ଲୋକାଭିମୁଖୀ ବଜେଟ ପ୍ରସ୍ତୁତ ପାଇଁ ଜେଟଲିଙ୍କୁ ଅଭିନନ୍ଦନ : ଜୁଏଲ ଓରାମ

226614_569717943074186_1416129610_n୨୦୧୬-୧୭ ମସିହା ପାଇଁ ଆଗତ ବଜେଟ ଦେଶର ସାମୁହିକ ବିକାଶ ପାଇଁ ଉଦ୍ଦିଷ୍ଟ ଏବଂ ଏହା ଏକ ଲୋକାଭିମୁଖୀ ବଜେଟ ବୋଲି କେନ୍ଦ୍ର ଅଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ପ୍ରକାଶ କରିବା ସହ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉକ୍ତ ବଜେଟରେ କୃଷକ, ଶ୍ରମିକ, ତଫସିଲଭୁକ୍ତ ଜାତି, ଉପଜାତି, ବରିଷ୍ଟ ନାଗରୀକ, ମହିଳା ଓ ଯୁବକ ଯୁବତୀମାନଙ୍କୁ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି କହିଛନ୍ତିି । ପ୍ରଥମ ଥର ପାଇଁ ପ୍ରତ୍ୟେକ ଗ୍ରାମ ପଂଚାୟତକୁ ସିଧା ସଳଖ ୮୦ଲକ୍ଷ ଟଙ୍କା ଗ୍ରମୀଣ ବିକାଶ ପାଇଁ ଦିଆଯିବ । ଜାତୀୟ ବ୍ୟାଙ୍କ୍ ଶାଖାଗୁଡିକ ଅନୁସୂଚୀତ ଜାତି ଓ ଜନଜାତିର ଉଦ୍ୟୋଗୀ ମାନଙ୍କୁ ଋଣ ଦେବା ସହିତ କୃଷି ଓ କୃଷକ କଲ୍ୟାଣ ପାଇଁ ୯ ଲକ୍ଷ କୋଟି ଟଙ୍କା ଋଣ ଦେବାର ବ୍ୟବସ୍ଥା କରାଯିବ । ଏହା ଛଡା କୃଷି ଓ କୃଷକ କଲ୍ୟାଣ ପାଇଁ ୩୫ହଜାର ୯୮୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୬୦,୦୦୦ କୋଟି ଟଙ୍କା ଭୂତଳ ଜଳକୁ ରିଚାର୍ଜ କରିବା ପାଇଁ ଖର୍ଚ୍ଚ ହେବ । ଜଳ ସେଚନ ପାଇଁ ନାବାର୍ଡ ଜରିଆରେ ୨୦ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଗ୍ରମୀଣ ବିକାଶ ପାଇଁ ୩୮,୫୦୦ କୋଟି ବରାଦ ହୋଇଥିବା ବେଳେ ସ୍ୱଚ୍ଛ ଭାରତ ଅଭିଯାନରେ ୯,୫୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବିପିଏଲ ପରିବାରକୁ ୧ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ ଓ ଆସନ୍ତା ୫ ବର୍ଷ ମଧ୍ୟରେ ସେମାନଙ୍କୁ ଏଲ.ପି.ଜି ଗ୍ୟାସ କନେକସନ୍ ମିଳିବ । ପ୍ରତ୍ୟେକ ଗାଁକୁ ୨୦୧୮ ମସିହା ଭିତରେ ବିଜୁଳି ଯୋଗାଇ ଦିଆଯିବ । ୩ ବର୍ଷରେ ଏକ କୋଟି ଅଧିକ ଯୁବକ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ପ୍ରଶିକ୍ଷିତ କରାଯିବ ।
ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସ୍ୱତେ ସମାଜରେ ସବୁ ବର୍ଗ ଓ ଦେଶର ସବୁ ଅଂଚଳର ବିକାଶ ପାଇଁ ଯେଉଁ ବଜେଟ୍ ଅରୁଣ ଜେଟଲୀ ଉପସ୍ଥାପିତ କରିଛନ୍ତି ସେଥିପାଇଁ ଶ୍ରୀ ଜେଟଲୀ ତଥା ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଶ୍ରୀ ଓରାମ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share in top social networks!