ସ୍ମାର୍ଟ ସିଟି ଉପରେ ଆଲୋଚନା-ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ସିଙ୍ଗାପୁର କନ୍ସଲ ଜେନେରାଲ୍

smartcityଆଜି ପୂର୍ବାହ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମୁମ୍ବାଇରେ ଅବସ୍ଥାପିତ ସିଙ୍ଗାପୁରର କନ୍ସଲ ଜେନେରାଲ୍ ଶ୍ରୀ ଅଜିତ ସିଂ ସଚିବାଳୟସ୍ଥିତ କାର୍ଯ୍ୟାଳୟ ଭେଟି ଭୁବନେଶ୍ୱର ଦେଶର ପ୍ରଥମ ସ୍ମାର୍ଟ ସିଟି ହୋଇଥ#ବାରୁ ଧନ୍ୟବାଦ ଜଣାଇବା ସହ ସ୍ମାର୍ଟ ସିଟି ପାଇଁ
ଆବଶ୍ୟକ ନୂତନ କାର୍ଯ୍ୟକ୍ରମଗୁଡିକ ସଂପର୍କରେ ଦ୍ୱିପାକ୍ଷିକ ଆଲୋଚନା କରିଥ#ଲୋ ସିଙ୍ଗାପୁର ନଗରୀର ଉଦାହରଣ ଅବତାରଣା କରି କନ୍ସଲ ଜେନେରାଲ ଶ୍ରୀ ସିଂ ଭୁବନେଶ୍ୱରରେ ଜନସାଧାରଣଙ୍କ ମୌଳିକ ସେବାଠାରୁ ଆରମ୍ଭ କରି ଇଣ୍ଟେଲିଜେଣ୍ଟ୍ ସିଟିର ରୂପରେଖ, ପବ୍ଲିକ୍ ହାଉସିଂ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ
ଆଲୋଚନା କରିଥ#ଲୋ ଏଥ#ପାଇଁ ପ୍ରାଥମିକ ଭାବେ ବୈଷୟିକ ପରାମର୍ଶଦାତା, ସାମାଜ ବିଜ୍ଞାନୀ, ଅର୍ଥ ବିନିଯୋଗକାରୀ, ଯୋଜନା ପ୍ରସ୍ତୁତକାରୀ ଭଳି ଅନେକ ସଂସ୍ଥାକୁ ନେଇ ଏକ ମିଳିତ ବୈଠକ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥ#ଲାା ଆବଶ୍ୟକ ସ୍ଥଳେ ଭୁବନେଶ୍ୱର ସ୍ମାର୍ଟ ସିଟି ପାଇଁ କାର୍ଯ୍ୟରତ
ଅଧ#କାରୀମାନଙ୍କୁ ସିଙ୍ଗାପୁରଠାରେ କାର୍ଯ୍ୟକାରୀ ହୋଇଥ#ବା ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବା ପାଇଁ ସୁଯୋଗ ସୃଷ୍ଟି କରିବା ବିଷୟ ଆଲୋଚନାରେ ସ୍ଥାନ ପାଇଥ#ଲାା ମନ୍ତ୍ରୀ ଶ୍ରୀଯୁକ୍ତ ସିଂହ ଦେଓ ରାଜ୍ୟ ସରକାର ସିଙ୍ଗାପୁରଠାରୁ ବିଶ୍ୱସ୍ତରୀୟ ଫାର୍ମଗୁଡିକୁ ଭୁବନେଶ୍ୱର ସ୍ମାର୍ଟ ସିଟିର ବିକାଶ
ପାଇଁ ପିପିପି ମୋଡ୍ରେ କାର୍ଯ୍ୟ କରାଇବାକୁ ଇଚ୍ଛ&ୁକ ଥ#ବା କହିଥ#ଲୋ ଏଥ#ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ସିଙ୍ଗାପୁରର ସହରାଞ୍ଚଳ ପୁନର୍ବିକାଶ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବା ଉପରେ ଧ୍ୟାନ ଦିଆଯିବ ବୋଲି କହିଥ#ଲୋ କେଉଁ ସ୍ତରରେ ବୈଷୟିକ ସହାୟତାର ଆଦାନ
ପ୍ରଦାନ ତଥା ନଗରର ଅଭିବୃଦ୍ଧି ଦିଗରେ କାର୍ଯ୍ୟ କରାଯାଇ ପାରିବ, ସେସବୁ କାର୍ଯ୍ୟ କରିବାକୁ ଏହି ସାକ୍ଷାତ ଆଲୋଚନାରେ ସ୍ଥାନ ପାଇଥ#ଲାା ସେହିପରି ସିଙ୍ଗାପୁରର ବାସଯୋଗ୍ୟ ନଗର କେନ୍ଦ୍ର ସହିତ ଭୁବନେଶ୍ୱର ସ୍ମାର୍ଟ ସିଟି ପାଇଁ ଗବେଷଣା, ଦକ୍ଷତା ବିକାଶ, ଜ୍ଞାନକୌଶଳ, ଦକ୍ଷ ପରିବହନ ପରିଚାଳନା
ଏବଂ ପରାମର୍ଶ ଭଳି କ୍ଷେତ୍ରରେ କାର୍ଯ୍ୟ କରିବା ଉପରେ ଆଲୋଚନାରେ ଅଧ#କ ପ୍ରାଧାନ୍ୟ ଦିଆଯାଇଥ#ଲାା

ଏହି ସାକ୍ଷାତ ବେଳେ ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ଶିଶିର କୁମାର ରଥ, ବିଡିଏର ଉପାଧ୍ୟକ୍ଷ ଡ. କିଷନ୍ କୁମାର ଉପସ୍ଥିତ ଥ#ବା ବେଳେ କନ୍ସଲ୍ ଜେନେରାଲଙ୍କ ପ୍ରତିନିଧ# ଦଳରେ ନୂଆଦିଲ୍ଲୀରେ ଅବସ୍ଥାପିତ ଫାଷ୍ଟ ସେକ୍ରେଟାରୀ(ଅର୍ଥନୀତି) ଶ୍ରୀ କ୍ୟାସନାନ୍ ଦାରା, ମୁମ୍ବାଇରେ ଅବସ୍ଥାପିତ ଆନ୍ତର୍ଜାତିକ
ଉଦ୍ୟୋଗର କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ଆରୋନ୍ ଝାଙ୍ଗ୍ୟିରେନ୍ ସାମିଲ ଥ#ଲୋ

Share in top social networks!