ସୁଫି ଗାୟିକା ହର୍ଷଦୀପ୍ କୌର ଭୁବନେଶ୍ୱରର ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ଏମଟିଭି ସିଜିନ୍ ୫ର ପ୍ରମୁଖ ଆକର୍ଷଣ ସାଜିଲେ

sufiqueenରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ଏମଟିଭି ପକ୍ଷରୁ ଆୟୋଜିତ ହୋଇଥିବା ଏହାର ୫ମ ସିଜିନ୍ରେ ଲୋକପ୍ରିୟ ସୁଫି ଗାୟିକା୍ ହର୍ଷଦୀପ୍ କୌର ପ୍ରମୁଖ ଆକର୍ଷଣ ସାଜିଛନ୍ତି । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ଦର୍ଶକଙ୍କ ମଧ୍ୟରେ ବିଶେଷ ଉତ୍ସାହ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ନାଗପୁର ଠାରେ ହୋଇଥିବାବେଳେ ଗୋଆର ଦର୍ଶକ ଏହି କାର୍ଯ୍ୟକ୍ରମର ତାଳେ ତାଳେ ଝୁମିସାରିଛନ୍ତି ସେହିପରି କୋଲକତରେ ଏହି କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବାବୁ ସକ୍ଷମ ହୋଇଛି ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମ ମୁମ୍ବାଇ, ଇନେ୍ଦାର, ଗୁରୁଗାଓଁ ଏବଂ ବାରାଣସୀ ପ୍ରଭୃତି ସହରଁରେ ଆୟୋଜିତ ହୋଇ ଲୁଧିଆନାରେ ଏକ ଉଦ୍ଦିପନା ସୃଷ୍ଟିକାରୀ ସଙ୍ଗୀତ ସନ୍ଧ୍ୟା ଭାବରେ ଦର୍ଶକଙ୍କୁ ମୋହିତ କରିପାରିଛି । ଭୁବନେଶ୍ୱରରେ ଧମାକାଦାର୍ ସୁଫି ସଙ୍ଗୀତର ଝଲକ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ଆମୋଦିତ କରିପାରିଛନ୍ତି ।
ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ୍ ଏମଟିଭି ଭାରତରେ ଏପରି ଏକ ଅନନ୍ୟ କ୍ଷେତ୍ର ଭାବରେ କାର୍ଯ୍ୟକରିଥାଏ ଯାହାକି ମନୋରଞ୍ଜନ ଶିଳ୍ପର ପ୍ରତିଭା ସମ୍ପନ୍ନ କଳାକାରଙ୍କୁ ପୋଷ୍ଟ ପ୍ରଡକସନ୍ କାର୍ଯ୍ୟକ୍ରମ ବ୍ୟତିରେକ ଲାଇଭ୍ ଶୋ’ ମାଧ୍ୟମରେ ଲୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଜିକାର ଖ୍ୟାତି ସମ୍ପନ୍ନ କଳାକାର ଜିତ୍ ଗାଙ୍ଗୁଲୀ, ସୁଖୱିନ୍ଦର ସିଂହ, ହରିହରନ୍, ଆୟୁଷମାନ ଖୁରାନା, ପପୁନ୍, ସିଦ୍ଧାର୍ଥ ମହାଦେବନ୍ ଏବଂ ସ୍ୱାରର୍ଥମା ପ୍ରଭୃତି ଲୋକଲୋଚନକୁ ଆସି ସେମାନଙ୍କର ସଙ୍ଗୀତର ପ୍ରତିଭାରେ ଦର୍ଶକଙ୍କୁ ବିମୋହିତ କରିପାରିଛନ୍ତି ।
ହର୍ଷଦୀପ୍ କୌର ପ୍ରଚ୍ଛଦପଟ ଗାୟିକା ଭାବରେ ବିଶେଷ ଖ୍ୟାତି ହାସଲ କରିଥିବାବେଳେ ଭୁବନେଶ୍ୱରର ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ୍ ଏମଟିଭି କାର୍ଯ୍ୟକ୍ରମରେ ବଲିଉଡ୍ର ସୁଫି ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛନ୍ତି । ତାଙ୍କର ‘କତିଆକରୁଁ ’, ‘ହୀର୍’, ‘ଜଳତେ ଦିୟା’, ‘କବିରା୍’ ଏବଂ ‘ଇକୋନକାର୍’ ପ୍ରଭୃତି ସୁଫି ସଙ୍ଗୀତ ଉପସ୍ଥିତ ଦର୍ଶକଙ୍କୁ ବିଶେଷ ପସନ୍ଦ ଆସିଥିଲା । ଏହି କାର୍ଯ୍ୟକ୍ରମରେ ଲୋକପ୍ରିୟ କନସର୍ଟ ଏ.ଆର୍ ରହେମାନ୍, ଅମିତ୍ ତ୍ରିବେଦି ଏବଂ ବିଶାଳ ଶେଖର ହର୍ଷଦୀପ୍ଙ୍କୁ ସହାୟତା କରିଥିଲେ ।

