ପଦାରେ ପଡ଼ିଲା ମୋଦୀ-ନବୀନଙ୍କ ବେଦାନ୍ତ ପ୍ରୀତି ; ନିୟମଗିରି ଅଞ୍ଚଳରେ ସାନି ଗ୍ରାମସଭା ପାଇଁ ସୁପ୍ରିମକୋର୍ଟରେ ରାଜ୍ୟ କରିଛି ଆବେଦନ

congressprasadନିୟମଗିରୀକୁ ବେଦାନ୍ତ ହାତରେ ଟେକି ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ଷଡ଼ଯନ୍ତ୍ର କରୁଛନ୍ତି । ୨୦୧୩ ଏପ୍ରିଲରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକ୍ରମେ କଳହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ୧୨ଟି ଗ୍ରାମସଭା କରାଯାଇ ନିୟମଗିରୀରେ ଖଣି ଖନନ କରାଯିବାକୁ ବନ୍ଦ କରାଯାଇଥିବା ବେଳେ ପୁଣି ରାଜ୍ୟ ସରକାର ପୂର୍ବର ଗ୍ରାମସଭାକୁ ବେଆଇନ୍ ଘୋଷଣା କରି ପୁନଶ୍ଚ ଗ୍ରାମସଭା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେବା ଘଟଣା ସରକାର ବେଦାନ୍ତ ପ୍ରୀତିକୁ ପଦାରେ ପକାଇ ଦେଇଛି । କେନ୍ଦ୍ରର ମୋଦି ସରକାର ଜଙ୍ଗଲ ଅଧିକାର ଆଇନକୁ ଖୁଲମଖୋଲା ବିପର୍ଯ୍ୟସ୍ତ କରୁଥିବା ବେଳେ ରାଜ୍ୟ ସରକାର “ଆମ ଜଙ୍ଗଲ” ଆଳରେ ଗ୍ରାମ ସଭାଠାରୁ ସମସ୍ତ କ୍ଷମତା କାଢ଼ି ନେଇ ବନ ସୂରକ୍ଷା ସମିତିକୁ ଟେକି ଦେବାକୁ ଉଦ୍ୟମ କରିବା ଉକ୍ତ ଷଡ଼ଯନ୍ତ୍ରର ନଗ୍ନ ନମୁନା ।

ଏପରିକି ସଂପୃକ୍ତ ଅଞ୍ଚଳରେ ମାଓ ଦମନ ଆଳରେ ବନ୍ଧୁକ ମୁନରେ ଆଦିମ ଜନଜାତି ଡଙ୍ଗରିଆ କନ୍ଦ ମାନଙ୍କୁ ଭୟଭୀତ କରାଇ ଗ୍ରାମ ସଭାକୁ ବେଦାନ୍ତ ସପକ୍ଷରେ କରାଇବାର ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ଗ୍ରାମସଭା ଆଉ କରିବେ ନାହିଁ ବୋଲି ଲିଖିତ ଆକାରରେ ସୂଚନା ଅଧିକାର ଆଇନ ବଳରେ ସୂଚନା ଦେଇଥିବା ବେଳେ ସେପଟେ ଗୋପନରେ ପୁନଶ୍ଚ ଗ୍ରାମ ସଭା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ନବୀନ ସରକାରଙ୍କ ଦୋମୁହା ନିତିକୁ ପଦାରେ ପକାଇଛି ।

ଡଙ୍ଗରିଆ କନ୍ଦଙ୍କ ଜୀବନ ଜୀବିକା ଓ ବିଶ୍ୱାସ ସହିତ ଜଡ଼ିତ ନୟିମରାଜାଙ୍କ ଆବାସ ସ୍ଥଳି ନିୟମଗିରୀର ସୂରକ୍ଷା ପାଇଁ କଂଗ୍ରେସ ବିଭିନ୍ନ ସମୟରେ ଆନେ୍ଦାଳନ କରିଆସିଛି । ରାଜ୍ୟ ସରକାର ବେଦାନ୍ତକୁ ଅହେତକୁ ଅନୁକମ୍ପା ଦେଖାଇ ନିୟମଗିରୀ ଟେକି ଦେବା ଉଦେଶ୍ୟରେ କରିଥିବା ଷଡ଼ଯନ୍ତ୍ରକୁ କଂଗ୍ରେସ ତୀବ୍ର ବିରୋଧ କରିଥିଲା । କଂଗ୍ରେସର ବିଭିନ୍ନ ସମୟରେ ଥିବା ସଭାପତି ଏବଂ ପ୍ରଭାରୀ ଭି. ନାରାୟଣ ସ୍ୱାମୀ, ଶ୍ରୀ ଅଜୟ ମାକେନ ଏହି ଅଞ୍ଚଳ ଗ୍ରସ୍ତକରି ସ୍ଥାନୀୟ ଆଦିବାସୀମାନଙ୍କ ଆନେ୍ଦାଳନରେ ସାମିଲ ହୋଇଥିଲେ । କଂଗ୍ରେସ ଉପାଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧି ୨୦୦୮ ରେ ନିୟମଗିରୀ ଯାଇ ଏହି ଆନେ୍ଦାଳନକୁ ଏକ ନିର୍ଣ୍ଣାୟକ ମୋଡ଼ ଦେଇଥିଲେ । ଆଦିବାସୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏକ ସିପାହୀ ଭାବରେ କାର୍ଯ୍ୟକରିବେ ବୋଲି ଦେଇଥିବା ଡାକରା ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚô ଥିଲା । ମାନ୍ୟବର ସୁପ୍ରିମକୋର୍ଟ ୧୮.୦୪.୨୦୧୩ ରେ ଦେଇଥିବା ଏକ ରାୟରେ ସ୍ଥାନୀୟ ଆଦିବାସୀଙ୍କ ଅନୁମତି ବିନା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମ୍ଭବ ନୁହେଁ ବୋଲି କହିବା ସହ ନିୟମଗିରୀ ବକସାଇଟ ଖଣି ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ ୧୨ ଟି ଗ୍ରାମ ସଭା କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟ ସରକାର ପଲ୍ଲୀ ସଭା ଡାକିବା ପାଇଁ ବାଧ୍ୟ ହୋଇଥିଲେ ।

