ସହକାରୀ ନିର୍ବାହୀ ଯନ୍ତ୍ରୀ ପାଇଁ ହୋଇଥିବା ନିଯୁକ୍ତି ପ୍ରକି୍ରୟାର ସି.ବି.ଆଇ ତଦନ୍ତ ଦାବି କଲା :ବିଜେପି

bjpbudgetଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)ଙ୍କ ଦ୍ୱାରା ଅଗଷ୍ଟ ୩୦ ତାରିଖରେ ୬୫୭ଟି ସିଭିଲ ଓ ୨୫ଟି ମେକାନିକାଲ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନୀୟମିତତା ହୋଇଛି । ଏଥିରେ ଦୁୁର୍ନିତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଛି ।
୧. ମାନ୍ୟବର ସୁପି୍ରମ୍କୋର୍ଟଙ୍କ ରାୟ ମୁତାବକ ଅନୁସୂଚିତ ଜାତି/ଜନଜାତି/ ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ / ଏକ୍ସ ସର୍ଭିସ୍ମେନ୍ / ମହିଳା/ ବିକଳାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସର୍ବାଧିକ ୫୦% ହେବା କଥା କିନ୍ତୁ ଓପିଏସ୍ସି ଦ୍ୱାରା ହୋଇଥିବା ଉକ୍ତ ନିଯୁକ୍ତି ପାଇଁ ୫୦%ରୁ ଅଧିକ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଅଛି ।
୨. ପରୀକ୍ଷା ପାଇଁ ଆବେଦନର ଅନ୍ତିମ ତାରିଖ ଥିଲା ମେ ୨୭, ୨୦୧୫ ଏବଂ ଆବେଦନ ପାଇଁ ହୋଇଥିବା ମୂଳ ବିଜ୍ଞାପନରେ ଆବେଦନକାରୀଙ୍କ ବୟସସୀମା ୩୨ବର୍ଷ ରଖାଯାଇଥିବା ସ୍ଥଳେ ପରବର୍ତ୍ତୀ ସମୟରେ ଅର୍ଥାତ ୨ଦିନ ପରେ ମେ ୨୯, ୨୦୧୫ ତାରିଖରେ ଏଥିରେ ପରିବର୍ତ୍ତନ କରାଯାଇ ଏକ ଭୁଲ୍ ସଂଶୋଧନ ପତ୍ର ପ୍ରକାଶ କରାଗଲା । ଏଥିରେ ପ୍ରାର୍ଥୀଙ୍କର ବୟସସୀମାଙ୍କୁ କୋହଳ କରାଯାଇ ୪୫ବର୍ଷ ରଖାଯାଇଛି । ଏହା ଏକ ଗୁରୁତର ବେନିୟମ କାର୍ଯ୍ୟ ।
୩. ଏସ୍ଇବିସି ଧାରା ୨୦୦୭ରେ ବୟସସୀମା ବୃଦ୍ଧି କରିବା ପାଇଁ କୌଣସି ନିୟମ ନଥିବାବେଳେ ମଧ୍ୟ ମନ୍ଦ ଉଦେ୍ଦଶ୍ୟ ରଖି ୫ବର୍ଷ ବୟସସୀମା ବଢ଼ାଇ ଦିଆଯାଇଛିି ।
୪. ଜଳ ସଂପଦ ବିଭାଗରେ ଅନୁସୂଚିତ ଜାତି ମାନଙ୍କ ନିମନ୍ତେ ସଂରକ୍ଷଣର ବ୍ୟବସ୍ଥା ଆଦୌ ନ ରହିବା ଦ୍ୱାରା ଅନୁସୂଚିତ ଜାତି(ଦଳିତ)ମାନଙ୍କ ପ୍ରତି ସରକାର ଉପେକ୍ଷା କରୁଛନ୍ତି ବୋଲି ପ୍ରତୀତ ହେଉଛି ।
ଏତଦ୍ ବ୍ୟତୀତ ପରୀକ୍ଷା ସମୟରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବାର ଦୃଷ୍ଟିକୁ ଆସିଛି । କେତେକ ନିର୍ଦ୍ଧିଷ୍ଟ ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ଦ୍ୱାରା ଇଣ୍ଟରନେଟ୍ ସାହାଯ୍ୟରେ ପ୍ରଶ୍ନର ଉତ୍ତର କରିବାକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା । ପରୀକ୍ଷା ଗୃହକୁୁ ପ୍ରବେଶ କରିବା ବେଳେ କୌଣସି ଯାଞ୍ଚ ହୋଇନଥିଲା । ଯାହା ଫଳରେ ମୋବାଇଲ୍ ଓ ଅଣଛାତ୍ରମାନେ ପରୀକ୍ଷା ଗୃହରେ ଅବାଧରେ ପ୍ରବେଶ କରିଥିଲେ ।
ଏ ପ୍ରକାର ବ୍ୟାପକ ଅନୀୟମିିତତା ବିରୋଧରେ ସ୍ୟାଟ୍ରେ ଏକ ମକଦ୍ଦମା ରୁଜୁ କରାଯାଇଥିଲା । ସ୍ୟାଟ୍ର ଅନ୍ତରିଣ ଆଦେଶ ଅନୁସାରେ ଫଳ ପ୍ରକାଶନ ଉପରେ ସ୍ଥଗିତାଦେଶ ହୋଇଥିବା ସତ୍ତ୍ୱେ ପରୀକ୍ଷାର ଫଳ ପ୍ରକାଶ କରିବା ସଂଗେ ସଂଗେ ସେମାନଙ୍କୁୁ ନିଯୁକ୍ତି ଦେବା ପ୍ରକି୍ରୟା ମଧ୍ୟ ସରକାର ଆରମ୍ଭ କରିଦେଲେଣି ।

