ଭାରତରୁ ବଙ୍ଗଳାଦେଶକୁ ଡିଜେଲ୍ ଯୋଗାଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpjiଭାରତ ସୀମାରୁ ବଙ୍ଗଳାଦେଶକୁ ରେଳ ଯୋଗେ ହାଇସ୍ପିଡ୍ ଡିଜେଲ୍ ପ୍ରେରଣକୁ
ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତର ନୁମଲିଗଡ଼ ରିଫାଇନାରିର ସିଲିଗୁଡ଼ି ଟର୍ମିନାଲ୍ରୁ ବଙ୍ଗଳାଦେଶର ପାର୍ବତୀପୁରମ୍ ସଂରକ୍ଷଣ ଡିପୋକୁ ଏହି
ହାଇସ୍ପିଡ୍ ଡିଜେଲ୍ ଭାରତର ଶୁଭେଚ୍ଛା ସନ୍ଦେଶ ଭାବରେ ପ୍ରେରଣ କରାଯାଇଥ#ବା ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥ#ଲେ ।
ଏହି ରେଳ ଯୋଗେ ୨୨୦୦ ମେଟି୍ରକ୍ଟନ୍ ଡିଜେଲ୍ ପ୍ରେରଣ କରାଯାଇଛି ।
୪୨ଟି ଓ୍ୱାଗନ୍ ବିଶିଷ୍ଟ ଏହି ତେଲ ବହନକାରୀ ରେଳ ୫୧୬ କି.ମି. ରାସ୍ତା ଅତିକ୍ରମ କରି ଏହାର ବଙ୍ଗଳାଦେଶ ଗନ୍ତବ୍ୟ
ସ୍ଥଳରେ ପହଞ୍ଚ#ବ । ଏହି ଦୂରତା ମଧ୍ୟରୁ ଭାରତରେ ୨୫୩ କି.ମି. ଓ ବଙ୍ଗଳାଦେଶରେ ୨୬୩ କି.ମି. ପଥ ରହିଛି ।
ବଙ୍ଗଳାଦେଶରେ ପହଞ୍ଚ#ବା ପରେ ସେ ଦେଶର ସରକାର ତରଫରୁ ଶକ୍ତି ଓ ଖଣିଜ ସମ୍ପଦ ମନ୍ତ୍ରୀ ନୁରୁଲ ହାସନ ଏବଂ
ବଙ୍ଗଳାଦେଶର ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏହି ତୈଳବୋଝେଇ ଟ୍ରେନ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବେ ।
ଏହି ଟ୍ରେନ୍ ଚଳିତ ମାସ ୧୯ ତାରିଖ ଦିନ ବଙ୍ଗଳାଦେଶର ଗନ୍ତବ୍ୟସ୍ଥଳରେ ପହଞ୍ଚ#ବ ।
ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜୁନ୍ ୨୦୧୫ ମସିହାରେ ବଙ୍ଗଳାଦେଶ ଗସ୍ତ ସମୟରେ ଭାରତର
ସିଲିଗୁଡ଼ିରୁ ବଙ୍ଗଳାଦେଶର ପାର୍ବତୀପୁରମ ମଧ୍ୟରେ ଏକ ପାଇପ୍ ଲାଇନ୍ ନିର୍ମାଣ କରି ଡିଜେଲ୍ ଯୋଗାଣ ପାଇଁ ସହମତି
ପ୍ରକାଶ ପାଇଥ#ଲା । ଏହି ପ୍ରସ୍ତାବିତ ୧୩୫ କି.ମି. ଦୈର୍ଘ୍ୟ ପାଇପ୍ଲାଇନ୍ର ଭାରତରେ ୫ କି.ମି. ଥ#ବାବେଳେ ବଙ୍ଗଳାଦେଶରେ
୧୩୦ କି.ମି. ରହିବ । ଭାରତରୁ ବଙ୍ଗଳାଦେଶକୁ ତୈଳ ଯୋଗାଣ ଭାରତର‘ନେବରହୁଡ଼୍ ଫାଷ୍ଟଦ ପଲିସି ଅନ୍ତର୍ଗତ
ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହାଦ୍ୱାରା ଭାରତ ଓ ବଙ୍ଗଳାଦେଶର ଦ୍ୱିପାକ୍ଷିକ ବ୍ୟବସାୟ ସମ୍ପର୍କ ସୁଦୃଢ଼ ହେବ ବୋଲି ଶ୍ରୀ
ପ୍ରଧାନ ପ୍ରକାଶ କରିଛନ୍ତି ।
ଏବେ ବଙ୍ଗଳାଦେଶ ତାର ତୈଳ ଆବଶ୍ୟକତା ପୂରଣ ପାଇଁ ଚଟ୍ଟଗାଁଓ ପୋର୍ଟ ମାଧ୍ୟମରେ ଆମଦାନୀ କରୁଛି । ନଦୀ
ପଥରେ ଦେଶର ଅନ୍ୟ ସ୍ଥାନକୁ ତୈଳ ପ୍ରେରଣ କରୁଛି । ଭାରତର ନୁମଲିଗଡ଼ ରିଫାଇନାରି ୩ ଏମ୍ଏମ୍ଟିପିଏରୁ ୯
ଏମ୍ଏମ୍ଟିପିଏ କ୍ଷମତା ବୃଦ୍ଧିପରେ ବଙ୍ଗଳାଦେଶକୁ ଦୀର୍ଘକାଳୀନ ଯୋଜନାରେ ତୈଳ ରପ୍ତାନି କରିପାରିବ । ପାଇପ୍ଲାଇନ୍
ନିର୍ମାଣ ପୂର୍ବରୁ ରେଳଯୋଗେ ଏହି ତୈଳ ପ୍ରେରଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି ।
ଏହି ଉଦ୍ଘାଟନ ଉତ୍ସବରେ ଦାର୍ଜିଲିଂ ସାଂସଦ ଏସ୍.ଏସ୍.ଆଲୁଓ୍ୱାଲିଆ, ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ବୈଦେଶିକ
ବ୍ୟାପାର ବିଭାଗ ଓ ରେଳ ବିଭାଗର ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲେ ।

Share in top social networks!