ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ :୨୫ଟି ଜନହିତକାର ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ :କେନ୍ଦୁଝର ଠାରେ ମେଡିକାଲ୍ କଲେଜ୍ ଏବଂ ଯୋଡା ଠାରେ ଫ୍ଲାଏ ଓଭର ନିର୍ମାଣ ଘୋଷଣା

12802861_236218186717177_5521705465497222023_nଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚଳିତ ମାର୍ଚ୍ଚ ୦୧ ତାରିଖ ଦିନ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ବିଜୁ ପକ୍କାଘର (ଖଣି କ୍ଷତିଗ୍ରସ୍ତ ଅଂଚଳରେ) ଯୋଜନାର ଶୁଭାରମ୍ଭ କରିଛନ୍ତି । ଏତଦ୍ବ୍ୟତୀତ ୨୫ଟି ଜନହିତକାର ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବା ସହିତ ନିର୍ମାଣ ଶ୍ରମିକଙ୍କୁ ସହାୟତା ଓ କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ୍ ବଂଟନ କରିଛନ୍ତି ।

ଏହି ଉପଲକ୍ଷେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ସମାରୋହରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ କେନ୍ଦୁଝର ଜିଲ୍ଲାଗସ୍ତରେ ଆସି ସେ ଅତ୍ୟନ୍ତ ଖୁସି ବୋଲି କହିଥିଲେ । ଉଦ୍ବୋଧନ ଛଳରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖଣିଜ ସଂପଦର ଭରପୁର କେନ୍ଦୁଝର ଜିଲ୍ଲା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଓ ରାଜ୍ୟର ଅର୍ଥନୀତିକୁ କେନ୍ଦୁଝର ଜିଲ୍ଲାର ଅବଦାନ ବହୁତ । ଗୋଟିଏ ଦିନରେ ୨୫ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ଜିଲ୍ଲାର ପ୍ରଗତିରେ ସହାୟକ ହେବ । ଖଣି ଅଂଚଳରେ ଶ୍ରମିକମାନଙ୍କୁ ସୁବିଧା ଯୋଗାଇବା ନିମନ୍ତେ ବିଜୁ ପକ୍କାଘର ଯୋଜନା କାର୍ଯ୍ୟକାରୀ କରାଯାଉଛି । ହିତାଧିକାରୀମାନଙ୍କ ନିମନ୍ତେ ବିଜୁ ପକ୍କାଘର ନିର୍ମାଣ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟର ଗରିବ, ଖଟିଖିଆ ଲୋକମାନଙ୍କର ମଧ୍ୟ ରାଜ୍ୟ ବିକାଶରେ ଭୂମିକା ରହିଛି । ତେଣୁ ସେମାନଙ୍କର ଅଧିକାରକୁ ଅଗ୍ରାଧିକାର ଦିଆଯାଇ ନିର୍ମାଣ ଶ୍ରମିକମାନଙ୍କୁ ସରକାର ଘର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କେନ୍ଦୁପତ୍ର ତୋଳାଳୀମାନଙ୍କୁ ବୋନସ୍ ପ୍ରଦାନର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାରେ ୫୦୦ କୋଟି ବ୍ୟୟ ଅଟକଳରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଘୋଷଣା କରି ଏହା କେନ୍ଦୁଝରବାସୀଙ୍କର ଦାବି ଥିଲା ବୋଲି କହିଥିଲେ । ଏତଦ୍ବ୍ୟତୀତ ଯୋଡାଠାରେ ନୂଆ ଫ୍ଲାଏ ଓଭର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କେନ୍ଦୁଝର ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ଅଧିକ ସଂଖ୍ୟକ ମଡେଲ୍ ସ୍କୁଲ୍ ଖୋଲାଯିବ ବୋଲି କହିଥିଲେ ।

ତାଙ୍କ ସରକାର ଗରିବ, ଆଦିବାସୀ, ଚାଷୀ, ମୁଲିଆଙ୍କ ପାଇଁ କାମ କରୁଛି ଏବଂ ସେମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଲଢେଇ କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସାଧାରଣ ଲୋକ, ଆଦିବାସୀ, ଗରିବ ଓ ପଛୁଆବର୍ଗଙ୍କର ବିକାଶ ନିମନ୍ତେ କାର୍ଯ୍ୟ କରୁଛନ୍ତି ବୋଲି କହିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ପଂଚାୟତିରାଜ ଓ ଆଇନ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଏହି ସମାବେଶରେ ଉଦ୍ବୋଧନ ଦେଇ ଏହି ସମାବେଶ ସମଗ୍ର ରାଜ୍ୟ ପାଇଁ ବିକାଶର ବାର୍ତା ଦେବ ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ଦିଗରେ ଯଥାର୍ଥ ଦିଗ୍ଦର୍ଶନ ଦେଉଛନ୍ତି ବୋଲି କହିଥିଲେ ।