ବର୍ତ୍ତମାନ ସୁଦ୍ଧା ୬୮୨ ଜଣଙ୍କ ମଧ୍ୟରୁ ୩୦୪ ଜଣଙ୍କୁ ନିଯୁକ୍ତି ପତ୍ର ମିଳିଛି । ଯେଉଁ ନିଯୁକ୍ତି ପତ୍ର ଦିଆଯାଇଛି ତାହା ମଧ୍ୟ ସମସ୍ତଙ୍କୁ ଚକିତ କରିଛି ।
ଏଥିରେ ସର୍ତ୍ତ ଅଛି ଗ୍ଦଙ୍କମଷ ବକ୍ଟ୍ରକ୍ଟ୍ରକ୍ଟସଦ୍ଭଗ୍ଧଜ୍ଞରଦ୍ଭଗ୍ଧ ବକ୍ସର ଗ୍ଦଙ୍କଭହରମଗ୍ଧ ଗ୍ଧକ୍ଟ ଗ୍ଧକ୍ଟ ଗ୍ଧଷର କ୍ଟଙ୍କଗ୍ଧମକ୍ଟଜ୍ଞର କ୍ଟଲ ଗ୍ଧଷର କ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ ସଦ୍ଭ ଗ୍ଧଷର ଙ୍ଗକ୍ସସଗ୍ଧ/ଙଇ ମବଗ୍ଦରଗ୍ଦ.
ଏ ପ୍ରକାର ନିଯୁକ୍ତି ପତ୍ର କୌଣସି ପଦବୀ ପୁରଣ ପାଇଁ ଅତୀତରେ କେବେ ଦିଆଯାଇଥିବାର ନଜିର ନାହିଁ ।
ଗୃହ ଓ ନଗର ଉନ୍ନୟନ ବିଭାଗ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଦାୟୀତ୍ୱରେ ଥିବା ଜଳ ସଂପଦ,ପତ୍ତର୍୍ ବିଭାଗ ଏବଂ ଓଡ଼ିଶା ଲୋକସେବା ଆୟୋଗ ର ମୁଖ୍ୟ ଏ ଘୋଟାଲାରେ ଜଡିତ ।
ମୁଖ୍ୟମନ୍ତ୍ରୀଙ୍କର ଟୁ୍ୟଟର ଆକାଉଣ୍ଟ୍କୁୁ ଏ ଘୋଟାଲା ସଂପର୍କରେ ଖବର ମିଳିବା ପରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା •ଲିଛି ।
ଏଣୁ ବିଜେପି ଉକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ପାଇଁ ହୋଇଥିବା ନିଯୁକ୍ତି ପ୍ରକି୍ରୟାର ସି.ବି.ଆଇ ତଦନ୍ତ ଦାବି କରିଛି । ଏବଂ ଏ ପରୀକ୍ଷା କୁ ବାତିଲ ଦାବି କରିଛି । ଆଜି ଆୟୋଜିତ ପ୍ରେସ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି । ଏହି ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟ, ସାଧାରଣ ସମ୍ପାଦକ ଠାକୁର ରଣଜିତ ଦାସ ଯୋଗ ଦେଇଥିଲେ ।

Share in top social networks!