ଏହି ଅବସରରେ ପେରନଡ୍ ରିକାର୍ଡ ଇଣ୍ଡିଆର ମାକେର୍ଟିଙ୍ଗ୍ ସହ-ଉପସଭାପତି ରାଜା ବାନାର୍ଜୀ କହିଲେ, “ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ୍ ଏମଟିଭିର ୫ମ ସିଜିନ୍ ଦେଶର ଅସଂଖ୍ୟ ସଙ୍ଗୀତ ପ୍ରେମୀଙ୍କ ହୃଦୟକୁ ଛୁଇଁବାକୁ ସକ୍ଷମ ହୋଇପାରିଛି । ‘ମେକ୍ ଇଟ୍ ପରଫେକ୍ଟ୍’ ସବୁବେଳେ ଆମ୍ଭର ବ୍ରାଣ୍ଡ ଫିଲୋସପି ରହିଛି । ଆମ୍ଭେ ନିରନ୍ତର ଆମ୍ଭର ଶୁଭେଚ୍ଛୁଙ୍କୁ ଅନନ୍ୟ ସଙ୍ଗୀତର ଆନନ୍ଦ ଦେବା ପାଇଁ ପ୍ରତିଶୃତିବଦ୍ଧ ।”

ନାଗପୁର, ଗୋଆ, କୋଲକତା, ମୁମ୍ବାଇ, ଇନେ୍ଦାର, ଗୁରୁଗାଓଁ, ବାରାଣସୀ ଏବଂ ଲୁଧିଆନାରେ ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ୍ ଏମଟିଭିର କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବାବେଳେ ସମ୍ପ୍ରତି ଭୁବନେଶ୍ୱର ପରେ ଗୌହ୍ୱାଟିରେ ଏହାର କାର୍ଯ୍ୟକ୍ରମ ଆୟୋଜିତ ହେବ ।

ସୂଚନା ଯୋଗ୍ୟ ଯେ, ରୟାଲ ଷ୍ଟାଗ୍ ବାରେଲ୍ ସିଲେକ୍ଟ୍ ରୟାଲ୍ ଷ୍ଟାଗ୍ର ଏକ ପ୍ରିମିୟମ୍ ଉ୍ପାଦ । ଏହାର ସ୍ୱାଦ ଗ୍ରାହକଙ୍କୁ ବିଶେଷ ଆମୋଦିତ କରିଥାଏ । ଜୀବନରେ ସ‘ଳତାର ମୂହୂର୍ତ୍ତରେ ରୟାଲ୍ ଷ୍ଟାଗ୍ ସ୍ମୃତିର ଫର୍ଦ୍ଦ ଯୋଡିଥାଏ । ‘ମେକ୍ ଇଟ୍ ପରଫେକ୍ଟ୍’ ସବୁବେଳେ ରୟାଲ ଷ୍ଟାଗ୍ର ବ୍ରାଣ୍ଡ ଫିଲୋସପି ରହିଛି ।

ସେହିପରି ଏମଟିଭି ବିଶ୍ୱର ପ୍ରିମିୟର ଯୁବବର୍ଗଙ୍କ ଉପଯୋଗୀ ଏକ ବ୍ରାଣ୍ଡ୍ ଯାହାକି ବିଭିନ୍ନ ମୁ୍ୟଜିକ୍ ସହିତ ପପ୍ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ । ଏହାର ୩୫ଟି ବର୍ଗର ଅନନ୍ୟ ଉତ୍ପାଦ ରହିଛି । ଏହାର ଖ୍ୟାତି ସମ୍ପନ୍ନ ଉତ୍ପାଦ ମ୍ମରେ ଏମଟିଭି ଲାଇଭ୍ ବିଜନେସ୍, ଏମଟିଭି ଭିଡିଓ ମୁ୍ୟଜିକ୍ ଆୱାର୍ଡ, ଏମଟିଭି ବଲିଲ୍ୟାଣ୍ଡ୍, ଏମଟିଭି ରାଓଡିଜ୍, କୋକ୍ ଷ୍ଟୁଡିଓ ଏମଟିଭି, ଏମଟିଭି ଅନପ୍ଲଗଡ୍, ଏମଟିଭି ରକ୍ ଦି ଭୋଟ୍, ଏମଟିଭି କେସି ଏ ଆରିୟାଁ ପ୍ରଭୃତି ଯୁବବର୍ଗଙ୍କୁ ଆମୋଦିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

Share in top social networks!