ମାର୍ଚ ୮ରେ ପେନ୍ ଇନ୍ ସାହିତ୍ୟ ସଂଧ୍ୟା

peninରାଜ୍ୟର ପ୍ରମୁଖ ସାରସ୍ବତ ଅନୁଷ୍ଠାନ ଓ ଅଗ୍ରଣୀ ପ୍ରକାଶନ ଗୃହ ପେନ୍ ଇନ୍ ପକ୍ଷରୁ ଚଳିତ ମାସ ୮ ତାରିଖରେ ‘ସାହିତ୍ୟ ସଂଧ୍ୟା ୨୦୧୬’ ଶୀର୍ଷକ ଏକ ସାରସ୍ବତ ଉତ୍ସବ ଅନୁଷ୍ଠିତ ହେବ । ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆ ଠାରେ ୩୨ ତମ ଭୁବନେଶ୍ୱର ପୁସ୍ତକ ମେଳା ଅବସରରେ ମେଳାର ମୁଖ୍ୟ ମଞ୍ଚରେ ଏହି ଉତ୍ସବ ଅନୁଷ୍ଠିତ ହେବ । ସଂଧ୍ୟଶ ୬ଟାରେ ଯଶସ୍ବୀ କବି ରମାକାନ୍ତ ରଥ ଏହି ଉତ୍ସବକୁ ଉଦ୍ଘାଟନ କରିବେ ।
ଉଦ୍ଘାଟନୀ ଉତ୍ସବରେ କଥାଶିଳ୍ପୀ ବିଭୂତି ପଟ୍ଟନାୟକ ମୁଖ୍ୟଅତିଥି ଓ ଗୌରହରି ଦାସ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହିବେ । ଉତ୍ସବରେ ଅଧ୍ୟକ୍ଷତା କରିବେ କବି ଓ ଚିନ୍ତକ ହରପ୍ରସାଦ ଦାସ । ଏ ଅବସରରେ ପେନ୍ ଇନ୍ ପ୍ରକାଶିତ ୭ଟି ନୂତନ ପୁସ୍ତକ ଉନ୍ମୋଚିତ ହେବ ।
ଉଦ୍ଘାଟନୀ ଉତ୍ସବ ପରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । ଏଥିରେ କଥାଶିଳ୍ପୀ ଅଜୟ ସ୍ବାଇଁ ମୁଖ୍ୟ ଅତିଥି ଓ କବି ସୁନୀଲ କୁମାର ପୃଷ୍ଟି ମୁଖ୍ୟବକ୍ତା ଭାବେ ଯୋଗ ଦେବେ । ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ଦ୍ୱାରା ସଂଚାଳିତ ହେବାକୁ ଥିବା ଏହି କବିତା ଉତ୍ସବରେ ୨୦ ଜଣ ଯୁବ କବି ସ୍ବରଚିତ କବିତା ପାଠ କରିବେ । ଉତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ଲେଖକଙ୍କୁ ପେନ୍ ଇନ୍ ପକ୍ଷରୁ ସମ୍ବର୍ଧିତ କରାଯିବ । ସଂଧ୍ୟା ୬ ଘଟିକାରେ ଆରମ୍ଭ ହେବାକୁ ଥିବା ଏ ଉତ୍ସବରେ ବହୁ ସଂଖ୍ୟାରେ ସାହିତ୍ୟପ୍ରେମୀ ଯୋଗ ଦେବାକୁ ପେନ୍ ଇନ୍ ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ଅନୁରୋଧ କରିଛନ୍ତି ।

Share in top social networks!