୨୦୨୦ ସୁଦ୍ଧା ସୁନ୍ଦରଗଡ଼କୁ ଅନ୍ଧତ୍ୱମୁକ୍ତ କରିବାର ପ୍ରତିଶ୍ରୁତିକୁ ଦୋହରାଇଲା ଓସିଏଲ

ocloclଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ, ପୂର୍ବ ଭାରତରେ କାମ କରୁଥିବା ଓସିଏଲ୍ ଇଣ୍ଡିଆ ଲିମିଟେଡ୍, ଡାଲମିଆ ଗ୍ରୁପ୍ର ଫ୍ଲାଗ୍ସିପ୍ କଂପାନି ଏହାର କାରଖାନା ଓ ଖଣି ଆଖପାଖ ଅଂଚଳରେ ଲୋକମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଅନେକ କଲ୍ୟାଣମୂଳକ କାର୍ଯ୍ୟ (ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଜୀବନଜୀବିକା ତାଲିମ, ପାନୀୟ ଜଳ, ଶିକ୍ଷା, କ୍ରୀଡ଼ା ଓ ବୃକ୍ଷରୋପଣ) ହାତକୁ ନେଇଛି । ଦୁର୍ଗମ ଅଂଚଳରେ ଅପ୍ଥାଲମୋଲୋଜିଷ୍ଟଙ୍କ ଅଭାବକୁ ଦୃଷ୍ଟିରେ ରଖି ହାଇଦ୍ରାବାଦର ପ୍ରିମିୟମ୍ ଚକ୍ଷୁ ଚିକିତ୍ସା ପ୍ରଦାନକାରୀ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ୍ ସହଯୋରେ ଲୋକମାନଙ୍କୁ ଉନ୍ନତ ତଥା ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସା ଓ ଅତ୍ୟାଧୁନିକ ଅପଥାଲମୋଲୋଜିଷ୍ଟ୍ ଯୋଗାଇ ଦେବା ପାଇଁ ଓସିଏଲ୍ ଇଣ୍ଡିଆଲିମିଟେଡ୍ ଗତବର୍ଷ ଏହାର ଓସିଏଲ ଚକ୍ଷୁକେନ୍ଦ୍ରଖୋଲିଥିଲା । ଏହାର ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ତହସିଲଦାର ଶୁଭ୍ରବାଳା ବେହେରା, ପୌରାଧ୍ୟକ୍ଷା ସୁଶ୍ରୀତା ପାଇକରାୟ,ସୁନ୍ଦରଗଡ ସି.ଡି.ଏମ୍୍.ଓ. ଡାକ୍ତର ସୁଶୀଲ କୁମାର କର, ଏଲ୍୍.ଭି.ପି.ଆଇ.ର ଡାକ୍ତର ଶ୍ରୀକାନ୍ତ କୁମାର ସାହୁ, ଓସିଏଲ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦେଶକ (ମାନୁଫାକ୍ଚରିଂ) ଗଣେଶ ଜିରକୁଣ୍ଟୱାର, ଏଲଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ୍ର ଉପାଧ୍ୟକ୍ଷ ଡକ୍ଟର ତାରା ପ୍ରସାଦ ଦାସ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷ ଆଡକୁ ସ୍ଥାନୀୟ ବାସିନ୍ଦା ଓ କାରଖାନା ଅଧିକାରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଓସିଏଲଚକ୍ଷୁକେନ୍ଦ୍ରର ଏକ ବର୍ଷ ପୂର୍ତ୍ତି ବିଷୟରେ, ଗଣେଶ ଜିରକୁଣ୍ଟୱାର କହିଛନ୍ତି, “ଆମର ଲୋକ, ବ୍ୟବସାୟ, ଅର୍ଥନୀତି ଓ ଦେଶ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ସୁସ୍ଥ ଓ ନିରନ୍ତର ପରିବେଶ ପାଇଁ ଆମେ ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ୍ ସହ ସହବନ୍ଧିତ ହୋଇଥିବାରୁ ଗର୍ବିତ । ଏକ ସଂସ୍ଥା ଭାବେ ଆମେ ଭାବୁଛୁ ଓ ବିଶ୍ୱାସ କରୁଛୁ ଯେ ଏହା ଆମର ଦୟିତ୍ୱ ଓ ଆମେ ଭାରତର ଏକ ଅଗ୍ରଣୀ କର୍ପୋରେଟ୍ ସଂସ୍ଥା ଭାବେ ସୁସ୍ଥ ପରିବେଶ ଓ ସମାଜ ପାଇଁ କାମ କରୁଛୁ । ରାଜଗାଙ୍ଗପୁର