କିରୋସିନିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟିକେ)କୁ ସଫଳ କରିବା ପାଇଁ ରାଜ୍ୟ ମାନଙ୍କୁ ସହଯୋଗ କାମନା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

12806040_973120999438146_6336522870891947098_n କିରୋସିନିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା (ଡିବିଟିକେ)କୁ ସଫଳ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ମାନଙ୍କ ଠାରୁ ଆନ୍ତରିକତାର ସହ ସହଯୋଗ କାମନା କରିଛନ୍ତି । ନୂଆଦିଲ୍ଲୀ ଠାରେ କିରୋସିନିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା (ଡିବିଟିକେ)କୁ ନେଇ ଆୟୋଜିତ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହି ସହଯୋଗ କାମନା କରିଛନ୍ତି ।

ଏହି ସମ୍ମିଳନୀରେ ପଂଜାବର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା ମାମଲାର ମନ୍ତ୍ରୀ ଏ.ପି.ଏସ.କୈରୋଁ ଓ ମହାରାଷ୍ଟ୍ରର ବିଭାଗୀୟ ମନ୍ତ୍ରୀ ଗିରିଶ ବାପଟଙ୍କ ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିନିଧି ମାନେ ସାମିଲ ହୋଇଥିଲେ ।

ଆଗାମୀ ଏପ୍ରିଲ ୧, ୨୦୧୬ରୁ ରନ୍ଧନ ଗ୍ୟାସ ପରି କିରୋସିନି କ୍ଷେତ୍ରରେ ମଧ୍ୟ ପ୍ରତ୍ୟକ୍ଷ ହସ୍ତାନ୍ତରଣ ଯୋଜନା ଲାଗୁ କରିବାର ଲକ୍ଷ୍ୟ ରଖା ଯାଇଥିବାରୁ ଏ ସମ୍ପର୍କରେ ପ୍ରସ୍ତୁତି ଓ ଚିନ୍ତା ଗୁଡିକ ସମ୍ପର୍କରେ ଅବଗତ ହେବା ପାଇଁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା । ସମ୍ମିଳନୀରେ ବିଭିନ୍ନ ରାଜ୍ୟ ସରକାରଙ୍କର ଅଧିକାରୀ ମାନଙ୍କ
ସହିତ ପେଟ୍ରୋଲିୟମ ବିପଣନ କମ୍ପାନୀ ମାନଙ୍କର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ରାଜ୍ୟ ସରକାର ମାନଙ୍କର ସହ ଆଲୋଚନା ଓ ଭାଗିଦାରିତାରେ ଓ ସଂଘୀୟ ବ୍ୟବସ୍ଥାର ଭାବନା ଅନୁସାରେ ହିଁ କିରୋସିନି କ୍ଷେତ୍ରରେ ଡିବିଟିକେ ଲାଗୁ କରାଯିବ । ସେ ଏହି ପ୍ରକ୍ରିୟାକୁ ଟେକ୍ଲୋନଜି ଆଧାରିତ ହେବା ଉଚିତ ଓ ସଠିକ ହିତାଧିକାରୀ ମାନଙ୍କର ଚୟନ କରିବା ଉପରେ
ଗୁରୁତ୍ୱ ଆରୋପ କରିଥିଲେ । ୯ଟି ରାଜ୍ୟ ଏହି ଯୋଜନାକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରିବାକୁ ରାଜି ହୋଇଥିବାରୁ ଶ୍ରୀ ପ୍ରଧାନ ଏହି ରାଜ୍ୟ ଗୁଡିକୁ ପ୍ରଶଂସା କରିବା ସହ ଅନ୍ୟ ରାଜ୍ୟ ମାନେ ମଧ୍ୟ ଗୋଟିଏ ଗୋଟିଏ ଜିଲ୍ଲାରେ ଏହି ଯୋଜନାକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରିବେ ବୋଲି ଆଶା ପ୍ରକାଶ କରିଥିଲେ ।
ସମ୍ମିଳନୀରେ ଏହି କାର୍ଯ୍ୟକ୍ରମକୁ ଲାଗୁ କରିବା ନେଇ ଆସିବାକୁ ଥିବା ସମସ୍ୟା ଓ ଆହ୍ୱାନ ସମ୍ପର୍କରେ ରାଜ୍ୟ ମାନେ ଅବଗତ କରାଇଥିଲେ । ହିତାଧିକାରୀ ମାନଙ୍କର ଚୟନର ଆଧାର, ପଏଂଟ ଅଫ ସେଲ ମେସିନର ବ୍ୟବହାର, ବର୍ତମାନର ପିଡିଏସ ପ୍ରଣାଳୀ ସହିତ ଏହାକୁ ମିଶାଇବା, ଧଳା କିରୋସିନିର ଉପଲବ୍ଧତା ସମ୍ପର୍କିତ
ପ୍ରସଙ୍ଗକୁ ରାଜ୍ୟ ମାନେ ଉଠାଇଥିଲେ ଓ ଏଗୁଡିକ ଉପରେ ଆଲୋଚନା ହୋଇଥିଲା ।

