ଓଡ଼ିଶାର ସାମଗ୍ରିକ ବକାଶ ନିମିତ୍ତ ସ୍ଫୂର୍ତ୍ତିଶୀଳତା ଅପରିହାର୍ଯ୍ୟ

smartଜୀବନସାରା ସମାଜରୁ ନେଇଥିବା ଋଣକୁ ଶୁଝିବା ଲକ୍ଷ୍ୟରେ ପ୍ରତିଷ୍ଠିତ ବରିଷ୍ଠନାଗରିକ ମଂଚ ଗୁରୁଜନପରିଷଦ୍ ପକ୍ଷରୁ ଆଜି ରେଡ଼କ୍ରସ ଭବନଠାରେ ଆୟୋଜିତ ୨୧ତମ ଚିନ୍ତନଚକ୍ରରେ ପରିଷଦ୍ର ସଭାପତି ଶ୍ରୀ କାର୍ତ୍ତିକଚନ୍ଦ୍ର ଚାନ୍ଦ ସଭାପତିତ୍ୱ କରିଥିଲେ । ଏହି ଚିନ୍ତନ ଚକ୍ରକୁ ଉଦ୍ଘାଟନ କରି ପୂର୍ବତନ ମୁଖ୍ୟଶାସନ ସଚିବ ଶ୍ରୀ ସୁଧାଂଶୁ ଭୂଷଣ ମିଶ୍ର କହିଲେ ଯେ ଓଡ଼ିଆଜାତିର ମାନସିକତା କଳୁଷିତ ହୋଇଯାଇଛି । ଯେ ପର୍ଯ୍ୟନ୍ତ ସକାରାତ୍ମକ ଭାବନା ସୃଷ୍ଟି ନ ହୋଇଛି ସେ ପର୍ଯ୍ୟନ୍ତ ଓଡ଼ିଶାର ସାମଗ୍ରିକ ବିକାଶ ସମ୍ଭବ ନୁହେଁ । ଗରୁଜନପରିଷଦ୍ ଏଥିପାଇଁ ନେତୃତ୍ୱ ନେଉ । ଓଡ଼ିଶାର ରୂପାନ୍ତରରେ ବ୍ରତୀ ଆମ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ସୈାମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶାକୁ ସ୍ପୂର୍ତ୍ତିଶୀଳ କରିବାକୁ ହେଲେ ଏକ ନିରବଚ୍ଛିନ୍ନ ଉଦ୍ୟମ ର ଆବଶ୍ୟକତା ରହିଛି । ପରିଷଦ୍ ର ମାର୍ଗଦର୍ଶକ ପୂର୍ବତନ କୂଳପତି ଡ଼. ବିମଳେନ୍ଦୁ ମହାନ୍ତି ଉଦବୋଧନ ଦେଇ କହିଲେ ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିବା ଦ୍ୱାରା ଓଡ଼ିଶାର ଆର୍ଥିକ ଅବସ୍ଥାର ଦ୍ରୃତ ବିକାଶ ହୋଇପାରିବ । ଚିନ୍ତନଚକ୍ରର ପ୍ରମୁଖ ମାର୍ଗଦର୍ଶକ ପୂବତନ ଅର୍ଥ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍ଗୋ ସମବେତ ଗୁରୁଜନ ମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଅନ୍ୟମାନଙ୍କୁ ଦୋଷ ନଦେଇ ବିଜ୍ଞତାର ସହିତ କାର୍ଯ୍ୟ କରିପାରିଲେ ଓଡ଼ିଶାର ବିକାଶ ଅବିଳମ୍ବ ସମ୍ଭବ ହେବ । ଓଡ଼ିଶାର ବୈଷୟିକ ଜ୍ଞାନର ଭିତ୍ତିଭୂମି ସମ୍ପର୍କରେ ବିଶିଷ୍ଟ ବୈଜ୍ଞାନିକ କିଷ୍ଟର ନିଦେ୍ର୍ଦଶକ ଡ଼.ପୟୋଧର ପାଢୀ ସ୍ମାର୍ଟ ଓଡ଼ିଶାର ସାମଗ୍ରୀକ ବିକାଶର ସ୍ୱରୂପ ଉପସ୍ଥାପନ କରିଥିଲେ । ସେ କହିଲେ ଯେ ଆଧୁନିକ ବୈଷୟିକ ଜ୍ଞାନ କୋ÷ଶଳ ମାଧ୍ୟମରେ ଓଡ଼ିଶାକୁ ବିକଶିତ କରାଯାଇପାରିବ । ଉଦ୍ଦୀପ୍ତ ଯୁବଗୋଷ୍ଠୀର ପ୍ରତିନିଧି ଇଂ. କାହ୍ନୁଚରଣ ବେଉରା ଓଡ଼ିଶା କୁ ସମୃଦ୍ଧତମ ରାଜ୍ୟ ଭାବରେ ପରିଣତ କରିବାକୁ ସପ୍ନ , ସଂକଳ୍ପ ଓ ସାଧନା ଉପରେ ଗୁରୁତ୍ୱାରୋପ କରିଥିଲେ । ଶୋଭନୀୟତା ଆନେ୍ଦାଳନର ରାଷ୍ଟି୍ରୟ ସଂଯୋଜିକା ଗୁରୁମା ଅରୁନ୍ଧତୀ ଦେବୀ କଳିଙ୍ଗ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ.ବଦ୍ରିନାଥ ପଟ୍ଟନାୟକ, ପରିଷଦର ଉପସଭାପତି ପୂର୍ବତନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ସ୍ୱରାଜ କୁମାର ମହାନ୍ତି, ଇଂ. ପ୍ରଫୁଲ୍ଲ କୁମାର ରଥ, ଶ୍ରୀ ଅଶୋକ ରଥ, ଶ୍ରୀ ଚନ୍ଦ୍ର ମିଶ୍ର, କଂମାଣ୍ଡର ନନ୍ଦକିଶୋର ସାମଲ, ଡ଼. ଚିତ୍ତରଂଜନ କର, ଜଷ୍ଟିିସ୍ ହୃଦୟ ବଲ୍ଲଭ ଦାସ, ଜଷ୍ଟିସ୍ ଉମାଚରଣ ମିଶ୍ର, ଭାଗୀରଥି ମହାସୁଆର, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଶ୍ରୀ ସୁବାସ ଦାସ, ଶ୍ରୀ ସୁଶାନ୍ତ ସାବତ, ପ୍ରମୁଖ ବିଭିନ୍ନ ଦୃଷ୍ଟିରୁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରକାଶିତ ସ୍ମୃତି ସଂଚିକାକୁ ଉନ୍ମୋଚନ କରିଥିଲେ ଗୁରୁମା ଅରୁନ୍ଧତୀ ଦେବୀ ।
ପ୍ରାରମ୍ଭରେ ପରିଷଦର ମହାସଚିବ ଡ଼. ସଦାନନ୍ଦ ଦୀକ୍ଷିତଃ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ପରେ ଶ୍ରୀମତୀ ଅନୁପମା ଛୋଟରାୟ ଉଦ୍ବୋଧନ ସଂଗୀତ ଗାନ କରିଥିଲେ । ଉପସଭାପତି ତଥା ଅବସରପ୍ରାପ୍ତ ଆଏଏସ୍ ଶ୍ରୀ କରୁଣାକର ପଟ୍ଟନାୟକ ଆଭିମୁଖ୍ୟ ପ୍ରକାଶ କରିଥିଲେ । ପରିଷଦର ଉପସଭାପତି ଶ୍ରୀ ବ୍ରଜମୋହନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଚିନ୍ତନ ଚକ୍ରରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

Share in top social networks!