ଚାଷୀ,ଗରୀବ, ମହିଳା,ଯୁବକ ଓ ଗ୍ରାମାଂଚଳର ବିକାଶ ପାଇଁ ବଜେଟ – ଧର୍ମେନ୍ଦ୍ର ପ୍ରଧାନ

dpodishaସଂସଦରେ ଉପସ୍ଥାପିତ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ବଜେଟ ଗ୍ରାମ୍ୟ ଅର୍ଥନୀତିକୁ ଶକ୍ତିଶାଳୀ କରିବ, କୃଷି କାର୍ଯ୍ୟକୁ ପ୍ରୋତ୍ସାହିତ କରିବ, ରୋଜଗାର ସୁଯୋଗ ସୃଷ୍ଟି କରିବ, ଶିକ୍ଷା ଓ ଦକ୍ଷତା ବୃଦ୍ଧିରେ ସହାୟକ ହେବା ସହ ଗରୀବ ଓ ଉପେକ୍ଷିତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ସହଜ କରାଇବ ବୋଲି କେନ୍ଦ୍ର
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

କେବଳ ମୂଳ ନୁହଁ ସୁଧ ସହ ବିକାଶ କରି ଓଡିଶାର ଲୋକଙ୍କୁ ତାଙ୍କର ସ୍ନେହର ଉତର ଦେବାର ପ୍ରତିଶ୍ରୁତି ଏହି
ବଜେଟରେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କୃଷକ ଓ କୃଷିର ବିକାଶ ସହ ଗ୍ରାମ୍ୟ ଅର୍ଥନୀତିର
ବିକାଶର ଯୋଜନା ମାଧ୍ୟମରେ ମୋଟ ୮୭,୭୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଜଳସେଚନ ଗ୍ରାମ୍ୟ
ରାସ୍ତା ତଥା ନିଯୁକ୍ତି ସୁଯୋଗ କୃଷି ଅର୍ଥନୀତି ସହ କୃଷି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଯୁବ ବର୍ଗ ପାଇଁ ମୁଦ୍ରା ଯୋଜନାରେ ପର୍ଯ୍ୟାପ୍ତ ବ୍ୟୟବରାଦ ସମାଜର ଯେଉଁ ମାନଙ୍କ ପାଇଁ ବ୍ୟାଙ୍କ ଗୁଡିକର ଋଣ ସୁବିଧା
ଉପଲବ୍ଧ ନ ଥିଲା ସେମାନେ ଏହାର ସୁବିଧା ନେବାର ସୁଯୋଗ ସୃଷ୍ଟି ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ବର୍ଗର
ଯୁବକ ମାନଙ୍କୁ ଏଥିରେ ସାମିଲ ହେବାର ବିଶେଷ ସୁବିଧା କରାଯାଇଛି । ରାଜ୍ୟର ଯୁବ ଗୋଷ୍ଠୀ ଏହାର ବିଶେଷ ସୁଯୋଗ
ନେବେ ।
ଲକ୍ଷେ ôଟଙ୍କାର ସ୍ୱାସ୍ଥ୍ୟ ବୀମା, ଜିଲ୍ଲା ସଦର ମହାକୁମା ପର୍ଯ୍ୟନ୍ତ କିଡନି ରୋଗୀଙ୍କ ପାଇଁ ଡାଇଲିସିସ ସୁବିଧା ତଥା ସୁବିଧା
ମୂଲ୍ୟରେ ଉତମ ମାନର ଔଷଧ ପାଇଁ ଜନୌଷଧି କେନ୍ଦ୍ର ସହାୟତାର ହାତ ବଢାଇବ ।
ପୂର୍ବ ଭାରତର ଭିତିଭୂମି ବିକାଶ କେନ୍ଦ୍ର ସରକାରଙ୍କର ପ୍ରାଥମିକତା ହୋଇଥିବା ବେଳେ ଭିତିଭୂମି ବିକାଶ ପାଇଁ ୨.୨୭
ଲକ୍ଷ କୋଟି ରାସ୍ତା ଓ ରେଳ ବିକାଶରେ ଖର୍ଚ କରାଯିବ । ଏହାର ଲାଭ ଓଡିଶାକୁ ମିଳିବ ।
ପ୍ରତି ପଂଚାୟତକୁ ୮୦ ଲକ୍ଷ ଓ ପୌର ସଂସ୍ଥାକୁ ୨୧ କୋଟି ଟଙ୍କାର ସିଧା ସିଧା ବ୍ୟୟବରାଦ ସ୍ୱାୟତ ଶାସନ ସଂସ୍ଥାର
ଆର୍ଥିକ ସ୍ଥିତିକୁ ମଜବୁତ କରିବ ।
କ୍ଷୁଦ୍ର ନିବେଶକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ରୀୟ ଆଇନ ମାଧ୍ୟମରେ ଚିଟ ଫଣ୍ଡ ସଂସ୍ଥା ମାନଙ୍କର କାର୍ଯ୍ୟକୁ ନିୟନ୍ତ୍ରିତ
