କେଉଁ ବିଭାଗରେ ଟେଣ୍ଡର ଫିକ୍ସିଙ୍ଗ୍ କରି ଅପରାଧିମାନେ ଶକ୍ତିଶାଳୀ ହୋଇଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ-ବିଜେପି ।

bjpbudgetମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମରେ କଂଗ୍ରେସର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରମଶେ ଜେନାଙ୍କ ଗିରଫଦାରି ଓ ପରବର୍ତ୍ତି ସମୟରେ ଆସିକାର ସାଂସଦ ଶ୍ରୀଯୁକ୍ତ ଲଡୁ କିଶୋର ସ୍ୱାଇଁ ରାଜ୍ୟ ବରିଷ୍ଠ ମନ୍ତ୍ରୀ ଶ୍ରୀଯୁକ୍ତ ଦାମୋଦର ରାଉତ ଓ ବିଜେଡିର ପ୍ରବକ୍ତା ଶ୍ରୀଯୁକ୍ତ ସମୀର ଦାଶଙ୍କରବକ୍ତବ୍ୟ ପୋଲିସ ଓ ପ୍ରଶାସନର ଦକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବଜେପିରରଜ୍ୟପ୍ରବକ୍ତା ଶ୍ରୀଯୁକ୍ତ ସଜ୍ଜନ ଶର୍ମା କହିଛନ୍ତି ।

ସରକାରୀ ଦଳ ସହ ଅପରାଧ ଜଗତର ସମ୍ପର୍କ ବାବଦରେ ପ୍ରତିଦିନ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସିବା ଆରମ୍ଭ କରିଛି । ରାଜ୍ୟସରକାରଙ୍କ ଦୋମୁହାଁ ନୀତି ମଧ୍ୟ ଚର୍ଚ୍ଚାର ବଷୟ ହୋଇଛି ଦୀର୍ଘ ୧୬ ବର୍ଷ ଧରି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହବିଭାଗର ମନ୍ତ୍ରୀ ରହି ଆସିଛନ୍ତି କଟକର ଧଳସାମନ୍ତ ହୁଅନ୍ତୁ କି ଗଞ୍ଜାମର ରମେଶଜେନା ହୁଅନ୍ତୁ ସମସ୍ତେ ଏହି ସମୟରେ ହିଁ ଅପରାଧ ଘଟାଇଛନ୍ତି ଓ ନିଜ ସାମ୍ରାଜ୍ୟକୁ ଶକ୍ତିଶାଳୀ କରିଛନ୍ତି ।ସରକାରଙ୍କ ଦୋମୁହାଁନୀତି କାରଣରୁ ଅପରାଧ ବଢୁଛି । ଶ୍ରୀଯୁକ୍ତ ଲଡୁକିଶୋର ସ୍ୱାଇଁ ପରି ବରିଷ୍ଠ ସାଂସଦ ରମେଶ ଜେନାଙ୍କର ଗିରଫ ହେବା ଘଟଣା ପରେ ଯେଉଁ କଥା କହୁଛନ୍ତି ସେ ଗୁଡିକ ଆଗରୁ କହିବା ପାଇଁ ତାକୁ କିଏ ବାରଣ କରିଥିଲା ? ଶ୍ରୀଯୁକ୍ତ ଦାମୋଦର ରାଉତଙ୍କୁ କେଉଁ କଥା ଅସହାୟ କରିଛି ? ଧଳସାମନ୍ତ ଓ କଟକ ବିଧାୟକଙ୍କ କି ସମ୍ପର୍କ ରହିଛି ? ବିଜେଡିର ଜନଜାଗରଣ ଯାତ୍ରାର ପ୍ରସ୍ତୁତି ଓ ଯାତ୍ରାରେ ଧଳସାମନ୍ତଙ୍କର କି ସମ୍ପୃକ୍ତି ରହିଛି ? ଶାସକ ଦଳର ଅପରାଧି ପ୍ରୀତି ଆଇନ ଶୃଖଳାକୁ ଅଧୋପତ୍ତନ ଆଡକୁ ନେଇ ଯାଉଛି ଓ ସେମାନେ କାରବାଇନ୍ ପରି ହତିଆର ବ୍ୟବହାର କରିବାରେ ମଧ୍ୟ ପଶ୍ଚାତପଦ ହେଉ ନାହାନ୍ତି । ଶାସକ ଦଳ ଦଳୀୟ ଲାଭ ପାଇଁ ଅପରାଧିଙ୍କୁ ବ୍ୟବହାର କରୁଛି । ଏହି କଥା ସ୍ପଷ୍ଟ ହୋଇ ଯାଉଛି ବୋଲି ଶ୍ରୀଯୁକ୍ତ ଶର୍ମା କହିଛନ୍ତି ।

ଆଇନ ଯଦି ସମସ୍ତଙ୍କ ପାଇଁ ସମାନ ଭାବେ କାମ କରୁଥାନ୍ତା ତେବେ ନୀରିହ ବଜେପି କର୍ମୀ ମାନେ ତିର୍ତ୍ତୋଲରେ ଗିରଫ ହୋଇ ନ ଥାନ୍ତେ ତ୍ତିତ୍ତୋଲ ଥାନା ଭାଙ୍ଗିବା ଅଭିଯୋଗରେ ଅଭିଯୁକ୍ତ ଡାଃ ପ୍ରମୋଦ ମଲ୍ଲିକ ନିର୍ଭୟରେ ବୁଲୁ ନଥାନ୍ତେ ? ନବୀନ ପଟ୍ଟନାୟକଙ୍କୁ ସମର୍ଥନକରି ଓଡିଶା ମାଟିରେ ଚିଟ୍ଫଣ୍ଡ ନାମରେ ଲୁଟ ହୋଇଛି ।ମୁଖ୍ୟମନ୍ତ୍ରୀ ସେ କମ୍ପାନିମାନଙ୍କର ଫିତା କାଟିଛନ୍ତି , ଖଣିଚୋର ମାନେ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣିଜ ଦ୍ରବ୍ୟ ଚୋରି କରିଛନ୍ତି,କାମ ନକରି ଜଳସେଚନ ,ରାସ୍ତା ,କୋଠାବାଡି ବିଭାଗରୁ ବିଲ ପାଇବା କିଛି ନୂଆ ନୁହେଁ । କେଉଁ ବିଭାଗର ଟେଣ୍ଡର ଫକ୍ସିଙ୍ଗ୍ କରି ଏହି ଅପରାଧି ମାନେ ଶକ୍ତିଶାଳୀ ହୋଇଛନ୍ତି, ତାହା ରାଜ୍ୟ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ନିକଟରେ ସ୍ପଷ୍ଟ କରିବା ଦରକାର ବୋଲି ବିଜେପିର ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା କହିଛନ୍ତି ।

Share in top social networks!