ଗଞ୍ଜାମରେ ଦେଖାଦେଲା ଅତି ବିରଳ ଶ୍ରେଣୀର ଇଜିପ୍ସିଆନ୍ ଶାଗୁଣା

vulturee1ପୃଥିବୀ ପୃଷ୍ଠରୁ ଦୃତ ବେଗରେ ଅଦୃଶ୍ୟ ହୋଇ ଆସୁଥିବା କିଛି ପ୍ରାଣୀଙ୍କ ମଧ୍ୟରେ ଇଜିପ୍ସିଆନ୍ ଶାଗୁଣା ଅନ୍ୟତମ୤ ଆଜି ସକାଳେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏହିପରି ବିରଳ ଏକ ପକ୍ଷୀକୁ ଆବିଷ୍କାର କରିଛନ୍ତି ପକ୍ଷୀପ୍ରେମୀ ତଥା ବ୍ରହ୍ମପୁର ବାର୍ଡ଼ସର ପ୍ରତିଷ୍ଠାତା ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ୤ ପକ୍ଷୀମାନଙ୍କର ଚିତ୍ର ଉତ୍ତୋଳନ କରି ସଂରକ୍ଷଣ କରୁଥିବା ଡା ପଟ୍ଟନାୟକ ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଭେଟନଈଠାରେ କୃଷ୍ଣସାର ମୃଗର ଚିତ୍ର ଉତ୍ତୋଳନ କରୁଥିବା ବେଳେ ଏହି ପକ୍ଷୀକୁ ଦେଖି ଆନନ୍ଦିତ ହୋଇଥିଲେ୤ ଏବଂ ଅନ୍ୟୁନ ପାଞ୍ଚଶହ ମିଟର ଦୂରରୁ ଏହି ପକ୍ଷୀର ଚିତ୍ର ଉତ୍ତୋଳନ କରିଥିଲେ୤ ଚିତ୍ର ଉଠାଉଥିବା ସମୟରେ ସେଠାରେ ଅନ୍ୟୁନ ଚାରିଟି ଶାଗୁଣା ସେ ଦେଖିଥିବା କଥା ଜଣାଇଛନ୍ତି୤ ସ୍ଥାନୀୟ ଅଧିବାସୀଙ୍କ ଅନୁଯାୟୀ ସେମାନେ ଅନେକ ବର୍ଷ ହେବ ଶାଗୁଣା ଦେଖିନାହାନ୍ତି୤

ବିଭିନ୍ନ ରୋଗରେ ପଶୁମାନଙ୍କୁ ଚିକିତ୍ସା କରିବାପାଇଁ ଦିଆଯାଉଥିବା ଔଷଧକୁ ମରଣୋପରାନ୍ତ ଏହି ପକ୍ଷୀମାନେ ଖାଉଥିବା ହେତୁ ନିଜେ ମୃତ୍ୟୁମୁଖରେ ପଡୁଛନ୍ତି ଏବଂ ଏହାଦ୍ବାରା ଦିନକୁ ଦିନ ପକ୍ଷୀମାନଙ୍କ ସଂଖ୍ୟା କମ ହେବାରେ ଲାଗିଛି୤

ଏହି ପକ୍ଷୀର ଆବିଷ୍କାର ଦ୍ବାରା ସଂପୃକ୍ତ ଅଞ୍ଚଳରେ ପକ୍ଷୀମାନଙ୍କ ବାସୋପଯୋଗୀ ଏବଂ ସେମାନଙ୍କୁ ସୁହାଇଲା ପରି ପରିବେଶ ରହିଛି ଏବଂ ଡା ପଟ୍ଟନାୟକ ସେହି ଅଞ୍ଚଳକୁ ପୁଣିଥରେ ଯାତ୍ରା କରି ଅଧିକ ତଥ୍ୟ ସଂଗ୍ରହ କରିବେ ବୋଲି ଜଣାଇଛନ୍ତି୤

Share in top social networks!