ନାଲ୍‌କୋ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

nalcoprଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପକ୍ଷରୁ ଭୁବନେଶ୍ୱର ସ୍ଥିତ ଏହାର ମୁଖ୍ୟ କାର୍ଯ୍ୟାଳୟ ଠାରେ ଗତ କାଲି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ, ନିକଟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ବିଶିଷ୍ଟ ସାରସ୍ୱତ ସାଧିକା ଡ. ଶକୁନ୍ତଳା ବଳିୟାର ସିଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । କଟକ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୨ର ପ୍ରିନ୍ସିପାଲ ତଥା ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ରାୟ ସମ୍ମାନିତ ଅତିଥି ଭାବେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ନାଲ୍‌କୋର ନିଦେ୍ର୍ଦଶକ (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ ମଧ୍ୟ ଏହି ଅବସରରେ ଉଦ୍‌ବୋଧନ ଦେଇ ନିଜର ମତାମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ନିଦେ୍ର୍ଦଶକ (ପି ଆଣ୍ଡ୍‌ ଟି) ଶ୍ରୀ ଏନ୍‌.ଆର୍‌. ମହାନ୍ତି, ନିଦେ୍ର୍ଦଶକ (ଅର୍ଥ) ଶ୍ରୀ କେ.ସି. ସାମଲ ଏବଂ ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ପି.କେ. ମହାନ୍ତି, ଆଇଏଏସ୍‌ ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ, ସହାୟକ ମହାପ୍ରବନ୍ଧକ (ସିଷ୍ଟମ୍‌) ଶ୍ରୀମତୀ ଆର୍‌.ବିଜୟା ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଲୋକସମ୍ପର୍କ ବିଭାଗର ଶ୍ରୀମତୀ ଭି. ଅନୁରାଧା କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ସିନିଅର୍‌ ମ୍ୟାନେଜର୍‌ (ଏଚ୍‌ଆର୍‌ଡି) ଶ୍ରୀମତୀ ଗୀତା ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ, ନାଲ୍‌କୋ ମହିଳା ସମିତିର ସଦସ୍ୟା ଶ୍ରୀମତୀ ସବିତା ପଟ୍ଟନାୟକଙ୍କ ନିଦେ୍ର୍ଦଶନାରେ ଏକ ନୃତ୍ୟ ନାଟିକା ପରିବେଷିତ ହୋଇଥିଲା ।

Share in top social networks!