ଜଣେ ଜିଲ୍ଲା ଜଜ୍ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜୁଲାଇ-ଅଗଷ୍ଟ-୨୦୧୩ ରେ କଳାହାଣ୍ଡି ରାୟଗଡ଼ାର ୧୨ ଟି ସ୍ଥାନରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଡକାଯାଇଥିବା ପଲ୍ଲୀ ସଭାରେ ଉପସ୍ଥିତ ସମସ୍ତ ଗ୍ରାମବାସୀ ନିୟମଗିରୀରେ ଖଣି ଖନକୁ ବିରୋଧ କରିଥିଲେ । ଜିଲା ଜଜଙ୍କ ଦ୍ୱାରା ପ୍ରମାଣିକୃତ ହୋଇଥିବା ଗ୍ରାମସଭାର ସୁପାରିଶ ପରିବେଷ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ପଠାଯାଇଥିଲା । ଏହା ପରେ ମନ୍ତ୍ରଣାଳୟ ନିୟମଗିରୀ ପ୍ରକଳ୍ପ ପାଇଁ ଷ୍ଟେଜ୍-୨ କ୍ଳିଅରାନ୍ସକୁ ରଦ୍ଦ କରିଥିଲେ । ରାଜ୍ୟ ସରକାର ମଧ୍ୟ ଏହି ପ୍ରକଳ୍ପଟିକୁ ସେତେବେଳେ ବନ୍ଦ କରିଦେଇଥିଲେ । ଏପରିକି ଡିସେମ୍ବର-୩୧, ୨୦୧୫ ରେ ସୂଚନା ଅଧିକାର ଆଇନ୍ ବଳରେ ଦେଇଥିବା ତଥ୍ୟରେ ଉପରୋକ୍ତ ପ୍ରକଳ୍ପ ପାଇଁ ପୁନଶ୍ଚ ଗ୍ରାମସଭା କରାଯିବା ନାହିଁ ବୋଲି ସରକାର ଦର୍ଶାଇଥିଲେ । ହେଲେ ଏମିତି କ’ଣ ଗରଜ ପଡ଼ିଲାଯେ ବେଦାନ୍ତ ପ୍ରକଳ୍ପ ଅଞ୍ଚଳରେ ସାନି ଗ୍ରାମସଭା କରିବା ପାଇଁ ରାଜ୍ୟ ସରକାର ଲୁଚାଇ ଛପାଇ ସୁପ୍ରିମ କୋର୍ଟରେ ଏକ ଅନ୍ତର୍ବର୍ତ୍ତି (ଇଣ୍ଟରଲୋକୁ୍ୟଟୋରୀ) ଆବେଦନ କରିବା ଜରୁରୀ ହୋଇ ପଡ଼ିଲା! ରାଜ୍ୟ ସରକାର କ’ଣ ପାଇଁ ନିରୀହ ଆଦିବାସୀଙ୍କ ଭାବନା ସହ ବାରମ୍ବାର ଖେଳୁଛନ୍ତି । ବେଦାନ୍ତ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏ ଅହେତୁକ ପ୍ରୀତି କାହିଁକି । ଆଦିବାସୀଙ୍କ ଧର୍ମ ସଂସ୍କୃତି ବିଶ୍ୱାସ ଓ ଭିଟାମାଟୀ ବିପନ୍ନ ହେବା ବିଷୟରେ ରାଜ୍ୟ ସରକାରଙ୍କର ଚିନ୍ତା ନାହିଁ । ଆଦିିବାସୀମାନେ ବାସ୍ତୁହରା ହୁଅନ୍ତୁ ପଛକେ ବେଦାନ୍ତ ନିୟମଗିରୀ ଖଣି ଖନନ କରୁ ବୋଲି ରାଜ୍ୟ ସରକାର •ହିଁବା ପଛରେ କି ରହସ୍ୟ ଅଛି ।

ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ହେବାପରେ ଜଙ୍ଗଲ ଅଧିକାର ଆଇନ୍ – ୨୦୦୬ର କାର୍ଯ୍ୟକାରୀତାକୁ ବିପର୍ଯ୍ୟସ୍ତ କରିବା ପାଇଁ ୨୦୧୪ ପରଠାର ନିରବଚ୍ଛିନ୍ନ ଭାବେ ହୀନ ଉଦ୍ୟମ କରୁଥିବା ବେଳେ ୪୦ ଭାଗ ଜଙ୍ଗଲ ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏପଟେ ରାଜ୍ୟ ସରକାର ନିରୀହ ଆଦିବାସୀଙ୍କର ଜଙ୍ଗଲ ଅଧିକାରକୁ କ୍ଷୁର୍ଣ୍ଣ କରିବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି । “ଆମ ଜଙ୍ଗଲ” କାର୍ଯ୍ୟକ୍ରମ ଆଳରେ ଆଦିବାସୀମାନଙ୍କ ହାତରୁ ଜଙ୍ଗଲ ଅଧିକାର ଛଡ଼ାଇ ନେଇ ସରକାରଙ୍କ ହାତକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ସଂପୃକ୍ତ ଅଞ୍ଚଳରେ ନିରୀହ ଆଦିବାସୀଙ୍କୁ ଭୟଭୀତ କରାଇବା ପାଇଁ କୁମ୍ବିଂ ଅପରେସନ ନାଁରେ ପୋଲିସ୍ ଆତଙ୍କ ରାଜ ଚଳାଇଛନ୍ତି ।

ବନ୍ଧୁକ ମୁନରେ ପୁଣି ବେଦାନ୍ତ ସପକ୍ଷରେ ଗ୍ରାମସଭା କରାଇନେବା ପାଇଁ ରାଜ୍ୟ ସରକାର ମସୁଧା କରିଛନ୍ତି । ଯାହାର ପରିଣାମ ସ୍ୱରୂପ ପୂର୍ବରୁ ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶରେ ତଥା ଜିଲ୍ଲା ଜଜଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଆଇନସିଦ୍ଧ ଗ୍ରାମସଭାକୁ ଅସିଦ୍ଧ ବୋଲି ଦର୍ଶାଇ ପୁନଶ୍ଚ ଗ୍ରାମସଭା ପାଇଁ (ଇଣ୍ଟରଲୋକୁ୍ୟଟୋରୀ) ଆପ୍ଲିକେସନ୍ ଦାଖଲ କରିଛନ୍ତି । ଆଦିବାସୀଙ୍କ ଜୀବନ ଜୀବିକାକୁ ଉଜାଡ଼ି ଦେଇ ଅନିଲ୍ ଅଗ୍ରୱାଲଙ୍କ ବେଦାନ୍ତ ପାଇଁ ରାଜ୍ୟର ନବୀନ ସରକାର ଓ କେନ୍ଦ୍ରର ମୋଦି ସରକାରଙ୍କ ଅସାଧୁ ମେଣ୍ଟ ପଛରେ କି ରହସ୍ୟ ରହିଛି? ୫୦ ହଜାର କୋଟି ଟଙ୍କାର ଏ ପ୍ରକଳ୍ପରୁ କାହାର ଭାଗ କେତେ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତ ।

ରାଜ୍ୟ ସରକାର ସୁପ୍ରିମ କୋର୍ଟରେ ଦାଖଲ କରିଥିବା ଏହି ଅର୍ନ୍ତବର୍ତ୍ତି ଆବେଦନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ଦାବି କରିଛନ୍ତି । ଅନ୍ୟଥା କଂଗ୍ରେସ ପୁନଶ୍ଚ ନିୟମଗିରୀର ସୂରକ୍ଷା ଏବଂ ଡଙ୍ଗରିଆ କନ୍ଧଙ୍କ ସଂସ୍କୃତି, ଭାବନା ଓ ଭିଟାମାଟି ପାଇଁ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଶ୍ରୀ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସରକାଙ୍କୁ ଚେତାବନି ଦେଇଛନ୍ତି । ଏହି ସାମ୍ମାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନଙ୍କ ସହ ପ୍ର. କୈଳାସ ଆ•ର୍ଯ୍ୟ, ସୁଲୋଚନା ଦାସ, ଗିରିଜା ଶଙ୍କର ଦାଶ ଓ ସୌଗତ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!