ରଣପୁର ଗାଁରେ ରେଡକ୍ରସ ପରିବାର ପରାମର୍ଶ ଗୋଷ୍ଠୀ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

redcroissଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର, ପରିବାର ପରାମର୍ଶ କେନ୍ଦ୍ର ତରଫରୁ ସ୍ଥାନୀୟ ରଣପୁର ଗାଁରେ ପରିବାର ପରାମର୍ଶ ସଚେତନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଣପୁର ଗାଁର ସ୍ଥାନୀୟ ଯୁବକ, ଯୁବତୀ ଓ ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ଶାଖା ରେଡକ୍ରସ ସୋସାଇଟିର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ଗାଁରେ ଘଟୁଥିବା ପରିବାରର ବିଭିନ୍ନ ସମସ୍ୟା ଓ ତାର ନିରାକରଣ ସଂପର୍କରେ ଉଦ୍ବୋଧନ ଦେଇ ପାରସ୍ପରିକ ବୁଝାମଣା ମାଧ୍ୟମରେ ରେଡକ୍ରସ ସହାୟତାରେ ପରିବାରର ସମସ୍ୟା ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଶାଖା ରେଡକ୍ରସ ସୋସାଇଟିର ଅବୈତନିକ ଯୁଗ୍ମ ସଚିବ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମାହୁନ୍ତ, ପରିବାର ପରାମର୍ଶ କେନ୍ଦ୍ରର ଭୂମିକା ଓ ଦାୟିତ୍ୱ ସଂପର୍କରେ ବିଶଦ୍ଭାବରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବରେ ପରିବାର ପରାମର୍ଶ କେନ୍ଦ୍ରର ସବ୍କମିଟି ସଦସ୍ୟା ତଥା ଆଇନଜୀବି ଶ୍ରୀମତୀ ହରପ୍ରିୟା ସାମନ୍ତରାୟ ଉକ୍ତ କାର୍ଯ୍ୟକୁ ଆଗେଇ ନେବାପାଇଁ ପରାମର୍ଶ ଦେଇଥିଲେ ।
ଏହାପରେ ପରାମର୍ଶ ଦାତ୍ରୀ ଦ୍ୱୟ ପରିବାର ପରାମର୍ଶ କେନ୍ଦ୍ର ଦ୍ୱାରା ପରିବାର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମତାନ୍ତର, କଳହ, ଯୌତୁକ ଜନିତ ସମସ୍ୟା ହିଂସା ଆଦି କ୍ଷେତ୍ର ଏବଂ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ସମବେତ ମହିଳାମାନଙ୍କ ସହ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ପରିବାର ପରାମର୍ଶ କେନ୍ଦ୍ରର ପରାମର୍ଶଦାତ୍ରୀ ବିଜୟଲକ୍ଷ୍ମୀ କର ଓ ପ୍ରୀତିପ୍ରଜ୍ଞା ଦାଶ ପରିଚାଳନା କରିଥିଲେ ।

Share in top social networks!