ଦେଶର ପ୍ରଥମ : ରାଜ୍ୟ ଔଷଧ ନିଗମ ତରଫରୁ ଔଷଧ ପରିବହନ ଓ ପରିଚାଳନା ନିମନ୍ତେ ଜିପିଏସ୍ ବ୍ୟବସ୍ଥା ସହ ୫୦ଟି ଗାଡି ଚାଲିଲା

medରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଇଥିବା ନିରାମୟ ଯୋଜନାରେ ଯୋଗାଇ ଦିଆଯାଉଥିବା ଔଷଧ ସବୁ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ଉପଲବ୍ଧ କରାଇବା ନିମନ୍ତେ ଓଡିଶା ରାଜ୍ୟ ମେଡିକାଲ ନିଗମ ଜି.ପି.ଏସ୍ ବ୍ୟବସ୍ଥା ଥାଇ ୫୦ ଟି ଗାଡିର ବ୍ୟବସ୍ଥା କରିଛି । ଏହି ଗାଡି ଗୁଡିକ ବିଭିନ୍ନ ଜିଲ୍ଲା ଔଷଧ ଗୋଦାମରୁ ଜିଲ୍ଲାର ବିବଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଔଷଧ ପହଂଚାଇବ । ଏହି ପ୍ରକାର ବ୍ୟବସ୍ଥା ଦେଶର କୌଣସି ରାଜ୍ୟ ସରକାର ବା ସରକାରୀ ନିଗମ ତରଫରୁ କାର୍ଯ୍ୟକାରୀ କରାଯିବା ପ୍ରଥମ । ଆଜି ନିଗମ ପରିସରରେ ଆୟୋଜିତ ଏକ ଉତ୍ସବରେ ଏହି ଗାଡି ଗୁଡିକୁ ବିଭିନ୍ନ ଜିଲ୍ଲାମାନଙ୍କୁ ପଠା ଯାଇଛି । ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ ଏବଂ ନିଗମ ପରିଚାଳନା ନିଦେ୍ର୍ଦଶିକା ରୂପା ମିଶ୍ରଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ରାଜ୍ୟ ଔଷଧ ନିଗମର ପଦାଧିକାରୀମାନେ ଏହି ଗାଡିର ଶୁଭାରମ୍ଭ କରିଥିଲେ । ଦେଶର ଅନ୍ୟାନ୍ୟ ରାଜ୍ୟରେ ଔଷଧ ପରିବହନ ନିମନ୍ତେ ବିଭିନ୍ନ କିସମର ଗାଡି ବ୍ୟବହୃତ ହେଉଛି । କିନ୍ତୁ ଆଜି ନିଗମ ତରଫରୁ ବ୍ୟବସ୍ଥା କରାଯାଇଥିବା ୫୦ ଟି ଯାକ ଗାଡି ଗୋଟିଏ ପ୍ରକାର ଏବଂ ଏକ ପ୍ରକାର ବ୍ରାଣ୍ଡିଂ କରାଯାଇଛି । ନିରାମୟ ଯୋଜନାରେ ଯୋଗାଇ ଦିଆଯାଉଥିବା ଔଷଧକୁ ଏହି ଗାଡି ମାଧ୍ୟମରେ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ଉପଲବ୍ଧ କରାଯିବ । ଏହି ଗାଡି ପ୍ରତି ମାସରେ ରାଜ୍ୟର ୩୭୭ ଟିି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନିଶ୍ଚିତ ଥରେ ଏବଂ ୧୩୦୫ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର , ଅନ୍ୟାନ୍ୟ ଡାକ୍ତରଖାନା ଏବଂ ସହରାଂଚଳ ଡାକ୍ତରଖାନାକୁ ପ୍ରତି ଦୁଇ ମାସରେ ଥରେ ନିଶ୍ଛିତ ଯିବ । ଏହି ବ୍ୟବସ୍ଥା ପାଇଁ ନିଗମ ତରଫରୁ ଖୋଲା ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ସର୍ଭିସ୍ ପ୍ରୋଭାଇଡର ଚୟନ କରାଯାଇଛି । ସଂପୃକ୍ତ ସର୍ଭିସ୍ ପ୍ରୋଭାଇଡର କାର୍ଯ୍ୟକୁ ସେଂଟ୍ରାଲାଇଜ ଭାବେ ତଦାରଖ କରାଯିବା ସହ କାର୍ଯ୍ୟ ଅନୁଯାୟୀ ଅର୍ଥ ପ୍ରଦାନ କରାଯିବ । ସମସ୍ତ ଜିଲ୍ଲା ସଦର ମହକୁମାରେ ରହିବ ବୋଲି ନିଗମ ପରହିଚାଳନା ନିଦେ୍ର୍ଦଶିକା ରୂପା ମିଶ୍ର ସୂଚନା ଦେଇଛନ୍ତି ।
ଶ୍ରୀମତୀ ମିଶ୍ର କହିଛନ୍ତି ଯେ ପୂର୍ବରୁ ଔଷଧ ଠିକାଣା ଭାବେ ଡାକ୍ତରଖାନା ମାନଙ୍କରେ ଉପଲବ୍ଧ ହୋଇପାରୁନଥିଲା । କାରଣ ସେ ସବୁ କେତେ ବେଳେ କେଉଁ ଗାଡିରେ ଯାଉଥିଲା , କିଏ କେତେ ବେଳେ ନେଉଥିଲା , କେତେ ପରିମାଣର ନେଉଥିଲା ସେ ସବୁର ହିସାବ ରହିପାରୁନଥିଲା । କିନ୍ତୁ ବର୍ତମାନ ସେ ଅସୁବିଧା ଦୁର ହୋଇପାରିବ । ନିର୍ଦ୍ଧିଷ୍ଟ ଭାବେ କେଉଁ ଦିନ କେଉଁ ଗାଡିରେ କେତେ ପରିମାଣର ଔଷଧ କେଉଁ ଡାକ୍ତରଖାନାକୁ ପଠାଗଲା ସେ ସବୁର ସଠିକ୍ ହିସାବ ରହି ପାରିବ ।

