ରାଜଧାନୀରେ ପ୍ରଥମ ମହିଳା କାର ର୍ୟାଲିର ଆଯୋଜନ

carrallyପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ୬ ମାର୍ଚ୍ଚ ୨୦୧୬ ରେ ମହିଳା କାର ର୍ୟାଲି ଏକ ମହା ଆୟୋଜନ କରାଯାଇଛି, ଯେଉଁଥିରେ ପାଖାପାଖି ୧୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ପ୍ରଥମେ ସୈନିକ ସ୍କୁଲ, ବାଣୀ ବିହାର, ରାମ ମନ୍ଦିର, ସାସ୍ତ୍ରୀ ନଗର, ଜୟେଦେବ ବିହାର ଆଦି ସ୍ଥାନ ଦେଇ ଅନ୍ୟୁନ ୪୦ କିମି ପଥ ଅତିକ୍ରମ କରିସାରିବା ପରେ ଶେଷରେ ୭ମ ବାଟାଲିଅନ୍ ପଡ଼ିଆ ପରିସରରେ ପହଂଚିବେ ।
ସୂଚନା ଅନୁଯାୟୀ, ଅଟୋମୋବାଇଲ କ୍ଷେତ୍ରରେ ଫଅଟୋଗ୍ରାଫି ଓ ଲକ୍ସୋଟିକା ନାମକ ଦୁଇଟି ସଫଳ କାର୍ଯ୍ୟକ୍ରମର ଆୟୋଜନ କରି ବଜାରରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିବା ରାଜଧାନୀର ଅଗ୍ରୀଣ କ୍ରିଏଟିଭ୍ ଏଜେନ୍ସିମାନଙ୍କ ମଧ୍ୟରୁ ଅନ୍ୟତମ କାରନିଭାଲ୍, ସେବା ପ୍ର୍ରୟାସ ଫାଉଣ୍ଡେସନ୍ର ମିଳିତ ଉଦ୍ୟମରେ ‘ଦ ପ୍ଲେଜ୍ ଫର ପାରିଟି’ ବିଷୟବସ୍ତୁ ଉପରେ ଏକ ସ୍ୱତନ୍ତ୍ର ମହିଳା କାର୍ ର୍ୟାଲିର ଆୟୋଜନ କରିବାକୁ ଯାଉଛି ।
“ଅନ୍ଲାଇନ୍ ଓ ଅଫ୍ଲାଇନ୍ ସିଷ୍ଟମ୍ ମାଧ୍ୟମରେ ପଞ୍ଜୀକରଣ କରିଥିବା ଟ୍ୱିନ୍ସିଟରି ସମସ୍ତ ମହିଳାମାନଙ୍କୁ ଆମେ ଧନ୍ୟବାଦ୍ ଜଣାଉଛୁ । ପ୍ରତିଯୋଗୀମାନଙ୍କର ବହୁସଂଖ୍ୟାରେ ଅଂଶଗ୍ରହଶ କରିବା ଦେଖି ଆସନ୍ତା ରବିବାର ଦିନ ହେବାକୁ ଥିବା ଏହି ଇଭେଣ୍ଟ୍ଟି ଅତି ଆଡ଼ମ୍ବର ସହକାରେ ପାଳନ ହେବାର ଆଶାବ୍ୟକ୍ତ କରୁଛୁ” ବୋଲି କାରନିଭାଲ୍ର ନିଦେ୍ର୍ଦଶକ ସୁବ୍ରତ ଦାଶ କହିଛନ୍ତିି । ଏବେ ମଧ୍ୟ ସହରର ମହିଳାମାନେ ଆମର ଅଫିସିଆଲ୍ ୱେବ୍ସାଇଟ୍ ଙ୍ଗଙ୍ଗଙ୍ଗ.ମବକ୍ସକ୍ସବକ୍ଷକ୍ଷଚ୍ଚ.ସଦ୍ଭ ମାଧ୍ୟମରେ ପଞ୍ଜୀକରଣ କରିପାରିବେ ବୋଲି ସେ କହିଥିଲେ ।
ଗୋଟିଏ କାର୍ରେ ମାତ୍ର ୨ ଜଣ କିମ୍ବା ୪ ଜଣ ମହିଳା ପ୍ରତିଯୋଗୀ ଏକ ଗ୍ରୁପ ରୂପେ ଭାଗ ନେଇପାରିବେ ଏବଂ ପ୍ରତ୍ୟେକ କାର୍ର ମହିଳା ପ୍ରତିଯୋଗୀମାନଙ୍କୁ ସମାଜକୁ କିଛି ଭଲ ବାର୍ତା ପହଂଚାଇବା ପରି ଅଭିନବ ବିଷୟବସ୍ତୁ ସହିତ ଉପସ୍ଥିତ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ ର୍ୟାଲିରେ ଜୁରୀମାନଙ୍କ ଦ୍ୱାରା ନିଷ୍ପତି ନିଆଯାଇ କୃତିତ୍ୱ ଅର୍ଜନ କରିଥିବା ମହିଳା ପ୍ରତିଯୋଗୀମାନଙ୍କୁ ପୁରଷ୍କାର ରୂପରେ ଅର୍ଥ (ୱିନର୍: ୧୦,୦୦୦ଟଙ୍କା, ପ୍ରଥମ ରନର୍ସ ଅପ୍: ୬,୦୦୦ଟଙ୍କା ଏବଂ ଦ୍ୱିତୀୟ ରନର୍ସ ଅପ୍: ୪,୦୦୦ଟଙ୍କା) ପ୍ରଦାନ କରାଯିବ । ଅନ୍ୟ ପ୍ରମୁଖ ଅତିଥିମାନେ ଯଥା ଅନୁରାଧା ବିଶ୍ୱାଳ, ସ୍ପୋର୍ଟସ୍ ପ୍ରତିଭା, ଭାଲେନା ଭାଲେଟିଂନା, ଜାତୀୟ ସ୍ତରର କରାଟେ ପତିଭା ଓ ସୁଲଗ୍ନା ରାଉତରାୟ, ଟିଭି ଆଙ୍କର ମଧ୍ୟ ଏହି କାର୍ ର୍ୟାଲିରେ ଯୋଗ ଦେଇଥିଲେ ।

Share in top social networks!