କୃଷି ବିପଣନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ନିମନ୍ତେ ରାଷ୍ଟ୍ରୀୟ କୃଷି ବିପଣନ ସଂସ୍ଥା ସହିତ ରାଜିନାମା ସ୍ୱାକ୍ଷରିତ

ରାଷ୍ଟ୍ରୀୟ କୃଷି ବିପଣନ ସଂସ୍ଥା ସହିତ ରାଜିନାମା ସ୍ୱାକ୍ଷର ଓଡ଼ିଶାରେ କୃଷିଜାତ ଦ୍ରବ୍ୟର ବିକି୍ରବଟା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଏହାଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇ ପାରିବେ ବୋଲି ସମବାୟ, ଅବକାରୀ ମନ୍ତ୍ରୀ ଡା. ଦାମୋଦର ରାଉତ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ସଚିବାଳୟଠାରେ ସମବାୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥ#ବା ଚୌଧୁରୀ ଚରଣ ସିଂ ରାଷ୍ଟ୍ରୀୟ କୃଷି ବିପଣନ ସଂସ୍ଥା, ଜୟପୁର ସହିତ ରାଜ୍ୟ ସରକାରଙ୍କ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଅବସରରେ ମନ୍ତ୍ରୀ ଡା. ରାଉତ କହିଲେ ଯେ ଅଧ#କାଂଶ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥ#ବାରୁ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ଉଚିତ ପ୍ରାପ୍ୟ ନ ପାଇଲେ କୃଷି କାର୍ଯ୍ୟ ପ୍ରତି ଆଗ୍ରହ ହ୍ରାସ ପାଇବ । କୃଷି ଉତ୍ପାଦନ ତଥା ବିପଣନ କ୍ଷେତ୍ରରେ ଘଟୁଥ#ବା ନୂତନ ଘଟଣା ପ୍ରତି ସଚେତନ କରାଇବା ସହିତ କୃଷିକୁ ଲାଭଜନକ କରିବା ସହିତ କୃଷକମାନଙ୍କ ଅର୍ଥନୈତିକ ଉନ୍ନତି ରାଷ୍ଟ୍ରୀୟ କୃଷି ବିପଣନ ସଂସ୍ଥାର ସେବା, ସହଯୋଗ ଓ ପରାମର୍ଶ ନେବା ପାଇଁ ରାଜ୍ୟ ସରକାର ସ୍ଥିର କରି ଏହି ସଂସ୍ଥା ସହିତ ରାଜିନାମା ସ୍ୱାକ୍ଷର କରିଛନ୍ତି । ଏହି ରାଜିନାମା ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଏହାଦ୍ୱାରା ଓଡ଼ିଶାର କୃଷି କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆସିବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଥ#ଲେ ।
ରାଜିନାମା ପତ୍ରରେ ରାଷ୍ଟ୍ରୀୟ କୃଷି ବିପଣନ ସଂସ୍ଥାର ମହାନିର୍ଦ୍ଦେଶକ ଶ୍ରୀମତୀ ଇରିନା ଗର୍ଗ ସ୍ୱାକ୍ଷର କରିଥ#ବା ବେଳେ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ପକ୍ଷରୁ ନିର୍ଦ୍ଦେଶକ, କୃଷି ବିପଣନ ତଥା ସଦସ୍ୟ ସଚିବ ଶ୍ରୀ ପ୍ରେମାନନ୍ଦ ଖୁଣ୍ଟିଆ ସ୍ୱାକ୍ଷର କରିଥ#ଲେ । ସ୍ୱାକ୍ଷରିତ ରାଜିନାମା ଅନୁଯାୟୀ ରାଜ୍ୟର ପ୍ରମୁଖ ବଜାରଗୁଡ଼ିକର ରାଷ୍ଟ୍ରୀୟ କୃଷି ବଜାର ସହ ସଂଯୋଗୀକରଣ ହୋଇପାରିବ । ରାଜ୍ୟରେ ଉତ୍ପାଦିତ ହେଉଥ#ବା ପ୍ରମୁଖ ଫସଲର ବିକି୍ରବଟା ପାଇଁ ବିଶେଷ ଯୋଜନା ପ୍ରଣୟନ କରାଯିବ । କୃଷକ ଓ କୃଷି ବିପଣନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କାର୍ଯ୍ୟକ୍ରମ କରାଯିବ । ଏଥ#ସହିତ କୃଷିଜାତ ଦ୍ରବ୍ୟର ଗୁଣ ଓ ମାନ ନିର୍ଦ୍ଧାରଣ କରାଯାଇ ଚାଷୀମାନେ ଯେପରି ଉଚିତ୍ ମୂଲ୍ୟ ପାଇ ପାରିବେ ସେଥ#ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯିବ । ଉତ୍ପାଦିତ ଦ୍ରବ୍ୟକୁ ସଠିକ୍ ଭାବରେ ସାଇତା ରଖାଯିବା ପାଇଁ ଗୋଦାମ ଗୃହର କର୍ମଚାରୀ ପ୍ରଶିକ୍ଷଣ ନେବା ସହିତ କୃଷି ବିପଣନ ନିର୍ଦ୍ଦେଶାଳୟ ଏବଂ କୃଷି ବିପଣନ ପରିଷଦରେ ମାନବ ସମ୍ବଳ ବିକାଶ ନିମନ୍ତେ ପଦକ୍ଷେପ ନିଆଯିବ । ରାଜ୍ୟର କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥ#ବା ଏବଂ ବର୍ତ୍ତମାନର ପ୍ରତିଦ୍ୱନ୍ଦିତାମୂଳକ ପରିସ୍ଥିତିରେ ଚାଷୀମାନଙ୍କ ଦ୍ୱାରା ଅଧ#କ ଉତ୍ପନ୍ନ କରାଯାଉଥ#ବା ବିଭିନ୍ନ କୃଷିଜାତ ଦ୍ରବ୍ୟର ସଠିକ୍ ବିକି୍ରବଟା କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ଏହି ରାଜିନାମା ସହାୟକ ହେବ ବୋଲି ରାଜିନାମା ସ୍ୱାକ୍ଷର ଅବସରରେ ଉପସ୍ଥିତ କୃଷି ଓ ସମବାୟ ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋଜ ଆହୁଜା ଆଶା ବ୍ୟକ୍ତ କରିଥ#ଲେ ।
ଏହି ଅବସରରେ ଚୌଧୁରୀ ଚରଣ ସିଂ ରାଷ୍ଟ୍ରୀୟ କୃଷି ବିପଣନ ସଂସ୍ଥା ଓ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ବହୁ ବରିଷ୍ଠ ଅଧ#କାରୀ ଉପସ୍ଥିତ ଥ#ଲେ ।

Share in top social networks!