ରାହାଗିିରି ବେଳେ ବିଜୁବାବୁଙ୍କୁ ମନେପକାଇଲେ ରାଜଧାନୀବାସୀ, ଓଡ଼ିଶା ଲାଇଭ୍୍ ପକ୍ଷରୁ ଦସ୍ତଖତ ଓ ଚିତ୍ର ପ୍ରଦର୍ଶନୀ

odliveପ୍ରବାଦପୁରୁଷ ବିଜୁ ପଟ୍ଟନାୟକଂକ ୧୦୦ତମ ଜନ୍ମଦିନର ପରଦିନ ରାହଗିରି ପଡ଼ିଥିବାରୁ ଏଥର ରାଜଧାନୀବାସୀ ଏହି ଜନନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ଆଜି ୱେବ୍୍ ଚ୍ୟାନେଲ୍୍ ଓଡ଼ିଶା ଲାଇଭ୍୍ ପକ୍ଷରୁ ରାହଗିରି ରାସ୍ତାରେ ଏକ ଦସ୍ତଖତ ଅଭିଯାନ ଓ ଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ବୟସ ଓ ବର୍ଗର ଜନତା ଉତ୍ସାହର ସହ ଭାଗନେଇ ବିଜୁବାବୁଙ୍କୁ ନିଜ ନିଜ ଷ୍ଟାଇଲ୍୍ରେ ଓ ଶବ୍ଦରେ ଶ୍ରଦ୍ଧାଂଜଳି ଜଣାଇଥିଲେ ।

ଏହି ଅବସରରେ ଭୁବନେଶ୍ୱର ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟଶାଣି, ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ବିଧାୟକ ଶଶିଭୂଷଣ ବେହେରା, ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ବରିଷ୍ଠ ଚିତ୍ରଶିଳ୍ପୀ ଡକ୍ଟର ଦିନନାଥ ପାଠୀ, ଚଳଚିତ୍ରକାର ବୀରେନ ଦାସ, ସାମାଜିକକର୍ମୀ ଜଗଦାନଂଦ, ଉକ୍ରଳ ସଂକ୍ୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବେନ୍ଦ୍ର ନାଥ ଜେନା, ବରିଷ୍ଠ ସାଂବାଦିକ ଦିଲ୍ଲିପ ମିଶ୍ର, ଆଇଟି ପ୍ରମୁଖ ଅୟସକାନ୍ତ ମହାନ୍ତି ପ୍ରମୁଖ ସାଧାରଣ ଲୋକଂକ ସହ ମିଶି ଦସ୍ତଖତକରି ବିଜୁବାବୁଂକୁ ସ୍ମରଣ କରିଥିଲେ ।

ବିଶେଷକରି ମଂଚରେ ପ୍ରସ୍ତୁତ କରାଯାଇଥିବା ବିଜୁବାବୁଙ୍କ ସାଇକେଲ୍ ଚଢା ଚିିତ୍ର ପ୍ରତି ଯୁବପିଢିର ଆକର୍ଷଣ ଦେଖିବାକୁ ମିଳିଥିଲା । ସେହିପରି ବିଜୁଂକ ପୂର୍ଣାବୟକ ବିଶାଳ ଫଟୋ ପାଖରେ ଠିଆହୋଇ ଲୋକେ, ଖାସ୍୍ କରି ଯୁବପିଢି ଫଟୋନେବାର ଦୃଶ୍ୟ ମଜାଦାର ଥିଲା । ସାନ ସାନ ପିଲାମାନେ ମଧ୍ୟ କିଛି କଛି ବାର୍ତା ଲେଖୁଥିବାର ଦେଖିବାକୁ ମିଳିଥିଲା ।

ୱେବ୍୍ ଚ୍ୟାନେଲ୍୍ ଓଡ଼ିଶା ଲାଇଭ୍୍ ପକ୍ଷରୁ ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ବରିଷ୍ଠ ଶିଳ୍ପୀ ବଳଦେବ ମହାରଥାଂକ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଚିତ୍ର ବିଜୁବାବୁଙ୍କ ବଳିଷ୍ଠ ବ୍ୟକ୍ତ୍ୱି୍ୱିକୁ ପୁରୁଣା ଓ ନୂଆ ଉଭୟ ପିଢି ସହ ଯୋଡ଼ିବାରେ ସକ୍ଷମ ହୋଇଥିଲା ।

ଏହି ଅବସରରେ ଓଡ଼ିଶା ଲାଇଭ୍୍ର ପ୍ରତିଷ୍ଠାତା ଓ ସଂପାଦକ ନୀଳାମ୍ବର ରଥ, ନିର୍ଦେଶକ ପ୍ରଣତି ପରିଡ଼ା, ସେଲସ୍୍ ହେଡ଼୍ ସଂଦୀପ ବେହେରା ଓ ପୂରା ଟିମ୍ ଉପସ୍ଥିତ ଥିଲେ ।

Share in top social networks!