ପ୍ରକାଶ ଥାଉକି ରାଜ୍ୟରେ ଗତ ୨୦୧୫ ମଇ ମାସରୁ ନିରାମୟ ଯୋଜନା ଆରମ୍ଭ ହୋଇଛି । ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ରୋଗୀମାନଙ୍କୁ ମାଗଣାରେ ଔାଷଧ ଯୋଗାଇ ଦେବା ନିମନ୍ତେ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ଗତ ମଇ ମାସରୁ ଚଳିତ ବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ପ୍ରାୟ ୫୩,୨୩,୦୪୭ ଜଣ ରୋଗୀ ଉପକୃତ ହୋଇଛନ୍ତି । ନିଗମ ତରଫରୁ ଆବଶ୍ୟକତା ଔଷଧ ତାଲିକା ( ଇ.ଡି.ଏଲ୍ ) ମୋଟ ୫୭୦ ପ୍ରକାର ଔଷଧ ମଧ୍ୟରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କୁ ୨୯୭ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କୁ ୪୭୮ ଏବଂ ମେଡିକାଲ କଲେଜ ଓ ହସପିଟାଲ ଗୁଡିକୁ ୫୭୦ ପ୍ରକାର ଔଷଧ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତିତ କର୍କଟ ରୋଗର ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି । ବର୍ତମାନ ସୁଦ୍ଧା ୪୨୧ ପ୍ରକାର ଔଷଧ କିଣାଯିବା ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ଔଷଧ ଯୋଗାଇବାକୁ ସଂପୃକ୍ତ କମ୍ପାନୀ ଗୁଡିକୁ ଅର୍ଡର ଦିଆଯ୍ଧବଥିବା ବେଳେ ୩୫୭ ପ୍ରକାର ଔଷଧ ମିଳି ସାରିଲାଣି । ସଂପୃକ୍ତ କମ୍ପାନୀ ଔଷଧ ଯୋଗାଇ ଦେବା ପରେ ସେ ସବୁର ନମୂନା ସଂଗ୍ରହ କରାଯାଇ ଗୁଣବତା ପରୀକ୍ଷା କରାଯାଇ ବ୍ୟବହାର ନିମନ୍ତେ କୁହାଯାଉଛି । ଆସନ୍ତା ୩ ମାସ ମଧ୍ୟରେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅଆନୁଷ୍ଠାନମାନଙ୍କରେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ଔଷଧ ଉପଲବ୍ଧ ହେବ ବୋଲି ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି । ଡାକ୍ତରମାନେ ଲେଖୁଥିବା ନିଦାନ ଚିଠା ଅଡିଟ୍ ଏବଂ ରୋଗୀଙ୍କୁ ଡାକ୍ତରଖାନାରୁ ଔଷଧ ମିଳିବା ଉପରେ ମଧ୍ୟ ବିଭାଗ ତରଫରୁ ଗୁରୁତ୍ୱ ଆରୋପ କରାଯାଇ ନିଦେ୍ର୍ଦଶନାମା ପଠାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ଏନ୍.କେ.ଦାସ , ଯୁଗ୍ମ ସଚିବ ସୁରଜିତ୍ ଦାଶ , ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକ ଡାଃ ଚିତରଞ୍ଜନ ନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ

Share in top social networks!