ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡାଙ୍କର ନୂତନ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସମିତି ଘୋଷଣା ଅବସରରେ ବକ୍ତବ୍ୟ

bjppp ରାଜ୍ୟର ୪୦ ଲକ୍ଷ ସଦସ୍ୟ ରାଜ୍ୟ ତଥା କେନ୍ଦ୍ର ନେତୃବୃନ୍ଦଙ୍କର ସହଭାଗିତାରେ ରାଜ୍ୟ ନିର୍ବାଚନ ସମ୍ପୁର୍ଣ୍ଣ ହୋଇଛି ଏବଂ ଏ ସମସ୍ତେ ମୋ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛନ୍ତି ।
ସଂଗଠନ ଦୃଷ୍ଟିରୁ ଆମ ରାଜ୍ୟରେ ମୋଟ ୩୫ ହଜାର ୮୯୪ଟି ସ୍ଥାନୀୟ ସମିତି (ବୁଥ୍),୯୯୯ ଟି ମଣ୍ଡଳ (୮୫୩ଟି ଗ୍ରାମୀଣ ମଣ୍ଡଳ ଓ ଜିଲ୍ଲା ପରିଷଦ ଜୋନ୍),(୧୪୬ଟି ନଗର ମଣ୍ଡଳ,ଏନ୍ ଏ ସି ଓ ମୁନିସପାଲିଟି ସହିତ ଏବଂ ୩୬ଟି ଜିଲ୍ଲାରେ ବିଭକ୍ତ କରାଯାଇଛି ।
୩୫,୮୯୪ ସ୍ଥାନୀୟ ସମିତି ମଧ୍ୟରୁ ୨୦ ହଜାର ସ୍ଥାନୀୟ ସମିତି ୭୦୦ ରୁ ଅଧିକ ମଣ୍ଡଳ ୩୦ ସାଂଗଠନିକ ଜିଲ୍ଲାରେ ଜିଲ୍ଲା ସଭାପତି ନିର୍ବାଚନ ହେବା ପରେ ରାଜ୍ୟ ସଭାପତି ନିର୍ବାଚନ ଶେଷ ହୋଇଛି ।
ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେବା ପରେ ରାଜ୍ୟର ଅନେକ ସକ୍ରୀୟ ଯୋଗ୍ୟ ତଥା ସକ୍ଷମ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରୁ ୨୪ ଜଣକୁ ପଦାଧିକାରୀ ରୂପେ ଗ୍ରହଣ କରାଯାଇଛି । ସେଥିମଧ୍ୟରୁ ୭ ଜଣ ଉପ ସଭାପତି ୪ ଜଣ ସାଧରଣ ସମ୍ପାଦକ, ଜଣେ ସାଧାରଣ ସମ୍ପାଦକ ( ସଂଗଠନ), ଜଣେ କୋଷାଧ୍ୟକ୍ଷ ଏବଂ୧୦ ଜଣକୁ ସମ୍ପାଦକ ଦାୟୀତ୍ୱ ଅର୍ପଣ କରାଯାଇଛି । ପୁଣି ଯୁବ,ମହିଳା, କୃଷକ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି. ସଂଖ୍ୟାଲଘୁ ତଥା ଓବିସି ମୋର୍ଚ୍ଚା ପାଇଁ ୭ ଜଣ ବରିଷ୍ଠ ନେତା ଓ ନେତ୍ରୀଙ୍କୁ ଦାୟୀତ୍ୱ ଦିଆଯାଇଛି । ୪ ଜଣ ବରିଷ୍ଠ ନେତାଙ୍କୁ ଦଳର ମୁଖପାତ୍ର ରୂପେ ଗୁରୁ ଦାୟୀତ୍ୱ ଅର୍ପଣ କରାଯାଇଛି । ୭୯ ଜଣକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୩୮ ଜଣକୁ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଓ ୯୨ ଜଣକୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରୂପେ ଗ୍ରହଣ କରାଯାଇଛି ।
ସମସ୍ତଙ୍କ ସହ ପରାମର୍ଶ କରି ଏକ ସର୍ବବ୍ୟାପୀ,ସର୍ବସ୍ପର୍ଶୀ, ସର୍ବଗ୍ରାହୀ କାର୍ଯ୍ୟକାରିଣୀ ଗଠନ କରାଯାଇଛି । ଯୁବକ, ମହିଳା, ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗକୁ ଯଥା ସ୍ଥାନ ଦିଆଯାଇଛି । ରାଜ୍ୟର ସବୁ ଅଞ୍ଚଳକୁ ପ୍ରତିନିଧିତ୍ୱ ଦିଆଯାଇଛି ।
୪୦ଲକ୍ଷ ସଦସ୍ୟ/ସଦସ୍ୟାଙ୍କର ଏକ ବିଶାଳ ଶକ୍ତିକୁ ସକ୍ରିୟ ଏବଂ ଚଳଚଞ୍ଚଳ କରି ପାର୍ଟିକୁ ତୃଣମୂଳ ସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ସଦୃଢ କରିବା ସହିତ ଯଶସ୍ୱୀ କରିବାର ଗୁରୁ ଦାୟୀତ୍ୱ ମୋ ଉପରେ ଏବଂ ମୋର ଟିମ ଉପରେ ନ୍ୟସ୍ତ ରହିଛି । ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ମୁଁ ପ୍ରତିଜ୍ଞାବଦ୍ଧ ।
ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଜନାଭିମୁଖୀ କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାକୁ ମୋର ଟିମ ସଙ୍କଳ୍ପବଦ୍ଧ ।
ରାଜ୍ୟ ସରକାରଙ୍କର ଜନ ବିରୋଧି କାର୍ଯ୍ୟକଳାପ ଓ ଭ୍ରଷ୍ଟାଚାରକୁ ଲୋକଲୋଚନକୁ ଆଣିବାର କାର୍ଯ୍ୟ କରିବାକୁ ୪.୫ କୋଟି ଓଡିଶାବାସୀଙ୍କ ନିକଟରେ ମୁଁ ପ୍ରତିଶୃତିବଦ୍ଧ ।

Share in top social networks!