ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ମତ୍ସ୍ୟ ଅଧ#କାରୀମାନେ ନିଷ୍ଠାପର ଉଦ୍ୟମ କରନ୍ତୁ-ମନ୍ତ୍ରୀ ଶ୍ରୀ ମହାରଥୀ

ରାଜ୍ୟର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷ ଆଣିବା ପାଇଁ ମତ୍ସ୍ୟ ଅଧ#କାରୀମାନେ ନିଷ୍ଠାପର ଉଦ୍ୟମ କରୁଛନ୍ତି । ସେମାନଙ୍କ ପ୍ରଚେଷ୍ଟାର ଫଳସ୍ୱରୂପ ଆମ ରାଜ୍ୟର ମତ୍ସ୍ୟ ଉତ୍ପାଦନ ବଢ଼ିଛି । ସଂପ୍ରସାରଣ ସେବା କ୍ଷେତ୍ରରେ ଉତ୍କର୍ଷ ଆଣି ନିଜର ବୈଷୟିକ ଜ୍ଞାନକୁ ପରିବର୍ଦ୍ଧିତ କରି ଏହି ଆସୋସିଏସନ୍ର ସଦସ୍ୟମାନେ ମତ୍ସ୍ୟ ଉତ୍ପାଦନ, ଉତ୍କୃଷ୍ଟ ମାନର ମାଛ ଯାଆଁଳ ଉତ୍ପାଦନ, ଜଳାଶୟରେ ମତ୍ସ୍ୟଚାଷର ଅଭିବୃଦ୍ଧି, ମଧୁର ଚିଙ୍ଗୁଡ଼ି ଓ ଲୁଣି ଚିଙ୍ଗୁଡ଼ିର ଉତ୍ପାଦନ, ମତ୍ସ୍ୟଚାଷ କାର୍ଯ୍ୟକ୍ରମରେ ବିବିଧତା ଓ ଏଲ୍. ଭେନାମାଇ କଲ୍ଚର ଇତ୍ୟାଦି ପଦକ୍ଷେପ ନେଇଛନ୍ତି । ରାଜ୍ୟର ମତ୍ସ୍ୟ ରପ୍ତାନୀକୁ ୨୦୦୦ କୋଟି ଟଙ୍କାରେ ପହଞ୍ଚାଇବାରେ ମତ୍ସ୍ୟ ଅଧ#କାରୀମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ମତପ୍ରକାଶ କରିଛନ୍ତିା
ଆଜି ଓଡ଼ିଶା ଫିସେରିଜ୍ ସର୍ଭିସ୍ ଆସୋସିଏସନ୍ର ଷଷ୍ଠ ବାର୍ଷିକ ସାଧାରଣ ଅଧ#ବେଶନ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ମହାରଥୀ କହିଲେ ଯେ ଦୀର୍ଘ ୨୧ ବର୍ଷ ତଳେ ୧୯୯୫ ମସିହାରେ ପ୍ରତିଷ୍ଠା ହୋଇଥ#ଲା ଓଡ଼ିଶା ଫିସେରିଜ୍ ସର୍ଭିସ୍ ଆସୋସିଏସନ୍ ଓ ୧୯୯୬ ମସିହାରେ ଏହା ଗୃହ ବିଭାଗ ଦ୍ୱାରା ପଞ୍ଜିକୃତ ହୋଇଥ#ଲା । ସେତେବେଳେ ଏହାର ସଦସ୍ୟ ସଂଖ୍ୟା ଥ#ଲା ମାତ୍ର ୯୫ । ମତ୍ସ୍ୟ ବିଭାଗର ବୈଷୟିକ କ୍ୟାଡର ପୁନର୍ଗଠିତ ହେଲା ପରେ ଏହି ଆସୋସିଏସନ୍ର ସଦସ୍ୟ ସଂଖ୍ୟା ବର୍ତ୍ତମାନ ୬୧୨ରେ ପହଞ୍ଚିଛି । ସମସ୍ତ ସହକାରୀ ମତ୍ସ୍ୟ ଅଧ#କାରୀ, ଅତିରିକ୍ତ ମତ୍ସ୍ୟ ଅଧ#କାରୀ, ଜିଲ୍ଲା ମତ୍ସ୍ୟ ଅଧ#କାରୀ, ମତ୍ସ୍ୟ ଉପନିର୍ଦ୍ଦେଶକ, ମତ୍ସ୍ୟ ଯୁଗ୍ମ ନିର୍ଦ୍ଦେଶକ, ମତ୍ସ୍ୟ ଅତିରିକ୍ତ ନିର୍ଦ୍ଦେଶକ ଓ ବୈଷୟିକ ମତ୍ସ୍ୟ ନିର୍ଦ୍ଦେଶକଙ୍କ ସମେତ ଗ୍ରୁପ୍-ଏ ଓ ଗ୍ରୁପ୍-ବି ମତ୍ସ୍ୟ ଅଧ#କାରୀମାନେ ଏହି ଆସୋସିଏସନ୍ର ସଦସ୍ୟ । ବ୍ଲକ୍, ଜିଲ୍ଲା, ଜୋନ୍ ଓ ରାଜ୍ୟସ୍ତରରେ ଆପଣମାନେ ଅବସ୍ଥାପିତ ହୋଇ ମତ୍ସ୍ୟଚାଷ କ୍ଷେତ୍ରରେ ଉତ୍କର୍ଷ ଆଣିପାରିଛନ୍ତିା
ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶା ମତ୍ସ୍ୟନୀତି ଘୋଷଣା କରିଛନ୍ତି । ମତ୍ସ୍ୟନୀତି ପ୍ରଣୟନ କରିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ଓଡ଼ିଶା ମତ୍ସ୍ୟନୀତି ରାଜ୍ୟକୁ ଜଳଜ ଉନ୍ନୟନ ଏବଂ ମତ୍ସ୍ୟ ସଂପ୍ରସାରଣ ସହିତ ଖାଦ୍ୟ ନିରାପତ୍ତା ସୁରକ୍ଷା, ମତ୍ସ୍ୟଜୀବୀଙ୍କ ଜୀବିକା, ସାମାଜିକ ନିରାପତ୍ତା ଏବଂ ନୂତନ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଅଗ୍ରଣୀ କରିବା ପାଇଁ ଉଦ୍ଦିଷ୍ଟା ରାଜ୍ୟର ମତ୍ସ୍ୟ ଉତ୍ପାଦନକୁ ୨୦୨୦ ସୁଦ୍ଧା ଦ୍ୱିଗୁଣିତ କରିବା ପାଇଁ ଏବଂ ରାଜ୍ୟର ମତ୍ସ୍ୟଚାଷୀଙ୍କୁ ଜୀବିକା ଯୋଗାଇ ଦେବା ଲକ୍ଷ୍ୟରେ ଏହା ପ୍ରସ୍ତୁତ କରାଯାଇଛି । ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟଜାତ ଦ୍ରବ୍ୟ ରପ୍ତାନି ପାଇଁ ନୂତନ ସୁଯୋଗ ସୃଷ୍ଟି ଏବଂ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତିକରଣ ଏବଂ ଘରୋଇ ଉଦ୍ୟୋଗର ସହଭାଗିତାକୁ ଉତ୍ସାହିତ କରାଯାଇଛି । ରାଜ୍ୟରେ ପ୍ରଚଳିତ କାର୍ଯ୍ୟକ୍ରମଗୁଡ଼କ ମାଧ୍ୟମରେ ନୂତନ ଜଳଭାଗ ସୃଷ୍ଟି ଦ୍ୱାରା ଏବଂ ନୂତନ କ୍ଲଷ୍ଟର ଓ ନୂତନ ଉଦ୍ୟୋଗୀକରଣ ଦ୍ୱାରା ନିଯୁକ୍ତି ସୃଷ୍ଟି କରାଯିବ । ରାଜ୍ୟର ଜଳଭଣ୍ଡାରଗୁଡ଼ିକରେ ଉନ୍ନତ ଯାଆଁଳ ଗଚ୍ଛିତ କରି ଉତ୍ପାଦନ ବୃଦ୍ଧି କରାଯିବ ଏବଂ ଖାରିପାଣି ଚାଷ ପାଇଁ ସରକାରୀ ଜମିକୁ ଦୀର୍ଘମିଆଦୀ ଲିଜ୍ ସୂତ୍ରରେ ପ୍ରଦାନ ଦ୍ୱାରା ଖାରିପାଣି ଚାଷର ଉନ୍ନତି ସାଧ#ତ ହେବ । ଏହି ମତ୍ସ୍ୟନୀତି ମତ୍ସ୍ୟ ବିକାଶ କ୍ଷେତ୍ରରେ ସୁସଂହତ ଅଭିବୃଦ୍ଧି ହାସଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ଭୂମିକା ନେବ । ଏଥ#ନିମନ୍ତେ ଏକ ସମନ୍ୱିତ ଓ ଶୃଂଖଳିତ କାର୍ଯ୍ୟକ୍ରମ ହାତକୁ ନେବା ଜରୁରୀ । ମତ୍ସ୍ୟ ଅଧ#କାରୀମାନେ ଏଥ#ରେ ମୁଖ୍ୟ ଭୁମିକା ନେବେ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ପ୍ରକାଶ କରିଛନ୍ତିା
