ଓଡିଶାରେ ସେନାବାହିନୀରେ ନିଯୁକ୍ତି ପାଇଁ ୫୦୦ ଯୁବକଙ୍କୁ ସ୍ଵତନ୍ତ୍ର ତାଲିମ ଦିଆଯିବ

ଆଜି ସଚିବାଳୟସ୍ଥ ଯୋଜନା ଓ ସମନ୍ଵୟ ସମ୍ମିଳନୀ ଗୃହରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଯୁଗଳ କିଶୋର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଓଡିଶାରେ ଆର୍ମି ରିକୃମେଣ୍ଟ ସମ୍ପର୍କରେ ଆଲୋଚନା କରାଯାଇଥିଲା |
DSCN7823
ଉନ୍ନୟନ କମିଶନର ଶ୍ରୀଯୁକ୍ତ ମହାପାତ୍ର କହିଲେ ଯେ ଓଡିଶାରେ ବିଭିନ୍ନ ଜିଲ୍ଲାରେ ସୁନାମ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ କାର୍ମଶାଳା ଓ ଆଲୋଚନା ଚକ୍ର ଆୟୋଜନ କରାଯାଇ ଯୁବକମାନଙ୍କ ମନରେ କିପରି ସେନାବାହିନୀ ରେ ନିଯୁକ୍ତି ପାଇଁ ଆଗ୍ରହ ସୃଷ୍ଟି କରାଯାଇପାରିବ ସେ ଦିଗରେ ଶିକ୍ଷା ବିଭାଗ ପଦକ୍ଷେପ ନେବ | ଏତଦ୍ ବ୍ୟତୀତ ଓଡିଶାରେ ୫୦୦ ବେକାରୀ ଯୁବକ ମାନକୁ ନୁଯୁକ୍ତି ମିଶନ ମାଧ୍ୟମରେ ସେନାବାହିନୀରେ ନିଯୁକ୍ତି ପାଇଁ ସ୍ଵତନ୍ତ୍ର ତାଲିମ ବ୍ୟବସ୍ଥା କରାଯିବ | ଶାରୀରିକ ପରୀକ୍ଷା ପରେ ପୁନର୍ବାର ଏକ ସପ୍ତାହ ତାଲିମ ପ୍ରଦାନ କରାଯିବ |

ଇଣ୍ଡିଆ ମିଲିଟାରୀ ଏକାଡେମୀ ଓ ନ୍ୟାସନାଲ ଡିଫେନ୍ସେ ଏକାଡେମୀ ପରୀକ୍ଷାରେ ଯେଉଁ ପରୀକ୍ଷାର୍ଥୀ ମନୋନୀତ ହେବେ ପଞ୍ଜାବ ପରି ଓଡିଶା ପ୍ରୋଶ୍ଚାହନ ଭତ୍ତା ମଞ୍ଜୁର ଦିଗରେ ବିହିତ ପଦକ୍ଷେପ ନେବ ବୋଲି ଉନ୍ନୟନ କମିଶନର ପ୍ରକାଶ କରିଥିଲେ | ଉକ୍ତ ବୈଠକରେ ଶକ୍ତି ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ନିଯୁକ୍ତି ଓ ବୈଷୟିକ ଶିକ୍ଷା ଶାସନ ସଚିବ ଶ୍ରୀ ସି.ଏସ୍. କୁମାର,ସାଧାରଣ ପ୍ରଶାସନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ନିତେନ ଚନ୍ଦ୍ର, ପଶ୍ଚିମ ବଙ୍ଗ, ଓଡିଶା ଓ ସିକିମ ରାଜ୍ୟ ଦାୟିତ୍ଵ ରେ ଥିବା ଡେପୁଟି ଡାଇରେକ୍ଟର ଜେନେରାଲ ଟି.ଏ. ମଲ୍ଲିକ୍, ଯୋଜନା ଓ ସମନ୍ଵୟ ବିଭାଗର ଅତିରିକ୍ତ ଶାସନ ସଚିବ ଟି. ରାମଚନ୍ଦ୍ରୁ ଓ ଓ.ଏସ୍.ଡି ଶ୍ରୀ ଆର୍.ଭି. ସିଂ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ ଷଡଙ୍ଗୀ, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଗଗନ ବିହାରୀ ଧଳ ଓ ଅନ୍ୟାନ୍ୟ ଅଧିକାରୀମାନେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ |

Share in top social networks!
Powered By Indic IME