ଭାଷା ବଂଚିଲେ ଜାତି ବଂଚିବ- ଜୁଏଲ ଓରାମ

jualoramଆଜି ସୁନ୍ଦରଗଡ଼ର ବାଲିଶଙ୍କରା ଭାଟିପଡ଼ା ଠାରେ ଓରାମ ସମାଜ ତରଫରୁ ଦୁଇ ଦିନିଆ ପାଡ଼ହା ଜାଗରଣ ମହାସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଲେ ଯେ, ସମୟର ସହ ତାଳ ଦେଇ ବିଭିନ୍ନ ଭାଷାର ଜ୍ଞାନ ଆହରଣ କରିବା ସହ ନିଜର ମୂଳ ଭାଷାକୁ ଭୁଲିଯିବା ଉଚିତ୍ ନୁହେଁ । ସେଥିପାଇଁ ଆଜି ଭାରତ ବର୍ଷରେ ବହୁ ଆଦିମ ଭାଷା ଲୋପ ପାଇବାକୁ ବସିଲାଣି ।

ତେଣୁ ନିଜର ମୂଳ ଭାଷାକୁ ବଂଚାଇବାକୁ ହେଲେ ଏହିପରି ପାଡ଼ହା ଜାଗରଣ ମହାସଭାର ଆବଶ୍ୟକ ରହିଛି । ଏହାଦ୍ୱାରା ନିଜର ମୂଳଭାଷାର ଆଦାନପ୍ରଦାନ ସହ ନାଚଗୀତ, ସଂସ୍କୃତି ଓ ପରମ୍ପରା ମଜ୍ଭୁତ ହୋଇଥାଏ । ସଭା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କୁ ଶହଶହ ଓରାମ ସମାଜର ଲୋକମାନେ ପାରମ୍ପାରିକ ନୃତ୍ୟ ଓ ଗୀତ ମାଧ୍ୟମରେ ସଭା ପାଖକୁ ପାଛୋଟି ନେଇଥିଲେ ।

ଓରାମ ସମାଜର ସଭାପତି ଶ୍ରୀ ଅନନ୍ତରାମ କୁଜୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦୁଇଦିନିଆ ଅଧିବେଶନରେ ସୁନ୍ଦରଗଡ଼ ବିଜେପି ଜିଲ୍ଲା ସଭାପତି ବଟକିଶୋର ମିଶ୍ର, ରାଜ୍ୟ ଅନୁସୁଚୀତ ଜନଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଶ୍ରୀ ପ୍ରେମସାଗର ଓରାମ, ସୁନ୍ଦରଗଡ଼ ଜିଲ୍ଲା ଉପସଭାପତି ଶ୍ରୀ ଗଣେଷରାମ ମହାଲିଙ୍ଗ, ବାଲିଶଙ୍କର ବ୍ଳକ ସଭାପତି ରବିନ୍ଦ୍ର ପଟେଲ,ଓରାମ ସମାଜର ମଙ୍ଗଲ ଲାକ୍ରା, ସୁରେନ୍ଦ୍ର କୁଜୁର, ଉଦିତ୍ ଖାଲକୋ, ବିଦ୍ୟାନନ୍ଦ ତୀର୍କି, ଗଣେଶ୍ୱର ଓରାମ,ବୁଦ୍ଧିରାମ ଓରାମ, କିଶୋର ମିଂଜି, ବସନ୍ତ କୁଜୁର,ବଳରାମ ବାର୍ଲା, ମନୋରଂଜନ ଓରାମ, ଜଗଦୀଶ କୁଜୁର, ଶ୍ରୀମତୀ ସରିତା କୁଜୁର, ନେହେରୁ କୁଜୁର, ସୁନ୍ଦରମଣି ଆଦି ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ସୁନ୍ଦରଗଡ଼ ସଦର ବ୍ଳକ କଇଁସର ଠାରେ ଶ୍ରୀ ଅରବିନ୍ଦ ବିଦ୍ୟାଳୟ ଏବଂ ଲହଣ୍ଡାବଡ଼ ପଂଚାୟତର ସଲଙ୍ଗାବୁଡ଼ ପଂଚାୟତ ଉଚ୍ଚବିଦ୍ୟାଳକୁ ନିଜ ସାଂସଦ ପାଣ୍ଠିର ଅର୍ଥରେ ନିର୍ମିତ ହୋଇଥିବା ଅତିରିକ୍ତି ଶ୍ରେଣୀଗୃହର ଉଦ୍ଘାଟନ କରିଥିଲେ ।

Share in top social networks!