ବିଜୁ ବାବୁଙ୍କ କେଉଁ ସ୍ୱପ୍ନ ପୂର୍ଣ୍ଣ ହେଲା ରାଜ୍ୟ ସରକାର ଜବାବ ଦେବେ କି ? :ବିଜେପି

ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ପଞ୍ଚାୟତକୁ ତାହାର ସାମ୍ବିଧାନିକ ଅଧିକାର ଦେବା । ୭୩ ତମ ସମ୍ବିଧାନ ସଂଶୋଧନ ବଳରେ ଯେଉଁ ଅଧିକାର ପଞ୍ଚାୟତକୁ ଦିଆ ଯାଇଛି ସେହି ଅଧିକାର ନବୀନ ବାବୁ କେବେ ଫେରାଇବେ ବୋଲି ବିଜେପି ପ୍ରଶ୍ନ କରିଛି? ବିଜୁ ଜନତା ଦଳ ନିଜକୁ ବିଜୁ ବାବୁଙ୍କ ଦାୟାଦ ବୋଲି ଦାବି କରିଆସୁଛି, ତାହେଲେ ସେ କେବେ ସମସ୍ତଙ୍କ ମୁଣ୍ଡକୁ ଛାତ ଯୋଗାଇବ ? ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ରାଜ୍ୟରେ ଦକ୍ଷ ଶିକ୍ଷକ ଏବଂ ଯଥେଷ୍ଟ ବିଦ୍ୟାଳୟ ସ୍ଥାପନା କରିବା , ବିଗତ ବର୍ଷ ସାରା ଶିକ୍ଷକମାନେ ରାଜ୍ୟ ରାସ୍ତାରେ ବସିଛନ୍ତି ।ଏବେ ସେହି ଶିକ୍ଷକ କେବେ ପାଠ ପଢାଇବେ ? ଓଡିଶା ଭବିଷ୍ୟତକୁ ନଷ୍ଟ କରିବାର ଯେଉଁ ସ୍ଥିତି ରାଜ୍ୟ ସରକାର ସୃଷ୍ଟି ଚାଲିଛନ୍ତି ଏଥିରେ କେବେ ସୁଧାର ଆସିବ ବୋଲି ବିଜେପି ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି ।

ରାଜ୍ୟର ସରପଞ୍ଚମାନେ କେବେ ପିଡି,ଡିଆରଡିଏ ଆଳରେ ଚାଲିଥିବା ବିଜେଡି ବିଧାୟକମାନଙ୍କ କବଳରୁ ମୁକ୍ତ ହେବେ ? ସେହିପରି ପଞ୍ଚାୟତ କେବେ ସ୍ୱୟଂଶାସିତ ହୋଇପାରିବ । ରାଜ୍ୟ ସରକାର କେବେ ଏହି ଅଧିକାର ଗୁଡିକ ସେମାନଙ୍କୁ ଦେବେ ବୋଲି ଶର୍ମା ପ୍ରଶ୍ନ କରିଛନ୍ତି । ପଞ୍ଚାୟତରାଜ ଦିବସରେ ଏବଂ ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ପଞ୍ଚାୟତକୁ ତୁରନ୍ତ ସ୍ୱୟଂଶାସିତ ଅଧିକାର ପ୍ରଦାନ କରାଯାଉ ।

ସେହିଭଳି ଆଧୁନିକ ଜ୍ଞାନ କୈାଶଳକୁ ଯଦି ଧରାଯାଏ ତେବେ ପ୍ରତ୍ୟେକ ଗ୍ରାମ ଏବଂ ଘରେ ବିଜୁଳିର ସୁବିଧା ଥିବା ଦରକାର , ଯାହା ଦ୍ୱାରା ଯୁବକଯୁବତିମାନେ ଇଣ୍ଟରନେଟ୍ର ବ୍ୟବହାର ସଠିକ ଭାବେ କରି ପାରିବେ ।ମାତ୍ର ପ୍ରତ୍ୟେକ ଗ୍ରାମକୁ ବିଜୁଳି ଯୋଗାଇବାରେ ମଧ୍ୟ ରାଜ୍ୟ ସରକାର ସଫଳ ହୋଇନାହାନ୍ତି । ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ଓଡିଆ ଯୁବକ ଯୁବତି ଆର୍ନ୍ତଯାତୀୟ ସ୍ତରରେ ପ୍ରତିଯୋଗିତା କରିବେ । ଯେଉଁପର୍ଯ୍ୟନ୍ତ ଏହି ସୁବିଧା ସେମାନଙ୍କୁ ଯୋଗାଇ ଦିଆ ଯାଇପାରିବନି ଏହା କିପରି ସମ୍ଭବ ହେବ ବୋଲି ବିଜେପି କହିଛି । ବିଜ୍ଞାପନ ଜରିଆରେ ରାଜ୍ୟ ସରକାର ବିଜୁବାବୁଙ୍କର ଅଭିଳାଷ ବାବଦରେ ଯେଉଁ ବାର୍ତ୍ତା ଦେଇଛନ୍ତି ସେଗୁଡିକ କେତେ ଦିନରେ ପୂରଣ କରାଯିବ , ତାହାର ଏକ ସ୍ପଷ୍ଟି କରଣ ରାଜ୍ୟ ସରକାର ଓଡିଶାବାସୀଙ୍କୁ ପ୍ରଦାନ କରନ୍ତୁ ।

Share in top social networks!