୨୦୧୬-୧୭ ସାଧରଣ ବଜେଟ ଗରୀବ, କୃଷକ ଏବଂ ବଜାର ବିରୋଧି: ପ୍ରଦେଶ କଂଗ୍ରେସ

୨୦୧୬-୧୭ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ଆଗତ କରିଥିବା ସାଧାରଣ ବଜେଟକୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ନିରୁତ୍ସାହଜନକ ଏବଂଧର୍ମକୁ ଆଖିଠାର ବୋଲି କହିଛନ୍ତି । ବଜେଟରେ ଗାଁ, ଗରୀବ ଏବଂ କୃଷକମାନଙ୍କୁ ଢ଼ାଲ କରି କମ୍ପାନୀମାନଙ୍କୁ ଫାଇଦା ଦେବାର ବ୍ୟବସ୍ଥା କରାଯାଇଛି । ଭାରତୀୟ ଅର୍ଥନୀତିକୁ ଏନଡିଏ ସକାର ଡୁବାଇବା ଅବସ୍ଥାକୁ ନେଇଆସିଛି ବୋଲି ଶ୍ରୀ ହରିଚନ୍ଦନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ଗତ ଆର୍ଥିକ ବର୍ଷ ବଜେଟ ଉପସ୍ଥାପନ କଲାବେଳେ ଅର୍ଥମନ୍ତ୍ରୀ ଜେଟଲୀ କହିଥିଳେ ଯେ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସତ୍ୱେ ଏ ବର୍ଷ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୮.୧ ପ୍ରତିଶତ ରୁୂ ୮.୫ ପ୍ରତିଶତରେ ପହଞ୍ଚôବ । ମାତ୍ର ପ୍ରକୃତ ପକ୍ଷେ ନିକଟରେ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ଅଭିବୃଦ୍ଧି ହାର ୭.୬ ପ୍ରତିଶତକୁ ଖିସି ଆସିଛି ବୋଲି ଦର୍ଶାଯାଇଛି । ୟୁପିଏ ସରକାର ସମୟର ବଜେଟକୁ ଲୋକାଭିମୁଖୀ ବୋଲି କହି ଶ୍ରୀ ହରିଚନ୍ଦନ କହିଲେ ୟୁପିଏ ସରକାରର ଶେଷ ବଜେଟ ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସହାୟତା ନିମନ୍ତେ ୩ଲକ୍ଷ ୩୮ ହଜାର ୪ ଶହ ୮ କୋଟିର ବ୍ୟୟ ଅଟକଳ କରାଯାଇଥିଲା ଯାହା ମଧ୍ୟରୁ ୨ଲକ୍ଷ ୬୬ ହଜାର ୩୦୦ କୋଟି ଟଙ୍କା ପ୍ରକୃତରେ ଖର୍ଚ୍ଚ କରାଯାଇଥିଲା । ୨୦୧୬-୧୭ ଆର୍ଥôକ ବର୍ଷ ପାଇଁ ଏ ବାବଦରେ ବଜେଟରେ ୨ଲକ୍ଷ ୪୧ ହଜାର ୯ଶହ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ପ୍ରକୃତ ଖର୍ଚ୍ଚ ରାଶି ନିଶ୍ଚିତ ପକ୍ଷରେ ଏହାଠାରୁ କମ ହେବ । ଏହିପରିପ୍ରେକ୍ଷୀରେ ଶ୍ରୀ ହରିଚନ୍ଦନ କହିଲେ ଯେ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ୫୫% କେନ୍ଦ୍ରୀୟ ସହାୟତା ରାଶି ବୃଦ୍ଧି କରିଛନ୍ତି ବୋଲି ଯେପରି ବାହାବା ନେଉଛନ୍ତି ତାହା ଅବୋଧ୍ୟ । ତମାମ ଦେଶରେ କୃଷି ଓ କୃଷକ ବିପର୍ଯସ୍ତ ଏବଂ କୃଷକ ଆତ୍ମହତ୍ୟାର ଧାରା ବୃଦ୍ଧି ପାଇବାରେ ଲାଗିଛି । ଏପରି ସ୍ଥଳରେ ଆଶା କରାଯାଉଥିଲା ସରକାର କୃଷି ଓ କୃଷକ ମାନଙ୍କ ପାଇଁ ବଜେଟରେ ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରିବେ । ମାତ୍ର ଦୁଃଖର ବିଷୟ କୃଷି କ୍ଷେତ୍ରକୁ ସବୁଠୁ ଅଧିକା ସହାୟତା ଦିଆଯିବ ବୋଲି ଡିଣ୍ଡିମ ପିଟୁଥିବା ମୋଦି ସରକାର ମାତ୍ର ଏହି ବଜେଟ୍ରେ ୧୩ ହଜାର ୨ ଶହ ୭୪ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ଯେତେବେଳେ ୨୦୧୪-୧୫ ଆର୍ଥିକ ବର୍ଷରେ ୟୁପିଏ ସରକାର ୧୭୪୯୮ ଟଙ୍କାର କୃଷି ବଜେଟ ଉପସ୍ଥାପନ କରିଥିଲେ । କ୍ଷୁଦ୍ର ଏବଂ ନାମମାତ୍ର •ଷୀଙ୍କ ପାଇଁ ୟୁପିଏ ସରକାର ୭୧ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିବା ବେଳେ •ଷୀ ବିରୋଧି ନରେନ୍ଦ୍ର ମୋଦି ଏବଂ ତାଙ୍କର ମନ୍ତ୍ରୀ ପରିଷଦ ସଦସ୍ୟମାନେ କେବଳ ମିଥ୍ୟା ଆଶ୍ୱାସନା ଦେବାରେ ବ୍ୟସ୍ତ ଅଛିନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ମାତ୍ର ୮ ଦିନ ତଳେ ବରଗଡ଼ରେ ପ୍ରଧାନ ମନ୍ତ୍ରୀ ମୋଦି କହିଥିଲେ ଦେଶରେ ଜଳସେଚନ ପାଇଁ ବ୍ୟାପକ ଅର୍ଥର ବ୍ୟବସ୍ଥା କରାଯାଇଛି ଏବଂ ଓଡ଼ିଶାରୁ ଦ୍ୱିତୀୟ ସବୁଜ ବିଳ୍ପବ ଆରମ୍ଭ କରାଯିବ । ମାତ୍ର ଆଗତ କରାଯାଇଥିବା ବଜେଟରେ ଏ ସଂମ୍ପର୍କରେ କିଛି ସୂଚନା ନାହିଁ । ତେଣୁ ଓଡ଼ିଶାର ଜନସାଧାରଣଙ୍କୁ ଧୋକା ଦିଆଯାଇଛି । ଏନଡିଏ ସରକାର କଂଗ୍ରେସ ସମୟରେ କାର୍ଯ୍ୟକାରୀ ହୋଇଥିବା କେବିକେ, ବିଆରଜିଏଫ ଏବଂ ଆଇଏପି ଭଳି ସ୍ୱତନ୍ତ୍ର ଯୋଜନା ଗୁଡ଼ିକୁ ଉଚ୍ଛେଦ କରିଥିବା ବେଳେ ଗୃହମନ୍ତ୍ରୀ ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଇଏପି ଯୋଜନାକୁ ରାଜ୍ୟରେ ପୁନଃ କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହି ବଜେଟରେ ସେ ସମ୍ପର୍କରେ ପଦୁଟିଏ ମଧ୍ୟ କୁହାଯାଇ ନାହିଁ କି ଟଙ୍କାଟିଏ ବ୍ୟୟ ବରାଦ କରାଯାଇ ନାହିଁ । ପୂର୍ବରୁ ପ୍ରଚାର କରାଯାଉଥିବା ସ୍ମାର୍ଟ ସିଟି, ଇଣ୍ଡିଆନ ଫାଇନାସ୍ସିଆଲ କୋଡ଼, ଅଟଳ ଇନୋଭେସନ ମିଶନ ଏବଂ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବାବଦରେ ବଜେଟରେ ଟଙ୍କାଟିଏ ବ୍ୟବସ୍ଥା କରାଯାଇ ନାହିଁ । ଏ ବଜେଟରେ ନୂତନତା ନାହିଁ, ଦୃଷ୍ଟିଭଙ୍ଗୀ ନାହିଁ ଏବଂ ଯୋଜନା ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ବଜେଟରେ ଦେଶର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବିଷୟରେ କିଛି ଯୋଜନା କରାଯାଇ ନାହିଁ କିମ୍ବା ସେ ବାବଦରେ କିଛି ପଦକ୍ଷେପ ନିଆଯାଇ ନାହିଁ । ୟୁପିଏ ସରକାର ସମୟରେ ଭିତ୍ତିଭୂମି ସଂରଚନା, ଗରୀବ ଏବଂ •ଷୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିଲା ବେଳେ ଏବର ଏନଡିଏ ସରକାରର କୌଣସି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନାହିଁ । ଏହି ବଜେଟରେ ସରକାର ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ବୃଦ୍ଧି ଏବଂ ମୁଦ୍ରାସ୍ପିତି ନିୟନ୍ତ୍ରଣ ବ୍ୟବସ୍ଥା କରି ନାହାଁନ୍ତ ବୋଲି ଶ୍ରୀ ହରିଚନଦନ କହିଛନ୍ତି । ସ୍ୱଳ୍ପ ଆୟକାରୀ ବ୍ୟକ୍ତି ଏବଂ ମହିଳାମାନଙ୍କ ପାଇଁ ମଧ୍ୟ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ୨୦୧୪ ସାଧାରଣ ନିର୍ବାଚନରେ ଏନଡିଏ ଦେଇଥିବା ନିର୍ବାଚନୀ ଇସ୍ତାହାର ଅନୁଯାୟୀ ବିଦେଶରେ ଗଚ୍ଛିତ କଳା ଧନ ଆଣି ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବା କଥା କିନ୍ତୁ ସେ କଳା ଟଙ୍କା କାହାର ଏବଂ କେଉଁଠି ଅଛି ପ୍ରକାଶ କରିବାକୁ ସରକାର ଏବେ ପଛଘୁଞ୍ଚା ଦେଉଛନ୍ତି ଏବଂ ଡବଲ ଟ୍ୟାକସେସନ୍ ର ଦ୍ୱାହି ଦେଇ ଏହି ପ୍ରସଙ୍ଗକୁ ଏଡ଼ାଇ ମଧ୍ୟ ଯାଉଛନ୍ତି । ତେଣୁ ସରକାରଙ୍କ ସମସ୍ତ ପ୍ରତିଶ୍ରୁତି ବାହାପିଆମିରେ ସୀମିତ ହୋଇ ରହିଯାଇଛି । ଏଥିପାଇଁ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ସଂସଦରେ ବଜେଟ ଆଗତ ହେଉ ହେଉ ବମ୍ବେ ଷ୍ଟକ ଏକସେଞ୍ଜରେ ସେନ୍ସେକ୍ସ ୬୦୦ ପଏଣ୍ଟ ତଳକୁ ପଳାଇଲା ତେଣୁ ସ୍ପଷ୍ଟ ଭାବରେ ପରିଲଖିତ ହେଉଛି ଯେ ଏ ବଜେଟ ସାଧାରଣ ଜନତା ବିରୋଧି, ଗରୀବ ବିରୋଧି ଏବଂ ବଜାର ବିରୋଧି ।

Share in top social networks!