ଆଳୁର ଅହେତୁକ ଦରବୃଦ୍ଧି ରୋକିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପଦକ୍ଷେପ

ଚଳିତ ବର୍ଷ ପ୍ରତିକୂଳ ପାଣିପାଗ ଯୋଗୁଁ ଦେଶରେ ଆଳୁ ଉତ୍ପାଦନ କମିଛିା ଓଡ଼ିଶାରେ ମଧ୍ୟ ଉତ୍ପାଦନ ହ୍ରାସ ପାଇଛିା ଓଡ଼ିଶା ମୁଖ୍ୟତଃ ଆଳୁର ଚାହିଦା ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରୋ ସେଠାରେ ଆଳୁ ଉତ୍ପାଦନ ପ୍ରାୟ ୨୦ ଶତାଂଶରୁ ୩୦ ଶତାଂଶ କମ୍ ଥ#ବା ଜଣାପଡିଛିା ଏଭଳି ସ୍ଥିତିରେ ଖାଉଟିମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖ# ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖ#ବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ କୁମାର ଦାସ ବର୍ମା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତିା

ଆଜି ସଚିବାଳୟଠାରେ ମନ୍ତ୍ରୀ ଶ୍ରୀ ଦାସ ବର୍ମା ଆଳୁର ଅହେତୁକ ଦରବୃଦ୍ଧି ସଂପର୍କରେ ସ୍ଥିତିର ସମୀକ୍ଷା କରିଛନ୍ତିା ଆଳୁର ଅହେତୁକ ଦରବୃଦ୍ଧି ଉପରେ ନଜର ରଖ#ବା ପାଇଁ
ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସ୍ଥାନୀୟ ପାଇକାରୀ ବ୍ୟବସାୟୀଙ୍କ ସହିତ ଆଲୋଚନା କରି ଖୁଚୁରା ଦର ଉପରେ ଲଗାମ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯିବା ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନ୍ତର୍ଗତ ପ୍ରାବଧାନଗୁଡିକୁ କଡାକଡି ଭାବେ ଲାଗୁ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛିା
ଏହି ବୈଠକରେ ବିଭାଗୀୟ ଶାସନ ସଚିବ ମଧୁସୂଦନ ପାଢୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ, ନାଫେଡ୍ର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥ#ଲୋ

Share in top social networks!