ଧାନ ସଂଗ୍ରହକୁ ଆହୁରି ବ୍ୟବସ୍ଥିତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

sanjayଚାଷୀମାନଙ୍କଠାରୁ ଧାନ ସଂଗ୍ରହକୁ ଅଧ#କ ବ୍ୟବସ୍ଥିତ କରିବା ସହିତ ଯେତେ ଶୀଘ୍ର ସଂଭବ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ କୁମାର ଦାସ ବର୍ମା ଜିଲ୍ଲା ଯୋଗାଣ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ଧାନ ସଂଗ୍ରହ ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ସହିତ ଏହାର ଦୈନିନ୍ଦିନ ଅଗ୍ରଗତି ସଂପର୍କରେ ସୂଚନା ଦେବାକୁ ମନ୍ତ୍ରୀ ଶ୍ରୀ ଦାସ ବର୍ମା ପରାମର୍ଶ ଦେଇଛନ୍ତିା

ଆଜି ଭୁବନେଶ୍ୱରଠାରେ ଆୟୋଜିତ ଜିଲ୍ଲା ଯୋଗାଣ ଅଧ#କାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଦାସ ବର୍ମା ଖରିଫ ବିପଣନ ବର୍ଷର ସମସ୍ତ ହିସାବ ତୁଟାଇ ରବି ପାଇଁ ଆଗୁଆ ପ୍ରସ୍ତୁତ ହେବାକୁ କହିଛନ୍ତିା ୨୦୧୫-୧୬ ଖରିଫ ବିପଣନ ବର୍ଷରେ ମାର୍ଚ୍ଚ ମାସ ୧୦ ତାରିଖ ସୁଦ୍ଧା ୩୯ ଲକ୍ଷ ୬୮ ହଜାର ୩୮୨ ମେଟି୍ରକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଥ#ଲାା ରାଜ୍ୟ ଯୋଗାଣ ନିଗମ, ମାର୍କଫେଡ୍, ଟିଡିସିସି ଓ ନାକଫ୍ ଚାଷୀମାନଙ୍କଠାରୁ ଧାନ କ୍ରୟ କରିଥ#ଲୋ
ପ୍ରାୟ ୩୪ ଲକ୍ଷ ୨୧ ହଜାର ୯୯୯ ମେଟି୍ରକ ଟନ ଧାନ ସଂଗୃହୀତ ହୋଇଛିା ତାହା ମଧ୍ୟରେ ୩୦ଟି ଜିଲ୍ଲାର ୧୬୦ଟି ପି-ପାସ୍ ବ୍ଲକ୍ରୁ ୨୬ ଲକ୍ଷ ୨୮ ହଜାର ମେଟିକ୍ ଟନ୍ ଧାନ ସଂଗୃହୀତ ହୋଇଛିା

ଧାନ କିଣା ବାବଦକୁ ଚାଷୀମାନଙ୍କୁ ପ୍ରାୟ ୪୪୫୦ କୋଟି ଟଙ୍କା ପ୍ରଦାନ କରାଯାଇଛିା ୧୬୦ଟି ପି-ପାସ୍ ବ୍ଲକ୍ମାନଙ୍କରେ ୪ ଲକ୍ଷ ୨୨ ହଜାର ୫୦୦ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ହୋଇଥ#ବା ବେଳେ ସେମାନଙ୍କର ଆକାଉଣ୍ଟକୁ ସିଧାସଳଖ ପ୍ରାପ୍ୟ ପ୍ରଦାନ କରାଯାଇଛିା ଚାଷୀମାନଙ୍କ ପାଖରେ ଯେମିତି ଶୀଘ୍ର ସେମାନଙ୍କର ପ୍ରାପ୍ୟ ପହଞ୍ଚେ ଓ ପ୍ରାପ୍ୟ ପ୍ରଦାନ ଜନିତ ଯେକୌଣସି ସମସ୍ୟାର ଅଗ୍ରାଧ#କାର ଭିତ୍ତିରେ ସମାଧାନ କରିବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତିା
ଭାରତୀୟ ଖାଦ୍ୟ ନିଗମ ସହ ସମନ୍ୱୟ ରଖ# ଏଫ୍ସିଆଇ ଦ୍ୱାରା ଚାଉଳ ଉଠାଣକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତିା

ରବି ଧାନ ସଂଗ୍ରହ ମେ ୧ ତାରିଖରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥ# ନିମନ୍ତେ ଅପ୍ରେଲ ପ୍ରଥମ ସପ୍ତାହରେ ଜିଲ୍ଲାସ୍ତରୀୟ ବୈଠକରେ କାର୍ଯ୍ୟକ୍ରମର ରୂପରେଖ ଚୂଡାନ୍ତ କରିବାକୁ ଯୋଗାଣ ଅଧ#କାରୀମାନଙ୍କୁ କୁହାଯାଇଛିା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହିତାଧ#କାରୀଙ୍କୁ କାର୍ଡ ବଣ୍ଟନ କରିବା ସହିତ
ସଂଦିU ହିତାଧ#କାରୀଙ୍କ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ କୁହା ଯାଇଥ#ବା ବେଳେ ନୂଆ ଆବେଦନ ଉପରେ ଶୀଘ୍ର ଅନୁସଂଧାନ କରି ନିଷ୍ପତ୍ତି ନେବାକୁ ଯୋଗାଣ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ହିତାଧ#କାରୀମାନେ ଯେଭଳି ଠିକଣା ଭାବରେ ଖାଦ୍ୟ ଶସ୍ୟ ପାଆନ୍ତି, ସେଥ#ପା ଇଁ ପଦକ୍ଷେପ ନେବା ସହ ନିୟମିତ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରାଯାଇଛିା ବାକୀ ଥ#ବା ଅନ୍ତୋଦ୍ୟୋୟ ଅନ୍ନ ଯୋଜନାରେ ହିତାଧ#କାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ
କରି କାର୍ଡ ଦେବାକୁ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତିା ରେସନ୍ କାର୍ଡ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ର ଅଧୁନାତନକରଣ, ମିଳୁ ନଥ#ବା ରେସନ୍ କାର୍ଡ ପାଇଁ ଅବିଳମ୍ବେ ବିକଳ୍ପ ବ୍ୟବସ୍ଥା ଉପରେ ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯାଇଛିା

ସୁଲଭ ମୂଲ୍ୟ ଦୋକାନଗୁଡିକର ଅଟୋମେସନ୍, କାର୍ଯ୍ୟାଳୟ ତଥା ଗୋଦାମଘର ନିର୍ମାଣ, ଚାଷୀମାନଙ୍କୁ ଅଖା ବା ଅଖାର ମୂଲ୍ୟ ଫେରସ୍ତ ଇତ୍ୟାଦି ପ୍ରସଙ୍ଗରେ ସମ୍ମିଳନୀରେ ଆଲୋଚନା କରାଯାଇଛିା ଆଳୁ ଦର ନିୟନ୍ତ୍ରଣ ପାଇଁ ବିଭାଗ ତରଫରୁ ବ୍ୟାପକ ନିର୍ଦ୍ଦେଶାବଳୀ ଜାରି କରାଯାଇଛିା କଳାବଜାରୀଙ୍କ ବିରୋଧରେ ଏନ୍ଫୋର୍ସମେଣ୍ଟ କଡାକଡି କରିବା ସହିତ ପାଇକାରୀ ଓ ଖୁଚୁରା ମୂଲ୍ୟ ସୂଚୀ ସର୍ବସାଧାରଣରେ ପ୍ରଦର୍ଶନ କରିବାକୁ କୁହାଯାଇଛିା ସରକାରୀ ଓ ଘରୋଇ ଶୀତଳ
ଭଣ୍ଡାରରେ ଗଚ୍ଛିତ ଆଳୁ ସଂପର୍କରେ ତୁରନ୍ତ ସୂଚନା ଦେବାକୁ ଯୋଗାଣ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା

ଏହି ସମ୍ମିଳନୀରେ ବିଭାଗୀୟ ଶାସନ ସଚିବ ମଧୁସୂଦନ ପାଢୀ, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ନାୟକ, ଅତିରିକ୍ତ ଶାସନ ସଚିବ ସଂଜୀବ ମିଶ୍ର, ନିର୍ଦ୍ଦେଶକ, ଖାଉଟି ବ୍ୟାପାର ମୃତୁ୍ୟଂଜୟ ହରିଚନ୍ଦନଙ୍କ ସମେତ ବିଭାଗର ବରିଷ୍ଠ ଅଧ#କାରୀ ଓ ବିଭିନ୍ନ ଜିଲ୍ଲାର
ଯୋଗାଣ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!