ଯୁବ ରେଡ଼କ୍ରସ୍, ଓଡିଶା ପକ୍ଷରୁ ପରିବେଶ ସୁରକ୍ଷା, ସ୍ୱଚ୍ଛତା, ବୃକ୍ଷରୋପଣ, ଜଳବାଯୁ ପରିବର୍ତ୍ତନ, ବିଶ୍ୱବ୍ୟାପି ଉଷ୍ମତା ଉପରେ ସଚେତନତା କାର୍ଯ୍ୟକ୍ରମ

redyouthଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା, ଯୁବ ରେଡ଼କ୍ରସ୍ ଆନୁକୁଲ୍ୟରେ ପରିବେଶ ସୁରକ୍ଷା, ସ୍ୱଚ୍ଛତା, ବୃକ୍ଷରୋପଣ, ଜଳବାଯୁ ପରିବର୍ତ୍ତନ ଓ ବିଶ୍ୱବ୍ୟାପି ଉଷ୍ମତା ଉପରେ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ରେଡ଼କ୍ରସ୍ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୮୦ ରୁ ଅଧିକ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀ ଓ ପରାମର୍ଶଦାତା ମାନେ ଯୋଗଦେଇଥିଲେ ।
ପା୍ରକ୍ତନ ମୁଖ୍ୟଶାସନ ସଚିବ ତଥା ରେଡ଼କ୍ରସ୍ କାର୍ଯ୍ୟକାରିଣୀ କମିଟି ସଭ୍ୟ ଶ୍ରୀ ସୁଧାଂଶୁ ଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ତାଙ୍କ ଅଭିଭାଷଣରେ ପରିବେଶ ସୁରକ୍ଷା, ସ୍ୱଚ୍ଛତା, ବୃକ୍ଷରୋପଣ, ଋତୁ ପରିବର୍ତ୍ତନ ଜଳ ବାୟୁ ଓ ବିଶ୍ୱବ୍ୟାପି ଉଷ୍ମତା ଉପରେ ଆଲୋକପାତ କରିବା ସହ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ଏହାର ସଠିକ ଉପଯୋଗ ପାଇଁ ଆହ୍ମାନ କରିଥିଲେ । ଯୁବ ସମାଜ ଦେଶର ମେରୁଦଣ୍ଡ ହିସାବରେ ନିଜେ ସଚେତନ ରହିବା ସହିତ ସମାଜକୁ ସଚେତନ କରିବା ନିମନ୍ତେ ସମର୍ଥ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ ।
ସମ୍ମାନୀତ ଅତିଥି ଭାବେ ଡ଼ଃ. ବିଜୟା ମିଶ୍ର, ଆଜୀବନ ସଦସ୍ୟା ତଥା କାର୍ଯ୍ୟକାରଣୀ ସଦସ୍ୟା, ପରିବାର ପରାମର୍ଶଦାତାକେନ୍ଦ୍ର ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ଓ ପ୍ରକଳ୍ପ ନିଦେ୍ର୍ଦଶକ ମମତା ଯୋଗଦେଇ ଗ୍ରାମ୍ୟ ପରିବେଶରୁ ସ୍ୱଚ୍ଛତାକୁ ଆରମ୍ଭକରି ସହର ପର୍ଯ୍ୟନ୍ତ କିପରି ବ୍ୟାପକ କରାଯାଇପାରିବ ଏବଂ ପୃଥିବୀ ଉତ୍ତପ୍ତୀକରଣ ଓ ଜଳବାୟୁ ପରିବର୍ତ୍ତନର ନିରାକରଣପାଇଁ ବୃକ୍ଷରୋପଣହିଁ ଏକମାତ୍ର
ଉପାୟ ବତାଇଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି, କମ୍ରେଡ଼ କୁଳଦିପ ଚର୍ତୁବେଦୀ, ପା୍ରକ୍ତନ ଯୁଗ୍ମ ନିଦେ୍ର୍ଦଶକ ଏନ୍.ସି.ସି. ଓଡିଶା, ରେଡ଼କ୍ରସ୍ର ବିଭିନ୍ନ ବହୁମୁଖୀ କାର୍ଯ୍ୟକ୍ରମକୁ ପ୍ରଂଶସାକରିବା ସହିତ ସ୍ୱେଚ୍ଛାସେବୀମାନଙ୍କ ବ୍ୟକ୍ତିତ୍ୱର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପୃଥିବୀ ଉତ୍ତପ୍ତୀକରଣ ଓ ଜଳବାୟୁ ପରିବର୍ତ୍ତନକୁ ନେଇ ଆର୍ନ୍ତଜାତିକ ସ୍ତରରେ ଏହାର ପ୍ରଭାବ ଓ ନିରାକରଣ ସହିତପୃଥିବୀରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ଓ ମନୁଷ୍ୟକୃତ ବିପର୍ଯ୍ୟୟକୁ ଆଲୋଚନା କରିବା ସହିତ ଯୁବ ସ୍ୱେଚ୍ଛାସେବୀ ଚାହିଁଲେ ଏହାକୁ କିପରି ରୋକାଯାଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ।
ପରେପରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡଃ ଶୈଳବାଳା ପାଢୀ, ନିଦେ୍ର୍ଦଶକ, କେନ୍ଦ୍ରିୟ ପରିବେଶ ଶିକ୍ଷା ଅଧ୍ୟୟନ, “ଜଳବାଯୁ ପରିବର୍ତ୍ତନ ଓ ବିଶ୍ୱବ୍ୟାପି ଉଷ୍ମତା” ଉପରେ, ଅଭିଭାଷଣ ଦେଇଥିଲେ । ପରେ ପରେ ଶ୍ରୀ ଜୟକୃଷ୍ଣ ପାଣୀଗ୍ରାହୀ, ସମ୍ପାଦକ, ପରିବେଶ ସଂସ୍ଥା, ଓଡିଶା “ପରିବେଶ ସୁରକ୍ଷା” ଉପରେ ଶୀ୍ର ବାସୁଦେବ ନାୟକ, ଫରେଷ୍ଟ ରେଜଂର, କଟକ “ବୃକ୍ଷରୋପଣ” ଉପରେ, ଡଃ କୈଶୀକ ମିଶ୍ର, ଆସିଷ୍ଟାଣ୍ଡ ପ୍ରଫେସର, ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର “ସ୍ୱାସ୍ଥ୍ୟ ଓ ପରିମଳ” ଉପରେ ଯୁବ ସ୍ୱେଚ୍ଛାସେବୀ ମାନଙ୍କୁ ସବିଶେଷ ବିବରଣୀ ସହ ତଥ୍ୟ ପ୍ରଦାନ କରିଥିଲେ ।
ଯୁବ ରେଡ଼କ୍ରସ୍ ଅଫିସର ଡ଼ଃ କଳ୍ପନା ଦାସ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ତାଙ୍କ ଅଭିଭାଷଣରେ ଦୈନନ୍ଦିନ ଜୀବନରେ ବୃକ୍ଷରୋପଣର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ । ବୃକ୍ଷହିଁ ଜୀବନର ଆଧାର, ସୃଷ୍ଟିର ପ୍ରାରମ୍ଭ ଓ ବିନାଶ ବୃକ୍ଷଉପରେ ହିଁ ନିର୍ଭର କରେ । ପୃଥିବୀକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଆମ ଯୁବପିଢି ବିଶେଷକରି ପ୍ରତ୍ୟେକ ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଆଗଭର ହେବା ଉଚିତ । ଶୀ୍ର ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ ।

Share in top social networks!