ବିଜେପି ମହିଳା କର୍ମୀଙ୍କ ଗିରଫ ପ୍ରତିବାଦରେ

12801099_1684351065115237_6833603975282023191_nଗତକାଲି ରାତ୍ରୀରେ ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଯେପରି ଅଗଣତାନ୍ତ୍ରିକ ଭାବରେ ପ୍ରଥମଥର ମହିଳାମାନଙ୍କୁ ରାତି ଅଧରେ ପୋଲିସ ଉଠାଇ ନେଲା ତାହା ଓଡିଶା ରାଜନୈତିକ ଇତିହାସରେ ପ୍ରଥମ ଘଟଣା । ଗୋଟେ ପଟେ ମାଆକୁ ସମ୍ମାନ ସ୍ଲୋଗାନ ଦେଉଥିବା ସରକାର ମାତୃ ଜାତିକୁ ଯେପରି ଅପମାନିତ କରିଛନ୍ତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଭଳି ସମ୍ମାନ ଦେଉଛନ୍ତି ଏ ଘଟଣା ତାହାକୁ ପଦାରେ ପକାଇ ଦେଇଛି ।

ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସି୍ଥତି ବିପର୍ଯସ୍ତସ୍ଥିତି ରେ ଥିଲାବେଳେ ପୋଲିସ ପ୍ରସାଶନ ନିରବଦ୍ରଷ୍ଟା ସାଜି କେବଳ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାପାଇଁ ତତ୍ପରତା ପ୍ରକାଶ କରୁଛି । ବିଜେପି ସମ୍ବଲପୁର ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ଅନ୍ନପୁର୍ଣ୍ଣା ବାରିକଙ୍କ ସହ ୧୫ ଜଣ ମହିଳା କାର୍ଯ୍ୟକର୍ତ୍ତାମାନଙ୍କୁ ଅର୍ଦ୍ଧରାତ୍ରୀରେ ଗିରଫ କରିବା ପ୍ରତିବାଦରେ ଆଜି ଅପରାହ୍ନରେ ରାଜ୍ୟ ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟ କାଯ୍ୟାଳୟରୁ ଶତାଧିକ ମହିଳା ସଭାନେତ୍ରୀ ସୀମନ୍ତୀନି ଜେନାଙ୍କ ଅଧ୍ୟକ୍ଷତାରେ ଏକ ଶୋଭା ଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ୍ ଠାରେ ମୁଖ୍ୟମନ୍ତ୍ରୀଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ ।

ଅନ୍ୟମାନଙ୍କ ସହିତ ରାଜ୍ୟ ସମ୍ପାଦିକା ନିୟତି ଗିରି, ସବିତା ପ୍ରହରାଜ, ସୁଜାତା ବାରିକ, ବନିତା ପଣ୍ଡା, ମିନାକ୍ଷୀ ପ୍ରି୍ରୟଦର୍ଶିନୀ, ଶାନ୍ତି ଲତା ସେଠୀ, ମିନତୀ ବାରିକ, ଉନ୍ନତୀ ପରିଡା, ମାନସୀ ମଂଜରୀ ରାୟ, ପୁନମ୍ ସାହାଣୀ, ଅମୀୟ ଦାଶ, ସନ୍ତୋଷ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!