କରାଯିବ । ଏହା ଦ୍ୱାରା ରାଜ୍ୟର କ୍ଷୁଦ୍ର ନିବେଶକାରୀଙ୍କ ସ୍ୱାର୍ଥ ରକ୍ଷା ସହ ଆଉ ଚିଟ ଫଣ୍ଡ ସଂସ୍ଥା ଦ୍ୱାରା ସେମାନେ ଯେପରି
ଠକେଇର ଶୀକାର ହେବେ ନାହିଁ, ଏହା ସୁନିଶ୍ଚିତ କରାଯାଇ ପାରିବ ।
ଲୋକସଭାରେ ଆଗତ ବଜେଟ ପ୍ରସ୍ତାବରେ ଗରୀବ ମହିଳା ମାନଙ୍କୁ ରିହାତି ମୂଲ୍ୟରେ ରନ୍ଧନ ଗ୍ୟାସ ସିଲିଣ୍ଡର
ଯୋଗାଇ ଦେବା ପାଇଁ ୨ ହଜାର କୋଟି ଟଙ୍କାର ବ୍ୟବସ୍ଥାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଐତିହାସିକ ବୋଲି କହିଛନ୍ତି । ଏହା ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ଦେଢ କୋଟି ଗରୀବ ପରିବାର
ଉପକୃତ ହୋଇ ପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ମହିଳା ସଦସ୍ୟଙ୍କ
ନାମରେ ଭାରତ ସରକାର ଏହି ଗ୍ୟାସ ସଂଯୋଗ ଯୋଗାଇ ଦେବେ । ଆଗାମୀ ଦୁଇ ବର୍ଷ ପାଇଁ ଏହି ରିହାତି ଗ୍ୟାସ
ସଂଯୋଗ ଚାଲୁ ରହିବ । ଏହି ସମୟ ଭିତରେ ଅନ୍ୟୁନ ପାଂଚ କୋଟି ଗରୀବ ପରିବାରଙ୍କୁ ଏଥିରେ ସାମିଲ କରାଯିବ ।
ପୂର୍ବ ଭାରତ ଓ ଓଡିଶା ପରି ରାଜ୍ୟ ଏହି ଯୋଜନାରୁ ଅଧିକ ଲାଭ ଉଠାଇ ପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କାରଣ
ଏହି ଅଂଚଳରେ ଦେଶ ଅଧିକ ଗରୀବ ଲୋକ ବସବାସ କରୁଛନ୍ତି ଏବଂ ରନ୍ଧନ ଗ୍ୟାସ ସଂଯୋଗ ରାଷ୍ଟ୍ରୀୟ ଅନୁପାତ
ତୁଳନାରେ ଏଠାରେ ବହୁତ କମ ରହିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ଭାରତରେ କାଠ ଚୁଲୀ ବ୍ୟବହାର କରିବା
କାରଣରୁ ପାଂଚ ଲକ୍ଷ ମହିଳା ମୃତ୍ୟୁ ମୁଖରେ ପଡିଥାନ୍ତି । ସେମାନେ ହୃଦୟ, ସ୍ନାୟୁ, ଶ୍ୱାସ କ୍ରିୟା, ଫୁସଫୁସ ତଥା କ୍ୟାନସର
ଜନିତ ରୋଗର ଶୀକାର ହୋଇଥାନ୍ତି । କେବଳ ମହିଳା ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ନୁହେଁ, ଦେଶର ପରିବେଶ ସୁରକ୍ଷାରେ
ମଧ୍ୟ ଏହାର ଗୁରୁତ୍ୱପୂର୍ଣ ପ୍ରଭାବ ରହିଛି ।
ଶ୍ରୀ ପ୍ରଧାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଏହି ଐତିହାସିକ ନିର୍ଣୟ
ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଶେଷ କରି ଦେଶର ଗ୍ରାମାଂଚଳରେ ବସବାସ କରୁଥିବା ମହିଳା ମାନଙ୍କ ପାଇଁ ଏକ
ଚମକ୍ରାର ଉପହାର ବୋଲି ସେ କହିଛନ୍ତି । ସେ କହିଛନ୍ତି ଦେଶର ଇତିହାସରେ ପ୍ରଥମ ଥର ପାଇଁ ତୈଳ ଓ ପ୍ରାକୃତିକ
ଗ୍ୟାସ ବିଭାଗ ଏଭଳି ଏକ ବିରାଟ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ମହିଳା ହିତାଧିକାରୀ ମାନଙ୍କୁ ଗ୍ୟାସ ସଂଯୋଗ
ଯୋଗାଇ ଦେବ ।

Share in top social networks!