ସମ୍ମାନିତ ଅତିଥ# ଭାବେ ଯୋଗଦେଇ ବିଭାଗୀୟ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ, ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀ ପରିବାରର ସାମାଜିକ ସୁରକ୍ଷା ଓ ନିରାପତ୍ତା ପାଇଁ ବହୁ ଯୋଜନା ମତ୍ସ୍ୟ ଅଧ#କାରୀମାନଙ୍କ ଯୋଗୁଁ ସଫଳ ହୋଇପାରିଛିା ୫ ଲକ୍ଷ ମତ୍ସ୍ୟଜୀବୀମାନଙ୍କୁ ମୋବାଇଲ୍ ଫୋନ୍ ଜରିଆରେ ସୂଚନା ପ୍ରେରଣ କରିବା ସେମାନଙ୍କ ଯୋଗୁଁ ସମ୍ଭବ ହୋଇପାରିଛିା ଆମର ମତ୍ସ୍ୟ ରପ୍ତାନୀକୁ ୧୦ ହଜାର କୋଟି ଟଙ୍କାରେ ପହଞ୍ଚାଇବା ମତ୍ସ୍ୟ ଅଧ#କାରୀମାନଙ୍କ ଲକ୍ଷ୍ୟ ହେବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତିା
ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ପି. କ୍ରିଷ୍ଣମୋହନ ଅନ୍ୟତମ ଅତିଥ# ରୂପେ ଯୋଗଦେଇ କହିଲେ ଯେ, ମତ୍ସ୍ୟଜୀବୀମାନଙ୍କ ବିକାଶ ପାଇଁ ମତ୍ସ୍ୟ ବିଭାଗ ସୃଷ୍ଟି କରାଯାଇଥ#ବାରୁ ସେମାନଙ୍କ କଲ୍ୟାଣ ସାଧନ ମତ୍ସ୍ୟ ଅଧ#କାରୀମାନଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତା ସମସ୍ତ ଦାବି ପୂରଣ କରିଥ#ବାରୁ ସଂଘର ସାଧାରଣ ସଂପାଦକ ଶ୍ରୀ ରାଧାଶ୍ୟାମ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥ#ଲୋ ସଂଘର ସଭାପତି ଶ୍ରୀ ପ୍ରତାପ ରଞ୍ଜନ ରାଉତ ମନ୍ତ୍ରୀ ଶ୍ରୀ ମହାରଥୀ, ସଚିବ ଶ୍ରୀ ସେଠୀ ଓ ନିର୍ଦ୍ଦେଶକ ଶ୍ରୀ ମୋହନଙ୍କୁ କୃତଜ୍ଞତା ଜ୍ଞାପନ କରିଥ#ଲୋ
ସଂଘର ଯୁଗ୍ମ ସଚିବ ଶ୍ରୀ ଗୌତମ ରଞ୍ଜନ ବୋଷ ଧନ୍ୟବାଦ ଦେଇଥ#ଲୋ ପୂର୍ବରୁ ସଂଘର ସ୍ମରଣିକା ମୁଖ୍ୟଅତିଥ# ଶ୍ରୀ ମହାରଥୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥ#ଲାା

Share in top social networks!