ବ୍ରହ୍ମପୁରରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଦୁଇଦିନିଆ କୃଷି ସମ୍ମିଳନୀ ଉଦ୍ଘାଟିିତ

agrimeetଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁରର ୟୁସିପି ଇଞ୍ଜିନିୟରିଂ ବିଦ୍ୟାଳୟ ପଡ଼ିଆରେ ଟାଟା ଷ୍ଟିଲ ପକ୍ଷରୁ ୬୦୦ରୁ ଊଦ୍ଧ୍ୱର୍ ସ୍ଥାନୀୟ କୃଷକ ଓ ୬ଜଣ କୃଷି ବିଶେଷଜ୍ଞଙ୍କୁ ନେଇ ‘ବାର୍ତ୍ତା’ ନାମକ କୃଷି ସମ୍ପର୍କିତ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି । ଚଳିତ ବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ହେଲା ‘ଜଳବାୟୁ ଅନୁକୂଳ କୃଷି’ ।

ଏହି ଦୁଇ ଦିନିଆ ସମ୍ମିଳନୀକୁ ଆଜି ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପ ଚିଫ୍ ଶ୍ରୀ ପରଫେଜ୍ ଅଖତର, ବ୍ରହ୍ମପୁରସ୍ଥିତ ୟୁସିପି ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଏସ୍.ଏନ୍ ଧର, ଓଡ଼ିଶା ସିଏସ୍ଆର ବିଭାଗ ମୁଖ୍ୟ ଶ୍ରୀ ଅମ୍ବିକା ନନ୍ଦ ଓ ଝାଡ଼ଖଣ୍ଡ ସିଏସ୍ଆର ବିଭାଗ ମୁଖ୍ୟ ଶ୍ରୀ ଦେବଦୂତ ମହାନ୍ତିଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଗୋପାଳପୁର ପ୍ରକଳ୍ପ ପୁର୍ନବାସ ଓ ଥଇଥାନ ଏବଂ ପ୍ରଶାସନ ବିଭାଗ ମୁଖ୍ୟ ଶ୍ରୀ ଆର,କେ ସିଂହ ଓ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା କଳିଙ୍ଗନଗରର ଶାଖା ମୁଖ୍ୟ ଶ୍ରୀ ଶିଶିର ତରଫଦାର,ଟାଟା ଷ୍ଟିଲ ଓ ଟିଏସ୍ଆରଡିଏସ୍ର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଗୋପାଳପୁର ପ୍ରକଳ୍ପ ସିଏସ୍ଆର ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀ ସତ୍ୟ ନାରାୟଣ ନନ୍ଦ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ ।

ଆଧୁନିକ କୌଶଳ ବିଷୟରେ କୃଷକମାନଙ୍କୁ ଅବଗତ କରାଇବା ସହ ସେମାନଙ୍କ ଉତ୍ପାଦନ ବୃଦ୍ଧିରେ ସହାୟତା କରିବା ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ।

ଏହି ସମ୍ମିଳନୀରେ କ୍ଷ୍ୟାତିସମ୍ପନ୍ନ ଅନୁଷ୍ଠାନର ୬ଜଣ କୃଷି ଓ ଏହା ସମ୍ପର୍କିତ ବିଭାଗର ବୈଜ୍ଞାନିକ କୃଷକଙ୍କ ସହିତ ଉନ୍ନତ ବିହନ, ଉତ୍ପାଦକତା, ଉନ୍ନତ ବିନିଯୋଗ ପାଇଁ ଉପଯୁକ୍ତ ଦକ୍ଷତା, ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା ଓ ଡାଲୀ ଜାତୀୟ ଶସ୍ୟ ଉତ୍ପାଦନ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି ।

ନିଜ କାର୍ଯ୍ୟକ୍ଷେତ୍ର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଜୀବନ ଓ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ ଟାଟା ଷ୍ଟିଲ ପ୍ରତିଶ୍ରୁତିବଦ୍ଧ ଏହି ଅବସରରେ ଶ୍ରୀ ପରଭେଜ ଅଖତର କହିଥିଲେ । ଗତ ବର୍ଷ ସଫଳତା ପରେ ଆମେ ଅନୁଭବ କରୁଛି ଯେ ଏହି କାର୍ଯ୍ୟକ୍ରମ କୃଷକମାନଙ୍କୁ ସେମାନଙ୍କ ବିଭିନ୍ନ କୃଷି ସମ୍ପର୍କୀୟ ସମସ୍ୟାର ସମାଧାନ ପାଇଁ ବିଶେଷଜ୍ଞଙ୍କ ସହିତ ସିଧାସଳଖ ଆଲୋଚନା ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି । ପ୍ରତି ବର୍ଷ ଆମେ ଏହି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ବିସ୍ତାର କରିବାକୁ ଚେଷ୍ଟା କରୁଛୁ ବୋଲି ସେ ମତ ପ୍ରକାଶ କରିଥିଲେ ।

ସେହିପରି ଟାଟା ଷ୍ଟିଲ ସିଏସ୍ଆର ବିଭାଗ ମୁଖ୍ୟ ଶ୍ରୀ ଦେବଦୁତ ମହାନ୍ତି କହିଥିଲେ ଯେ, ଏହି କାର୍ଯ୍ୟକ୍ରମ କୃଷକମାନଙ୍କ କୃଷି ସମ୍ପର୍କିତ ସମସ୍ୟାର ସମାଧାନ କରିବା ସହିତ ସେମାନଙ୍କ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ । ଉଦ୍ଘାଟନୀ ସମାରୋହ ପରେ ସ୍ଥାନୀୟ କଳାକାରଙ୍କ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Share in top social networks!