୯ଟି ରାଜ୍ୟ ବ୍ୟତୀତ ଅନ୍ୟ ରାଜ୍ୟ ମାନେ ମଧ୍ୟ ଏହି ଯୋଜନାରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ଏହି ପ୍ରକ୍ରିୁୟାକୁ ଆଗକୁ ନେବା ପାଇଁ ସମ୍ମିଳନୀରେ ସ୍ଥିର କରାଯିବା ସହିତ କାର୍ଯ୍ୟକାରିତା ପାଇଁ ବ୍ୟବସ୍ଥା ସମ୍ପର୍କରେ ମନୋନୀତ ନୋଡାଲ ଅଧିକାରୀ ମାନଙ୍କ ସହ ଆଲୋଚନା କରିବାକୁ ସ୍ଥିର କରାଗଲା । ସମସ୍ତ ଅଂଶଧାରକ ଯେପରି ଏନଆଇସି, ବ୍ୟାଙ୍କ ମାନଙ୍କୁ ମଧ୍ୟ ଆଲୋଚନା ପ୍ରକ୍ରିୟାରେ ସାମିଲ କରାଯିବ ।

ଉଲ୍ଲେଖନୀୟ ଯେ ଛତିଶଗଡ, ହରିଆନା, ହିମାଚଳ ପ୍ରଦେଶ, ଝାଡଖଂଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ପଂଜାବ, ରାଜସ୍ଥାନ, ଗୁଜରାଟ ଭଳି ୯ଟି ରାଜ୍ୟର ୩୩ ଟି ଜିଲ୍ଲାକୁ ଡିବିଟିକେ ଯୋଜନା କାର୍ଯ୍ୟକାରୀ କରିବାକୁ ଚିହ୍ନଟ କରାଯାଇଛି । ଖୁବ ଶୀଘ୍ର ଆଉ ଜିଲ୍ଲା ଏଥିରେ ଯୋଡି ହେବେ ବୋଲି ଆଶା ପ୍ରକାଶ କରାଯାଉଛି ।
ଏହି ଯୋଜନାରେ ହିତାଧିକାରୀ ମାନେ ଅଣସବସିଡି ଦରରେ କିରୋସିନି କିଣିବେ ଓ ପରବର୍ତୀ ସମୟରେ ତାଙ୍କର ବ୍ୟାଙ୍କ ଖାତାକୁ ସବସିଡି ଅର୍ଥ ପହଂଚିଯିବ । ହିତାଧିକାରୀ ମାନଙ୍କୁ କୌଣସି ପ୍ରକାର ସମସ୍ୟା ନ ହେବା ପାଇଁ ଆରମ୍ଭରୁ ସବସିଡି ଅର୍ଥ ସେମାନଙ୍କର ବ୍ୟାଙ୍କ ଖାତାରେ ଦିଆ ଯିବ ।

Share in top social networks!