ଓଡ଼ିଶା ଜ୍ଞାନପୁଞ୍ଜ ବକୃତା ମାଳା -୨; ବିକାଶ ପ୍ରକ୍ରିୟାରେ କୃଷିର ନିର୍ନାୟକ ଭୂମିକା ଉପରେ ଆଲୋଚନା ।

knowledgeଓଡ଼ିଶା ଜ୍ଞାନପୁଞ୍ଜ ବକୃତା ମାଳାର ୨ୟ ବକୃତା ଆଜି ସଚିବାଳୟ ସଭା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥ#ରେ କୃଷିବିତ
ପଦ୍ମଶ୍ରୀ ଡ଼ଃ ଅଶୋକ ଗୁଲାଟି ବିକାଶ ପ୍ରକ୍ରିୟାରେ କୃଷିର ନିଣ୍ଣ ର୍ାୟକ ଭୂମିକା ଉପରେ ଏକ ବୈଜ୍ଞାନିକ ଅନୁଶୀଳନ ଉପସ୍ଥାପନ କରିଥ#ଲେ ।
କୃଷିର ଅବିବୃଦ୍ଧି ଦାରିଦ୍ର୍ୟ ହ୍ରାସର ପରିପୂରକ ବୋଲି ଡ଼ଃ ଗୁଲାଟି ମତବ୍ୟକ୍ତ କରିବା ସହ ଭାରତରେ ୧୯୯୩ରୁ ୨୦୧୪-୧୫ ମସିହା ମଧ୍ୟରେ
ଏହାର ପ୍ରତିଫଳନର ବାସ୍ତବ ଉଦାହରଣ ଦେଇଥ#ଲେ । ଅର୍ଥନୈତିକ ଅବିବୃଦ୍ଧି ଯୋଜନାକୁ କୃଷି ଭିତ୍ତିକ କରାଗଲେ ବିକାଶ ହାର ନିରବଚ୍ଛିନ୍ନ
ହୋଇ ପାରିବ ବୋଲି ଡ଼ଃ ଗୁଲାଟି କହିଥ#ଲେ । ବିକାଶ ପ୍ରକ୍ରିୟାକୁ ଏକ ‘ପିରାମିଡଦ ସହ ତୁଳନା କରି ଏହାର ଭୂଭାଗରେ କୃଷି, ମଧ୍ୟଭାଗରେ
ଶିଳ୍ପ ଏବଂ ଅଗ୍ରଭାଗରେ ସେବା କ୍ଷେତ୍ରକୁ ଅବସ୍ଥାପିତ କରିବା ପାଇଁ ସେ ପରାମର୍ଶ ଦେଇଥ#ଲେ ।

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ, ଅସମୟ ବୃଷ୍ଟିପାତ ଓ ଅସନ୍ତୁଳିତ ପାଣିପାଗ ଓଡ଼ିଶା କୃଷି ବିକାଶରେ ବାଧକ ବୋଲି ଡ଼ଃ ଗୁଲାଟି
ମତ ଦେଇଥ#ଲେ । ଓଡ଼ିଶାରେ କୃଷିର ବିକାଶ ହାରକୁ ଜାତୀୟ ସ୍ତର ସହ ସମାନ କରିବା ନିମନ୍ତେ ଜଳସେଚନ, ଗ୍ରାମାଞ୍ଚଳ ରାସ୍ତା, କୃଷି ପାଇଁ
ଅଧ#କ ବିଦୁ୍ୟତ ଯୋଗାଣ ଏବଂ ଉପଯୋଗିତା- ଶୃଙ୍ଖଳା (ଭେଲୁ୍ୟ- ଜେନ୍ ) ଆଦି ଭିତ୍ତିଭୂମୀର ବିକାଶ କରିବା ପାଇଁ ପରାମର୍ଶ ଦେଇଥ#ଲେ ।

କୃଷି ଉପ#ାଦନ ବୃଦ୍ଧି ସହ କୃଷି ବୀପଣନକୁ ବ୍ୟାପକ କଲେ କୃଷକର ଆୟ ବଢ଼ିବ ଏବଂ ଦାରିଦ୍ର୍ୟ ହାର ହ୍ରାସ ପାଇବ । ଅନୁସୂଚିତ ଜନ ଜାତି
ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଲାଲ୍ ବିହାରୀ ହିମିରିକା, ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ, ଅର୍ଥ ମନ୍ତ୍ରୀ ଶ୍ରୀ ପ୍ରଦୀପ
କୁମାର ଅମାତ୍, କୃଷି ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ, ପଂଚାୟତି ରାଜ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ
ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବ
ମାନେ ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ । ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍ ପ୍ରାରମ୍ଭରେ ଡ଼ଃ ଗୁଲାଟିଙ୍କର ପରିଚୟ ଦେବା
ସହ ଓଡ଼ିଶା ଜ୍ଞାନପୁଞ୍ଜ ବକୃତା ମାଳାର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥ#ଲେ । ବକୃତା ଶେଷରେ ସାମ୍ବାଦିଙ୍କ ମାନଙ୍କ ପ୍ରଶ୍ନର ଉତ୍ତର
ଦେଇ ଶ୍ରୀ ବାଲାକ୍ରିଷ୍ଣନ୍ କହିଥ#ଲେ ଯେ ଏହି ବକୃତାମାଳାକୁ ଏକ ଆନୁଷ୍ଠାନିକ ବ୍ୟବସ୍ଥାରେ ପରିଣତ କରାଯିବ । ଏହା ମାଧ୍ୟମରେ ରାଜ୍ୟର
ଯୋଜନା ପ୍ରଣୟନ ଏବଂ କାର୍ଯ୍ୟାନ୍ୱୟନ ପାଇଁ ନୂତନ ଜ୍ଞାନ ଓ ବ୍ୟବହାରିକ ପଦ୍ଧତି ମିଳିପାରିବ ।

ବିଭିନ୍ନ ଗବେଷଣା ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ନାବାର୍ଡ଼, ରିଜର୍ଭ ବ୍ୟାଙ୍କ୍ ଓ ଷ୍ଟେଷ୍ଟ ବ୍ୟାଙ୍କ୍ର ଆଦିର ବରିଷ୍ଠ ବିଶେଷଜ୍ଞ ଓ ଅଧ#କାରୀ ମାନେ
ବକୃତାମାଳାରେ ଯୋଗ ଦେଇଥ#ଲେ । ଏହି ବକୃତାମାଳାର ଲୋକପ୍ରିୟତା ବଢ଼ୁଥ#ବାରୁ ଏହାକୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ସମସ୍ତ
ଜିଲ୍ଲା ଏବଂ ସଚିବାଳୟର ରାଜସ୍ୱ ବିକାଶ ସମ୍ମିଳନୀ କକ୍ଷକୁ ସଂପ୍ରସାରଣ କରାଯାଇଥ#ଲା । ଜିଲ୍ଲାପାଳ ଏବଂ ବିଭାଗୀୟ ଅଧ#କାରୀମାନେ
କନ୍ଫେରେନ୍ସିଂ ମାଧ୍ୟମରେ ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ । ବକୃତା ଶେଷରେ କୃଷିମନ୍ତ୍ରୀ ଶ୍ରୀ ମହାରଥୀ ଡ଼ଃ ଗୁଲାଟିଙ୍କୁ ଏକ ଓଡ଼ିଶା
ସ୍ମାରକୀ ଉପହାର ଦେଇ ସମ୍ମାନିତ କରିଥ#ଲେ ।
ଉମାକାନ୍ତ ମହାପାତ୍ର,

Share in top social networks!