ଟେଲିଫୋନ୍ ଟ୍ୟାପିଂ ମାମଲା: ମୁଖ୍ୟଶାସନ ସଚିବ, ଗୃହ ସଚିବଙ୍କୁ ରିପୋର୍ଟ ତଲବ

ରାଜ୍ୟ ଗୃହ ସଚିବ ଦ୍ଵାରା ମନଇଛା ଟେଲିଫୋନ୍ ଟ୍ୟାପିଂ କରାଯିବା ମାମଲାରେ ଜାତୀୟ ମାନବାଧିକାର କମିସନ୍ ହସ୍ତକ୍ଷେପ କରିଛନ୍ତି | ଟେଲିଫୋନ୍ ଟ୍ୟାପିଂ କରାଯାଉଥିବା ନେଇ ହେଉଥିବା ଅଭିଯୋଗ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ଜାତୀୟ ମାନବାଧିକାର ସମିସନ୍ ନିର୍ଦେଶ ଦେଇଛନ୍ତି | ରାଜ୍ୟ ଗୃହ ଭିବାଗ ୨୦୦୯ ରୁ ସେପ୍ଟମ୍ବର ୨୦୧୨ ମଧ୍ୟରେ ରାଜ୍ୟ ୪୬୨୦ ଜଣ ବ୍ୟକ୍ତିଙ୍କ ଫୋନ୍ ଟ୍ୟାପିଂ କରିଥିବା ନେଇ ମାନବାଧିକାର ସଂଗଠନ ‘ଇଣ୍ଡିଆ ମିଡିଆ ସେଣ୍ଟର’ ର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର ସମିସନ୍ ଙ୍କ ନିକଟରେ ଅଭିଯୋଗ କରିଛନ୍ତି |
DSCF9641
ଏଭଳି ଟେଲିଫୋନ୍ ଟ୍ୟାପିଂ ସମ୍ବିଧାନର ଧାରା ୧୯(୧)(କ) ଓ ଧାରା ୨୧ ଅନୁସାରେ ବ୍ୟକ୍ତିଗତ ସ୍ଵାଧୀନତା ଓ ଗୋପନୀୟତା ଓ ବାକ୍ ସ୍ଵାଧୀନତା ଅଧିକାର କ୍ଷୁର୍ଣ କରୁଛି ବୋଲି ଆବେଦନକାରୀ ଅଭିଯୋଗ କରିବା ସହ କମିସନ୍ ଙ୍କ ହସ୍ତକ୍ଷେପ ଲୋଡିଥିଲେ | କମିସନ୍ ଏହାର ଶୁଣାଣି କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି | ରିପୋର୍ଟ ଦେବାରେ ଅବହେଳା ହେଲେ କମିସନ୍ ନିଜ ଆଡୁ ରାୟ ଶୁଣାଇବେ ବୋଲି ନିର୍ଦେଶ ଦେଇଛନ୍ତି |

ଇଣ୍ଡିଆନ୍ ଟେଲିଫୋନ୍ ଆକ୍ଟ ୧୮୮୫ ଅନୁସାରେ ଏହି ଟେଲିଫୋନ୍ ଟ୍ୟାପିଂ କରାଯାଉଥିଲେ ମଧ୍ୟ ୧୦୦ବର୍ଷ ପୁରୁଣା ଏହି ଆଇନରେ ପରିବର୍ତ୍ତନ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି | ଆବେଦନକାରୀଙ୍କ ପକ୍ଷରୁ ଆଡ଼ଭୋକେଟ୍ ନିଶିକାନ୍ତ ମିଶ୍ର ମାମଲା ପରିଚାଳନା କରୁଛନ୍ତି |