ଆଳୁଠୁ ଅନ୍ତୋଦୟ ପର୍ଯ୍ୟନ୍ତ, ବ୍ଳକରୁ ଜଳସେଚନ ବିଭାଗ ମୁଖ୍ୟାଳୟ ଟେଣ୍ଡର ଫିକ୍ସିଙ୍ଗର ସିବିଆଇ/ ଏସଆଇଟି ତଦନ୍ତ ଦାବି – ବିଜେପି

dpbjpଗ୍ରାମୀଣ ଅର୍ଥନିତୀକୁ ସୁଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦି ଏବଂ ମାନନୀୟ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏବର୍ଷ ଯେଉଁ ଲୋକାଭିମୁଖୀ ବଜେଟ ଉପସ୍ଥାପିତ କରିଛନ୍ତି, ସେଥିରେ ଓଡିଶା ସର୍ବାଧିକ ଲାଭାନ୍ୱିତ ହେବ । ପୂର୍ବ ବର୍ଷ ତୁଳନାରେ ଗ୍ରାମିଣ ବିକାଶ ପାଇଁ ଅଧିକ ଅର୍ଥ ବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନା ଅର୍ନ୍ତଗତ ପ୍ରତ୍ୟେକ ବିପିଏଲ ପରିବାରକୁ ମାଗଣାରେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯିବାର ଯେଉଁ ସଙ୍କଳ୍ପ କେନ୍ଦ୍ରସରକାର ନେଇଛନ୍ତି ଏହାକୁ ଆମେ ସାଧୁବାଦ ଜଣାଉଛୁ । ବର୍ତ୍ତମାନ ପ୍ରତି ପଞ୍ଚାୟତକୁ ସିଧାସଳଖ ୮୦ ଲକ୍ଷ୍ୟ ଓ ସହରାଞ୍ଚଳକୁ ୧ କୋଟି ୨୦ ଲକ୍ଷ୍ୟରୁ ଉଦ୍ଧ୍ୱର୍ ସିଧାସଳଖ ଅର୍ଥରାଶି ମିଳିବ । ଆଉ ଟାଇଲ – ଛପର ଘର ଦେଖିବାକୁ ମିଳିବ ନାହିଁ , ସବୁ ଘର ପକ୍କା ହେବ, ସବୁ ଘରକୁ ଶୌଚାଳୟ ଯୋଗାଇ ଦିଆଯିବ, ସବୁ ଘରକୁ ବିଜୁଳି ସଂଯୋଗ କରାଯିବ, ସବୁ ଗାଁକୁ ପକ୍କା ରାସ୍ତା, ସବୁ ଗାଁକୁ ପାନୀୟ ଜଳ, ସବୁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଯୁବକ/ଯୁବତୀଙ୍କୁ ପ୍ରଶିକ୍ଷିତ କରି ରୋଜଗାରକ୍ଷମ କରାଯିବ, ଓଡିଶାର କୃଷି ବିକାଶ ସହିତ ଚାଷୀର ଆୟକୁ ଦ୍ୱିଗୁଣୀତ କରାଯିବାର ଯୋଜନାକୁ ବିଜେପି ଓଡିଶା ସ୍ୱାଗତ କରୁଛି ।
ଅନ୍ୟ ପକ୍ଷରେ ଓଡିଶା ସରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅପରାଧିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ବ୍ଳକ୍ ଠାରୁ ଅରମ୍ଭ କରି ଜଳସେଚନ ବିଭାଗର ମୁଖ୍ୟାଳୟ ପର୍ଯ୍ୟନ୍ତ କୌଣସି ସ୍ଥାନ ଟେଣ୍ଡର୍ ଫିକ୍ସିଙ୍ଗ୍ରୁ ମୁକ୍ତ ନୁହେଁ । ଶାସକଦଳର ମନ୍ତ୍ରୀ, ବିଧାୟକ ଓ ଯନ୍ତ୍ରୀମାନେ ଟେଣ୍ଡର ଫିକ୍ସିଙ୍ଗ୍ରେ ସାମିଲ ଅଛନ୍ତି । ବିଜୁ ଜନତା ଦଳର ଏହି ହରିଲୁଟର ଏକ ନିରେପେକ୍ଷ ତଦନ୍ତ ପାଇଁ ଉଚ୍ଚ ନ୍ୟାୟାଳୟର ଏକ କାର୍ଯ୍ୟରତ ଜର୍ଜଙ୍କ ଦ୍ୱାରା ଏସଆଇଟି ଗଠନ କରାଯାଇ ଅଥବା ସିବିଆଇ ଦ୍ୱାରା ତଦନ୍ତ କରାଯାଉ ବୋଲି ରାଜ୍ୟ ପଦାଧିକାରୀ ଏବଂ ବିଧାୟକ ଦଳର ମିଳିତ ବୈଠକରେ ଦାବି କରାଯାଇଛି । ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଏପରି ସ୍ଥାଣୁତା ଆସିଛି ଯେ ରାଜ୍ୟ ସରକାରଙ୍କ ଫ୍ଲାଗ୍ସିଗ୍ ପ୍ରୋଗ୍ରାମ୍ ଆଳୁ ମିଶନ୍ ଫେଲ ହୋଇଯାଇଛି । ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ପରସ୍ପରକୁ ଦୋଷ ଦେଉଥିବା ବେଳେ ଖାଉଟି ୨୦ ଟଙ୍କାରୁ ଉଦ୍ଧ୍ୱର୍ରେ ଆଳୁ କିଲୋ କିଣିବାକୁ ବାଧ୍ୟ ହେଉଛି । ଅନ୍ତୋଦୟ ଅନ୍ନ ଯୋଜନାରେ ସାଢେ ୪ ଲକ୍ଷ୍ୟରୁ ଅଧିକ ଭୁତ କାର୍ଡ ସୃଷ୍ଟି କରାଯାଇଛି ଏବଂ ୧୬ ଶହରୁ ଅଧିକ କୋଟି ଟଙ୍କା ହଡପ କରାଯାଇଛି ବୋଲି ଉକ୍ତ ବୈଠକରେ ଅଭିଯୋଗ କରାଯାଇଛି । ଏକପକ୍ଷରେ କେନ୍ଦ୍ର ରାଜ୍ୟକୁ ଅବହେଳା କରୁଛି ବୋଲି ଅଭିଯୋଗ କରାଯାଉଥିବା ବେଳେ ଓକେସିଏଲ୍ ନାମରେ ଶହ ଶହ କୋଟି ଟଙ୍କା ଜାଲିଆତି କରାଯାଇଛି ଏବଂ ଯେଉଁ ପାଠ୍ୟକ୍ରମ ଅନୁମୋଦିତ ହୋଇନାହିଁ (ଙଝଉଓଞ) ତାର ଫ୍ରାଞ୍ଚାଇଜ୍ ଦେଇ ବେରୋଜଗାର ଯୁବକ/ଯୁବତୀଙ୍କୁ ଲୁଣ୍ଠନ କରିବାର ଲାଇସେନ୍ସ୍ ପ୍ରଦାନ କରାଯାଇଛି । ବିଜେପିର ଏହି ବୈଠକ ଉକ୍ତ କାର୍ଯ୍ୟର ଦୃଢ ପ୍ରତିବାଦ କରୁଛି ।
ବିଜେପିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପାଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଥାବରଚାନ୍ଦ୍ ଗେହେଲତ୍, କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅରୁଣ ସିଂ, ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ପୁଜାରୀ, ବରିଷ୍ଠ ନେତା ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ସାଧାରଣ ସମ୍ପାଦକ ସଂଗଠନ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର, ସାଧାରଣ ସମ୍ପାଦକ ଶାରଦା ଶ୍ରୀ ପ୍ରସାଦ ଶତପଥୀ, ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ, ରବି ନାୟକ, ପ୍ରଦୀପ ପୁରୋହିତ, ନିତେଶ ଗଙ୍ଗୋଦେଓ, ଗୋବିନ୍ଦ ଦାଶ, ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କ ସମେତ ସମସ୍ତ ଉପ ସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ସମସ୍ତ ମୋର୍ଚ୍ଚାର ସଭାପତି ଏବଂ ପ୍ରବକ୍ତା ମାନେ ଉପସ୍ଥିତ ଥିଲେ ।

Share in top social networks!