ମାର୍ଚ୍ଚ ୫ରୁ ବର୍ଷ ତମାମ ବିଜୁ ଜନ୍ମ ଶତବାର୍ଷିକୀ, ବିଜୁବାବୁଙ୍କ ନାମରେ ଆଇଜରକୁ ନାମିତ କରିବା ପାଇଁ ପ୍ରସ୍ତାବ

ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଉପଲକ୍ଷେ ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ୍ସ୍ତର, ଉପଖଣ୍ଡସ୍ତର, ଜିଲ୍ଲାସ୍ତର, ରାଜ୍ୟସ୍ତର, ଜାତୀୟସ୍ତର ଓ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ୫ ତାରିଖଠାରୁ ବର୍ଷ ତମାମ ପାଳନ କରାଯିବ ବୋଲି ଆଜି ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛିା ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠିତ ହେବାକୁ ଥ#ବା “ଆଇଜର୍’କୁ ବିଜୁବାବୁଙ୍କ ନାମରେ ନାମିତ କରାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯିବାକୁ ବୈଠକରେ ସ୍ଥିର କରାଯାଇଛିା
ଏହି ଉପଲକ୍ଷେ ଏକ ସ୍ମାରକୀ ମୁଦ୍ରା ୫ ତାରିଖ ଦିନ ଉନ୍ମୋଚିତ ହେବା ବିଜୁ ପଟ୍ଟନାୟକ ଫଟୋଚିତ୍ର ସମ୍ବଳିତ ଏକ ରଙ୍ଗୀନ କ୍ୟାଲେଣ୍ଡର ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ପ୍ରସ୍ତୁତ କରାଯାଇ ସମସ୍ତ ପଞ୍ଚାୟତ, ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟମାନଙ୍କୁ ଦିଆଯିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଜୁବାବୁଙ୍କ ଜୀବନୀ କୃତିତ୍ୱ ସମ୍ବଳିତ ବୃତ୍ତଚିତ୍ର ପ୍ରସ୍ତୁତ କରାଯିବା ଭୁବନେଶ୍ୱର ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ରାଉରକେଲା ପରିସରରେ ବିଜୁବାବୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ଏବଂ ରାଉରକେଲାଠାରେ ବିଜୁବାବୁଙ୍କ ନାମରେ ଏକ ପାର୍କ ପ୍ରତିଷ୍ଠା ହେବା ବିଜୁବାବୁଙ୍କ ଜୀବନୀ ଓ କୃତି ସମ୍ବଳିତ ଏକ ଫଟୋ ପ୍ରଦର୍ଶନୀ ପୃଥକ ପୃଥକ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହେବା ସଂସ୍କୃତି ବିଭାଗ ପକ୍ଷରୁ ବିଜୁବାବୁଙ୍କ ସଂପର୍କିତ ଓଡ଼ିଆ ଓ ଇଂରାଜୀରେ ପୁସ୍ତକ ପ୍ରକାଶିତ ହେବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ କଫି-ଟେବୁଲ ପୁସ୍ତକ ପ୍ରକାଶ ପାଇବା ରାଜ୍ୟର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରବନ୍ଧ, ତର୍କ, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜନ କରାଯିବା ବିଜୁବାବୁଙ୍କୁ ନେଇ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ପୁସ୍ତିକା ପ୍ରକାଶ କରାଯିବା ରାଜ୍ୟ ସଂଗ୍ରହାଳୟରେ “ବିଜୁ କର୍ଣ୍ଣର’ ପ୍ରତିଷ୍ଠା ହେବା ସହିତ ଭୁବନେଶ୍ୱରରେ “ବିଜୁ ମେମୋରିଆଲ୍’ ଭବନ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଆଲୋଚିତ ହୋଇଥ#ଲାା ଓଡ଼ିଶା ଭାଷାଭାଷୀମାନେ ରହୁଥ#ବା ଦେଶର ବିଭିନ୍ନ ସ୍ଥାନ ଯଥା ମୁମ୍ବାଇ, କୋଲକାତା, ଦିଲ୍ଲୀ, ସୁରଟ, ବାଙ୍ଗାଲୁରୁ ଆଦି ସ୍ଥାନରେ ମଧ୍ୟ ଅର୍ଥପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛିା ୧୯୯୨ ମସିହାରେ ହୋଇଥ#ବା ବାଲିଯାତ୍ରା ଭଳି ଏକ ଦୁଃସାହସିକ କାର୍ଯ୍ୟକ୍ରମର ପୁନଃଆୟୋଜନ ଲାଗି ବୈଠକରେ ମତ ପ୍ରକାଶ ପାଇଥ#ଲାା କ୍ରୀଡା ବିଭାଗ ତରଫରୁ ମିନି ମାରାଥନ୍ ସମେତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବା
ଏହି ବୈଠକରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଲାଲ ବିହାରୀ ହିମିରିକା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ, ପଞ୍ଚାୟତିରାଜ ଓ ଆଇନ୍ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂଜୟ କୁମାର ଦାସ ବର୍ମା, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଅର୍ଥ) ଆର୍. ବାଲକ୍ରିଷ୍ଣନ୍ ଓ ଅନ୍ୟାନ୍ୟ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥ#ଲୋ
ସଂସ୍କୃତି ତଥା ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କମିଟିର ଆବାହକ ଭାବେ ପ୍ରାରମ୍ଭିକ ସୂଚନା ଦେଇଥ#ଲୋ

Share in top social networks!