ବିଜୁ ପକ୍କାଘର ଯୋଜନା ଓ ନିର୍ମାଣ ଶ୍ରମିକମାନଙ୍କ ପାଇଁ ସହାୟତା ଯୋଜନା ସଂପର୍କରେ ତଥା ମମତା ଯୋଜନାଠାରୁ ଛାତ୍ରଛାତ୍ରୀମାନଙ୍କର ପାଠପଢା ତଥା ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକହିତକର ଯୋଜନା ଉପରେ ଆଲୋକପାତ କରିଥିଲେ । ଶକ୍ତି, ବୈଦୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାଶ ଏହି ସମାବେଶରେ ଉଦ୍ବୋଧନ ଦେଇ କେନ୍ଦୁଝର ଜିଲ୍ଲା ପ୍ରତି ଆବେଗ ଓ ଭାବପ୍ରବଣତା ରହିଛି ବୋଲି କହିବା ସହିତ ରାଜ୍ୟରେ ପ୍ରତି ଘରକୁ ବିଜୁଳି ଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ଏବଂ ଆଜିର ସମାବେଶ କେନ୍ଦୁଝର ଜିଲ୍ଲାର ପ୍ରଗତିକୁ ତ୍ୱରାନ୍ୱିତ କରିବ ବୋଲି କହିଥିଲେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦି୍ରନାରାୟଣ ପାତ୍ର ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲାପ୍ରତି ସଦିଚ୍ଛା ରହିଛି ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହି ସମାବେଶ କେନ୍ଦୁଝର ଜିଲ୍ଲାର ପ୍ରଗତିକୁ ଆଗେଇ ନେବାରେ ସହାୟକ ହେବ ବୋଲି କହିଥିଲେ । ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ହୃଷିକେଶ ନାଏକ, କେନ୍ଦୁଝର ଲୋକସଭା ସଦସ୍ୟା ଶ୍ରୀମତୀ ଶକୁନ୍ତଳା ଲାଗୁରୀ, କେନ୍ଦୁଝର ବିଧାୟକ ଅଭିରାମ ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ, ଆନନ୍ଦପୁର ବିଧାୟକ ମାୟାଧର ଜେନା, ତେଲକୋଇ ବିଧାୟକ ବେଦବ୍ୟାସ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶାରୀଲତା ପୃଷ୍ଟି, ଉପାଧ୍ୟକ୍ଷ ଜଗନ୍ନାଥ ସିଂହ, କେନ୍ଦୁଝର କେନ୍ଦ୍ରିୟ ସମବାୟ ବ୍ୟାଙ୍କ୍ର ସଭାପତି କାନନ୍ ବିହାରୀ ପହି ପ୍ରମୁଖ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲା ଗସ୍ତ ପାଇଁ ସାଧୁବାଦ୍ ଜଣାଇଥିଲେ ।

ଜିଲ୍ଲାପାଳ ଡ଼ଃ ଏନ୍. ତିରୁମାଲା ନାୟକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ୧୩ ହଜାର ୫ ଶହ ୬୩ ଜଣ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଜନା (ଖଣି କ୍ଷତିଗ୍ରସ୍ତ ଅଂଚଳରେ)ର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ, ନିର୍ମାଣ ଶ୍ରମିକମାନଙ୍କୁ ୨୭ ଲକ୍ଷ ୪ ହଜାର ଟଙ୍କାର ବାଇସାଇକେଲ, ଯନ୍ତ୍ରପାତି, ଶିକ୍ଷା ସହାୟତା, ବିବାହ ସହାୟତା ବଂଟନ କରାଯାଇଥିଲା ଏବଂ କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ୍ ବଂଟନ କରାଯାଇଥିଲା । ୧୭ କୋଟି ୮୨ ଲକ୍ଷ ୩୨ ହଜାର ଟଙ୍କା ବିନିଯୋଗରେ ୧୩ଟି ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ଓ ଛାତ୍ରାବାସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ୪ କୋଟି ଟଙ୍କା ବିନିଯୋଗରେ (ଟାଟା କମ୍ପାନୀର ସାମାଜିକ ଦାୟିତ୍ୱବୋଧ ସହାୟତାରେ) ନିର୍ମିତ ଯୋଡା କଲ୍ୟାଣ ମଣ୍ଡପ ଉଦ୍ଘାଟିତ ହୋଇଥିଲା ।

