ପଶୁ ସମ୍ପଦ ଓ ଗୋଚର ଜମିର ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି କୃଷକ ମୋର୍ଚ୍ଚା

bjppandaରାଜ୍ୟରେ ଗାଇ ,ବଳଦ,ମଇଁଷୀ ଓ ପୋଢଙ୍କ ସଂଖ୍ୟା କମୁଛି । ସରକାରୀ ଉଦସୀନତା ଓ ବେଆଇନ ଚାଲଣ ଏହି ଧାରାକୁ ବଢାଉଛି । ଏହାର ପ୍ରଭାବ ଛୋଟ ଚାଷୀ ଓ ଭୂମିହୀନ ପଶୁପାଳକ ମାନଙ୍କ ଜୀବିକା ଉପରେ ପଡିବା ସହ ଚାଷ ଅର୍ଥନୀତିକୁ ଓଲଟ ପାଲଟ କରି ପକାଇଛି । ଏହାର ଗୁରୁତ୍ୱକୁ ବୁଝି ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ ଦିଗରେ ପରାମର୍ଶ ଦେବାକୁ ରାଜ୍ୟପାଳ ଡ.ଏସ.ସି ଜମୀରଙ୍କ ନିକଟରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବୀ ପତ୍ର ପ୍ରଦାନ ଜରିଆରେ ଅନୁରୋଧ କରାଯାଇଛି ।
ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଆଜି ରାଜଭବନ ଠାରେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ପଶୁ ସମ୍ପଦର ଉଦବେଗଜନକ ଭାବେ ଅବକ୍ଷୟ ସମ୍ପର୍କରେ ଅବଗତ କରାଇ ଏମାନଙ୍କର ସୁରକ୍ଷ୍ୟା ଓ ସଂରକ୍ଷଣ ଦିଗରେ ତୁରନ୍ତ ହସ୍ତକ୍ଷେପ ଲୋଡିଛନ୍ତି ।
ରାଜ୍ୟରେ ଦେଶୀ ଗାଇ ଓ ବଳଦଙ୍କ ସଂଖ୍ୟା ୫.୫୯ ପ୍ରତିଶତ ଓ ମଇଁଷୀଙ୍କ ସଂଖ୍ୟା ୩୯ ପ୍ରତିଶତ ହ୍ରାସ ପାଇଥିବା ଉନଂବିଶ ପଶୁ ସଂମ୍ପଦ ଗଣନାରୁ ଜଣାଯାଇଛି । ରାଜ୍ୟରେ ଗଧ ସଂଖ୍ୟ ବଢୁଥିବା ବେଳେ ଗାଇ,ବଳଦ,ମଇଁଷି ଛେଳି ସଂଖ୍ୟା କମୁଥିବାରୁ ଚାଷ ଓ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ରାଜ୍ୟରେ ଗୋ ଚାଲଣର ସ୍ଥିତି ଉଦବେଗଜନକ । ପ୍ରତ୍ୟକ ଦିନ ହଜାର ହଜାର ଗୋ ସଂମ୍ପଦ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗକୁ ଚାଲଣ ହେଉଥିବା ବେଳେ ଏହାକୁ ପ୍ରତିହତ କରିବାକୁ କୌଣସି ପଦକ୍ଷପ ନିଆଯାଉ ନାହିଁ । କାରଣ ଜମି ସଂଖ୍ୟା ହ୍ରାସ ପାଇବା, ତୃଣ ଆଛାଦିତ ଜମିର ପରିମାଣ କମିବା, ଦେଶୀ ଗୋ ପ୍ରଜାତିର ସୁରକ୍ଷାର ପ୍ରତି ଦୃଷ୍ଟି ଦିଆ ନ ଯିବା ଦ୍ୱାରା ରାଜ୍ୟରେ କ୍ଷୁଦ୍ର ଚାଷୀ ମାନେ ଗାଇ, ଗୋରୁ ବିକ୍ରୀ କରି ଦେବାରେ ଲାଗିଛନ୍ତି । ଦେଶରେ ମୋଟ ପଶୁ ସଂଖ୍ୟାମଧ୍ୟରେ ଆମ ରା୍ଜ୍ୟର ଯୋଗଦାନ ୬.୦୯ ପ୍ରତିଶତ ଥିବାବେଳେ ୨୦୦୭ ରୁ ୨୦୧୨ ମଧ୍ୟରେ ପଶୁ ସଂଖ୍ୟାରେ ୫.୫୯ ପ୍ରତିଶତ ହ୍ରାସ ଚିନ୍ତାର ବିଷୟ ବୋଲି ବିଜେପି କୃଷକ ମୋର୍ଚ୍ଚା କହିଛି । ସହରୀକରଣ କାରଣରୁ ଅନେକ ଚାଷ ଜମିକୁ ଘରବାଡିରେ ପରିବର୍ତ୍ତନ କରିବା ଦ୍ୱାରା ଚାଷ ଜମି ପରିମାଣ ହ୍ରାସ ପାଇବାରେ ଲାଗିଛି ।
୨୦୦୭ ପଶୁଗଣନାରେ ଗାଈ, ଗୋରୁ, ମଇଁଷିଙ୍କ ସଂଖ୍ୟା ୧.୩୫ କୋଟି ଥିବାବେଳେ ୨୦୧୨ରେ ଏହା ୧.୨ କୋଟିରେ ପହଂଚି ଥିବା ନେଇ ରାଜ୍ୟ ସରକାର ବିଶେଷ ଚିନ୍ତିତ ନଥିବା ପରିତାପର ବିଷୟ । ସରକାର ଯଦି ବେଆଇନ ଗୋଚାଲାଣକୁ ରୋକିବା ଦିଗରେ ଠୋସ୍ ପଦକ୍ଷେପ ନେଇଥାଆନ୍ତେ ତେବେ ଆଜି ସ୍ଥିତି ଭିନ୍ନ ଥାନ୍ତା ବୋଲି କୃଷକ ମୋର୍ଚ୍ଚା ତରଫରୁ କୁହାଯାଇଛି । ସରକାର କୃଷି ନୀତିରେ ଜୈବିକ ସାରକୁ ପ୍ରୋତ୍ସାହନ ଦିଆଯିବ ବୋଲି ଯାହା ଦର୍ଶାଇଛନ୍ତି, ଗୋ ଶୂନ୍ୟ ହେଲେ ତାହା ଅସମ୍ଭବ ହୋଇ ପଡିବ । ବେଳ ଥାଉ ଥାଉ ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ଦାବୀ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଜଗଦେ୍ଦବ, ରାଜ୍ୟ ଉପ ସଭାପତି ସୁରଥ ବିଶ୍ୱାଳ, ସାଧାରଣ ସଂପାଦକ ହୃଷିକେଶ ଜେନା, ରବି ନାରାୟଣ ମହାପାତ୍ର, ଶ୍ରୀ ରଂଜନ ମଂଗରାଜ, ପ୍ରଦୀପ କୁମାର ସାହୁ, ଶଙ୍କର୍ଷଣ ଜେନା, ପ୍ରଭାକର ସ୍ୱାଇଁ, ଯାମୀନି ରଂଜନ ଦାଶ, ବିଜୟ ସାହୁ, କୃଷ୍ଣ ଚନ୍ଦ୍ର ବରାଡ, ସନ୍ୟାସୀ ପାତ୍ର, ସଂଜୀବ କୁମାର ରଣା, ଅଜୟ ମୁଦୁଲି, ବିକ୍ରମ ରାଉତରାୟ, ପାଣ୍ଡବ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!