ଓ ସାରା ସୁନ୍ଦରଗଡ଼କୁ ଶ୍ରେଷ୍ଠ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସବୁଠୁ ବିଶ୍ୱାସଯୋଗ୍ୟ ନାମ ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ୍, ହାଇଦ୍ରାବାଦ ସହ କାମ କରିବାର ସୁଯୋଗ ମିଳିବା ଆମ ପାଇଁ ବଡ଼ ସୌଭାଗ୍ୟର ବିଷୟ । ପ୍ରଥମ ବର୍ଷରେ ଏହି ଚକ୍ଷୁକେନ୍ଦ୍ରରେ୧୫ ହଜାର ଆଉଟ ପେସେଂଟ୍ ବିଭାଗର ଓ ଯେଉଁମାନେ ଅସ୍ତ୍ରୋପଚାର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇ ଏକ ନୂତନ ବେଂଚମାର୍କ ସୃଷ୍ଟି କରିପାରିଛି । ଆଜି ଆମେ ଆମ ସ୍ୱପ୍ନର ପ୍ରଥମ ବର୍ଷ ପୂର୍ତ୍ତିର୍ ପାଳନ କରୁଥିବା ବେଳେ ଦୋହରାଉଛୁ ଯେ ୨୦୨୦ ସୁଦ୍ଧା ସୁନ୍ଦରଗଡ଼କୁ ଅନ୍ଧତ୍ୱମୁକ୍ତ ଅଂଚଳରେ ପରିଣତ କରିବୁ ।’’
ଏଲଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ୍ର ଉପାଧ୍ୟକ୍ଷ ଡକ୍ଟର ତାରାପ୍ରସାଦ ଦାସ, କହିଛନ୍ତି, “ଏହି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଓ ମେଡିକାଲ୍ ସେବାର ଅଭାବ ଥିବାରୁ ଓସିଏଲ୍ଚକ୍ଷୁକେନ୍ଦ୍ର ନିଶ୍ଚିତ ଏକ ବରଦାନ । ଏହା ଦ୍ୱାରା ଏହି ଅଂଚଳର ସମସ୍ତଙ୍କ ପାଖରେ ଶ୍ରେଷ୍ଠ ଚକ୍ଷୁ ଚିକିତ୍ସା ସୁବିଧା ପହଂଚି ପାରିଛି । ଅଧିକନ୍ତୁ, ଓସିଏଲ କର୍ତ୍ତୃର୍ପକ୍ଷ ଅନେକ ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଅସ୍ତ୍ରୋପଚାର ସୁବିଧା ଯୋଗାଇ ଦେଇଛନ୍ତି ଯାହା ଏକ ମହତ କାର୍ଯ୍ୟ । ଶ୍ରେଷ୍ଠ ପ୍ରଯୁକ୍ତି, ସେବାର ଉପଲବ୍ଧତା ଓ ବିଶେଷତା ଯୋଗୁ ଆମେ ଓସିଏଲର ଏହି ମହତ କାର୍ଯ୍ୟ ପାଇଁ ସହବନ୍ଧିତ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହି ହସ୍ପିଟାଲ୍ରେ ସମସ୍ତ ଅତ୍ୟାଧୁନିକ ମେଡିକାଲ୍ ଉପକରଣ ଓ ବିଶେଷଜ୍ଞ ଡାକ୍ତର ରହିଛନ୍ତି । ଆଗାମୀ ସମୟରେ ଏହି କେନ୍ଦ୍ର ନିଜର ସ୍ୱତନ୍ତ୍ରତା ଓ ମାନ ଯୋଗୁଁ ସାରା ଦେଶରେ ପରିଚିତ ହେବ ।’’
ଓସିଏଲ ଚକ୍ଷୁକେନ୍ଦ୍ର ଗତବର୍ଷ ୧୫ହଜାର ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିଛି । ମାଗଣା ସର୍ଜରୀ ମଧ୍ୟ ଯୋଗାଇ ଦେଇଛି । ଏହି ସେଂଟର୍ରେ ବ୍ୟାପକ ଚକ୍ଷୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି । ରୋଗୀଙ୍କ ପାଇଁ ଚଷମା କିମ୍ବା କଂଟାକ୍ଟ ଲେନ୍ସ ଦରକାର ନା ନାହିଁ ତାହା ପରୀକ୍ଷା କରାଯାଉଛି । ଶୁଖିଲା ଆଖି, ମୋତିଆବିନ୍ଦୁ, ଗ୍ଲୋକୋମା ଓ ମ୍ୟାକୁ୍ୟଲାର ଡିଜେନେରେସନ୍, ରେଟିନାଲ୍ ରୋଗ ଭଳି ସମସ୍ୟାର ପରୀକ୍ଷା କରାଯାଉଛି । ମଧୁମେହ ଓ ଉଚ୍ଚ ରକ୍ତଚାପ ସହ ଜଡ଼ିତ ସମସ୍ୟାର ମଧ୍ୟ ପରୀକ୍ଷା କରାଯାଉଛି ।

Share in top social networks!