ଏତଦ୍ବ୍ୟତୀତ ୫ କୋଟି ୫୦ଲକ୍ଷ ଟଙ୍କା ବିନିଯୋଗରେ (ଇସେଲ ମାଇନିଂର ସାମାଜିକ ଦାୟିତ୍ୱବୋଧ ସହାୟତାରେ) ନିର୍ମିତ ଚମ୍ପୁଆ ଜଳଯୋଗାଣ ପ୍ରକଳ୍ପ, ୨ କୋଟି ୫୯ ଲକ୍ଷ ୪୮ ହଜାର ଟଙ୍କା ବିନିଯୋଗରେ (ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠି) ନିର୍ମିତ ଚମ୍ପୁଆ ଟାଉନ ହଲ, ୬ କୋଟି ୧୩ ଲକ୍ଷ ୮୪ ହଜାର ଟଙ୍କା ବିନିଯୋଗରେ ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ, କେନ୍ଦୁଝରର ସିଭିଲ ଇଞ୍ଜିନିଅରିଂ ଶାଖା ପାଇଁ ଅତିରିକ୍ତ ପରୀକ୍ଷାଗାର ଓ ଶ୍ରେଣୀଗୃହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ।

ଶୁଆକାଟୀ- ଦୁବୁନା ରାସ୍ତାର ଛାମୁଣ୍ଡା ନାଳ-୧ ଉପରେ ୫ କୋଟି ୧୪ ଲକ୍ଷ ୩୫ ହଜାର ଟଙ୍କା ବ୍ୟୟ ଅଟକଳରେ, ଛାମୁଣ୍ଡ ନାଳ-୨ ଉପରେ ୫ କୋଟି ୧୮ ଲକ୍ଷ ୨୮ ହଜାର ଟଙ୍କା ବ୍ୟୟ ଅଟକଳରେ, ବଇଙ୍ଗା ନାଳ ଉପରେ ୭ କୋଟି ୨୨ ଲକ୍ଷ ୨୪ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୩ଟି ହାଇ ଲେଭେଲ ସେତୁ, ବଡବିଲ-ନାଲଦା ରାସ୍ତାରେ ରେଳପଥ ଉପରେ ବଡବିଲ ସହରରେ (ପି.ପି.ପି. ମୋଡ୍ରେ) ଯଥାକ୍ରମେ ୨୩ କୋଟି ୫୦ ଲକ୍ଷ ୯୨ ହଜାର ଟଙ୍କା ଏବଂ ୨୬ କୋଟି ୯ ଲକ୍ଷ ୩୮ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଦୁଇଗୋଟି ରେଲୱେ ଓଭର ବ୍ରିଜ ନିର୍ମାଣ, ୧୧ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବୈତରଣୀ ନଦୀ ବାମ ପାଶ୍ୱର୍ରେ ଆନନ୍ଦପୁର ଠାରୁ ତରଭା – ବରେଶ୍ୱର ପର୍ଯ୍ୟନ୍ତ ବନ୍ୟା ସୁରକ୍ଷା ନଦୀବନ୍ଧ ଉନ୍ନତିକରଣ ପ୍ରକଳ୍ପ, ୧୬ କୋଟି ୪୦ ଲକ୍ଷ ୨୩ ହଜାର ଟଙ୍କା ବ୍ୟୟ ଅଟକଳରେ ବୈତରଣୀ ନଦୀ ଡାହାଣ ପାଶ୍ୱର୍ରେ ଖପରାଖାଇ ଠାରୁ ପଂଚୁପଲ୍ଲୀ ପର୍ଯ୍ୟନ୍ତ (୧୦.୨ କି.ମି.) ତଟରକ୍ଷା ସହିତ ନଦୀବନ୍ଧର ଉନ୍ନତିକରଣ ଓ ସୁଦୃଢିକରଣ ପ୍ରକଳ୍ପ, ୧୫ କୋଟି ୭୦ ଲକ୍ଷ ୯୯ ହଜାର ଟଙ୍କା ବ୍ୟୟ ଅଟକଳରେ ବୈତରଣୀ ନଦୀ ବାମ ପାଶ୍ୱର୍ରେ ମରୈ÷ଗାଁ ଠାରୁ ବଳୀପୁର ପର୍ଯ୍ୟନ୍ତ (୧୯.୪ କି.ମି.)ର ଉନ୍ନତି କରଣ ପ୍ରକଳ୍ପର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସଂପାଦିତ ହୋଇଥିଲା । ଜିଲ୍ଲାପାଳ ଡ଼ଃ ଏନ୍. ତିରୁମାଲା ନାୟକ ଏବଂ ଏସ୍.ପି. କବିତା ଜଲାନ୍ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଶୃୃଙ୍ଖଳିତ ଭାବେ ସମାପନ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରୀ ସ୍ୱାଇଁ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପ୍ତିରଞ୍ଜନ ରାୟ, ପିଡି ଡିଆରଡିଏ ନିଖିଲ୍ ପୱନ କଲ୍ୟାଣ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

Share in top social networks!