ୨ଘଣ୍ଟା ସମୟରେ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ଏବଂ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଶାରଦା ପ୍ରସାଦ ସତପଥୀ ଶ୍ରୀଯୁକ୍ତ ଗୋପାଳ ସାହୁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଦଳରେ ସାମିଲ କରିଥିଲେ । ଯିଏକି ଦୀର୍ଘ ବର୍ଷ ଧରି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଜାତ୍ରା ରେ ମହାରାଜ କଂସ ଭୁମିକାରେ ଅଭିନୟ ଚାତୁର୍ଯ୍ୟ ବଳରେ ସମଗ୍ର ଓଡିଶା ତଥା ଦେଶ ବିଦେଶର ବିଭିନ୍ନ ରଙ୍ଗ ମଞ୍ଚରେ ଅଭିନୟକରି ପୁରସ୍କାର ପାଇଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ବରଗଡ ପ୍ରବାସ ସମୟରେ ଜାହାକହିଲେ ସେଥିରେ ଶ୍ରୀ ସାହୁ ସ୍ୱତଃପ୍ରବୃତ ଭାବରେ ଅନୁପା୍ରଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ସେ ଜଣେ ନିଷ୍ଠାପର ପୋଲିସ ଅଧିକାରୀ ମଧ୍ୟ ଥଲେ । ସଭାରେ ରାଜ୍ୟ ପ୍ରବକ୍ତା ଶ୍ରୀଯୁକ୍ତ ସଜ୍ଜନ ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

Share in top social networks!