ଝାଡଖଣ୍ଡ ସିଂହଭୂମିରେ ଓଡ଼ିଆ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଓ ଓଡ଼ିଆ ସଂସ୍କୃତି ସମାରୋହ

jharkhandଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଝାଡଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲାର ଖଣ୍ଡାମୌଦା ଓଡ଼ିଆ ଉଚ୍ଚ ବିଦ୍ୟାଳୟର ୭୫
ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍ ଜୁବୁଲି ଉତ୍ସବ ଓ ଓଡ଼ିଆ ସଂସ୍କୃତି ସମାରୋହ ଅନୁଷ୍ଠିତ ହୋଇଯାଇଛିା ତିନିଦିନ
ଧରି ଚାଲିଥ#ବା ଏହି କାର୍ଯ୍ୟକ୍ରମରେ ଝାଡଖଣ୍ଡ ରାଜ୍ୟର ରାଜ୍ୟପାଳ ପ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥ# ଭାବେ
ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରି କହିଲେ ଯେ, ଝାଡଖଣ୍ଡରେ ଓଡ଼ିଆ ଭାଷା ଶିକ୍ଷା ସମସ୍ୟାର ସମାଧାନ
ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ଓଡ଼ିଆ ଶିକ୍ଷାନୁଷ୍ଠାନଗୁଡିକର ଉନ୍ନତି ଓ ଅଭାବ ଅସୁବିଧା ଦୂର
କରାଯିବା କ୍ଷେତ୍ରରେ ଅଗ୍ରାଧ#କାର ଦିଆଯିବା ଏହା ସହିତ ବୁଢାମରା ରେଳ ଲାଇନ ଚାକୁଳିଆ ସହିତ ସଂଯୋଗ
କରିବା ଦିଗରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ନିଆଯବା
ଏହି ସମାରୋହରେ ବିଶିଷ୍ଟ ଅତିଥ# ଭାବେ ଯୋଗଦେଇ ଓଡ଼ିଶାର ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଶ୍ରୀ ଦେବୀପ୍ରସାଦ ମିଶ୍ର ବାହାଡାଗୋଡାଠାରେ ଓଡ଼ିଆ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ତାରାପଦ ଷଡଙ୍ଗୀଙ୍କ
ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥ#ଲୋ ଏଠାରେ ସୂଚନାଯୋଗ୍ୟ ଯେ ଏହି ବିଦ୍ୟାଳୟ ପ୍ରତିଷ୍ଠାରେ ପଣ୍ଡିତ
ଗୋପବନ୍ଧୁ ଦାସ ଓ ଗୋଦାବରୀଶ ମିଶ୍ରଙ୍କର ବହୁତ ଅବଦାନ ରହିଛିା ମନ୍ତ୍ରୀ ଶ୍ରୀ ମିଶ୍ର ନିଜ ଅଭିଭାଷଣରେ
କହିଲେ ଯେ, ଓଡ଼ିଆ ଭାଷାର ବିକାଶ ତଥା ବିଚ୍ଛିନ୍ନାଞ୍ଚଳରେ ଝାଡଖଣ୍ଡ ସମେତ ପଶ୍ଚିମବଙ୍ଗ, ସିମାନ୍ଧ୍ର, ଛତିଶଗଡ
ଓ ତେଲେଙ୍ଗାନାରେ ଥ#ବା ଓଡ଼ିଆ ସ୍କୁଲଗୁଡିକୁ ସହଯୋଗ ସଂପର୍କରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାର
ପ୍ରତିଶ୍ରୁତିବଦ୍ଧ ଅଟନ୍ତିା
ଓଡ଼ିଶା ସରକାର ରାଜ୍ୟ ବାହାରର ସମସ୍ତ ଓଡ଼ିଆ ସ୍କୁଲକୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ୍ୟ
ପୁସ୍ତକ ଯୋଗାଇ ଦେଇ ଆସୁଥ#ବା ବେଳେ ଆସନ୍ତା ଶିକ୍ଷା ବର୍ଷରୁ ନବମ ଓ ଦଶମ ଶ୍ରେଣୀର ପାଠ୍ୟପୁସ୍ତକ
ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତିା
ଏହି ଅବସରରେ ସମ୍ମାନିତ ଅତିଥ# ଭାବେ ଯୋଗଦେଇ ଓଡ଼ିଶାର କ୍ରୀଡା ଓ ଯୁବ ବ୍ୟାପାର ତଥା
ଆଦିବସୀ କଲ୍ୟାଣ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ଓଡ଼ିଆ ଭାଷାଭାଷୀଙ୍କର ସାମ୍ବିଧାନିକ ଅଧ#କାର ତଥା
ସୁରକ୍ଷା ଦିଗରେ ବିଶେଷ ପଦକ୍ଷେପ ନିଆଯିବା ଉଚିତ୍ା କାର୍ଯ୍ୟକ୍ରମରେ ସାରସକଣା ବିଧାୟକ ଭାଦବ ହାଁସଦା
ଓ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ ହାଁସଦା ପ୍ରମୁଖ ଯୋଗଦେଇ ଝାଡଖଣ୍ଡରେ ଓଡ଼ିଆ
ଭାଷାଭାଷୀମାନଙ୍କର ଶିକ୍ଷା ଓ ସଂସ୍କୃତି ରକ୍ଷା ଦିଗରେ ଗୁରୁତ୍ୱାରୋପ କରିଥ#ଲୋ ଜୁବୁଲି କମିଟିର ଅଧ୍ୟକ୍ଷ
ଖଗେନ୍ଦ୍ର ନାଥ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଝାଡଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା.
ଦିନେଶ ଷଡଙ୍ଗୀ ସ୍ୱାଗତ ଭାଷଣ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀଗସ୍ତରେ ଥ#ବାରୁ ତାଙ୍କର
ଶୁଭେଚ୍ଛା ବାର୍ତ୍ତା ପାଠ କରିଥ#ଲୋ ଶେଷରେ ବାହାଡାଗୋଡାର ଯୁବ ବିଧାୟକ କୁନାଲ ଷଡଙ୍ଗୀ ଧନ୍ୟବାଦ
ଦେବା ସହ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୬ଟି ସାଂସ୍କୃତିକ
ଦଳର ୧୩୦ ଜଣିଆ କଳାକାର ଗ୍ରୁପ୍ ପଠାଇଥ#ବାରୁ ଧନ୍ୟବାଦ ଦେଇଥ#ଲୋ
କାର୍ଯ୍ୟକ୍ରମରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ରଘୁବର ଦାସ, ସାଂସଦ ବିଦୁ୍ୟତ ରଞ୍ଜନ ମହାତୋ, ବିଶିଷ୍ଟ
ଭାଷାତତ୍ତ୍ୱବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ବାଚସ୍ପତି ଶରତ କୁମାର କର ପ୍ରମୁଖ
ଯୋଗଦେଇଥ#ଲୋ

Share in top social networks!