ରାଉରକେଲାଠାରେ ଭାରତୀୟ ତୈଳ ନିଗମର ୧୦୦ତମ ବିମାନ ଇନ୍ଧନ ଭଣ୍ଡାର ସ୍ଥାପନା, 3 କେନ୍ଦ୍ର ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ

12790887_835455376565401_2563399347206124317_nପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ପ୍ରତି ଥିବା ଆନ୍ତରିକତା ଏବଂ ରାଜ୍ୟକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବାର ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ଆସନ୍ତା କାଲି ପୁଣି ପ୍ରମାଣିତ ହେବାକୁ ଯାଉଛି । ରାଉରକେଲାଠାରେ ଭାରତୀୟ ତୈଳ ନିଗମ ଦ୍ୱାରା ପ୍ରତିଷ୍ଠିତ ୧୦୦ତମ ବିମାନ ଇନ୍ଧନ ଭଣ୍ଡାର ଉଦ୍ଘାଟନ ହେବା ସହିତ ରାଉରକେଲା-ଝାରସୁଗୁଡା ୩ୟ ରେଳ ଲାଇନ କାର୍ଯ୍ୟର ଶୁଭାରମ୍ଭ ଦିଆଯିବ । ଏଥିରେ କେନ୍ଦ୍ର ରେଳରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମନୋଜ ସିହ୍ନା, ଆଦିବାସୀ କଲ୍ୟାଣ ବିଭାଗ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଉରକେଲା ବିଧାୟକ ଶ୍ରୀ ଦିଲୀପ ରାଏ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଆସନ୍ତା କାଲି ୫ ତାରିଖ ପୂର୍ବାହ୍ନ ୧୦ଟାରେ ଭାରତୀୟ ତୈଳ ନିଗମ ଦ୍ୱାରା ପ୍ରତିଷ୍ଠିତ ୧୦୦ତମ ବିମାନ ଇନ୍ଧନ ଷ୍ଟେସନର ଉଦ୍ଘାଟନ ହେବ । ଏଥିରେ ରେଳ ରାଷ୍ଟ୍ର ମନ୍ତ୍ରୀ ମନୋଜ ସିହ୍ନା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ । ତାପରେ ଦିବା ୧୧ଟାରେ ରାଉରକେଲା ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଆହୁତ ଏକ ଆଲୋଚନା ଚକ୍ରରେ ସମସ୍ତ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଉରକେଲା ବିଧାୟକ ଶ୍ରୀ ଦିଲୀପ ରାଏ ଯୋଗ ଦେବେ ।

ସେହିପରି ଅପରାହ୍ନ ୩ଟାରେ ରାଉରକେଲା-ଝାରସୁଗୁଡା ମଧ୍ୟରେ ୩ୟ ରେଳ ଲାଇନ କାର୍ଯ୍ୟର ଶୁଭାରମ୍ଭ ୩ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ । ଏଥିରେ ମଧ୍ୟ ବିଧାୟକ ଶ୍ରୀ ଦିଲୀପ ରାଏଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେବେ ବୋଲି ରାଜ୍ୟ ମୁଖପାତ୍ର ପ୍ରକାଶ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀମାନେ ତାଙ୍କ ରାଉରକେଲା ଗସ୍ତ ଅବସରରେ ୫ ତାରିଖ ଦିବା ୧୦.୪୫ ସମୟରେ ରାଉରକେଲା ଷ୍ଟିଲ ପ୍ଲାଂଟର ବିଭିନ୍ନ ଉଚ୍ଚ ପଦାଧିକାରୀ, ବିଭିନ୍ନ ଆସୋସିଏସନର କାର୍ଯ୍ୟକର୍ତା, ରାଉରକେଲା ବିକାଶ ସମିତିର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ । ସେହିପରି ଅପରାହ୍ନ ପୂର୍ବାହ୍ନ ୨.୩୦ରେ ୩ କେନ୍ଦ୍ରମନ୍ତ୍ରୀମାନେ ଜାତୀୟ ରାଜପଥ ପ୍ରାଧିକରଣ, ଏନଟିପିସି, ସେଲ ଏବଂ ରେଳ ବିଭାଗର ପଦାଧିକାରୀଙ୍କ ସହ ଆଲୋଚନା କରି ସମସ୍ତ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

Share in top social networks!