ନାଲ୍‌କୋ ଷ୍ଟାର୍ଟ୍‌-ଅପ୍‌ ସମ୍ମାନ ଘୋଷିତ

nalcoteamନବରତ୍ନ ଉଦ୍ୟୋଗ ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପକ୍ଷରୁ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଷ୍ଟାର୍ଟ୍‌-ଅପ୍‌କୁ ସମ୍ମାନିତ କରିବା ନିମନ୍ତେ ଏକ ରାଜ୍ୟସ୍ତରୀୟ ପୁରସ୍କାର ଘୋଷଣା କରାଯାଇଛି । ନାଲ୍‌କୋର ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ । ଟେଲିଗ୍ରାଫ୍‌ ଏବଂ ଇନ୍‌ଫୋକମ୍‌ ଦ୍ୱାରା ଆୟୋଜିତ ବ୍ୟବସାୟ-ପ୍ରଯୁକ୍ତି-ନେତୃତ୍ୱ ସମ୍ମିଳନୀ ଆଡ୍‌ଭାଣ୍ଟେଜ୍‌ ଓଡ଼ିଶାର ଦ୍ୱିତୀୟ ସଂସ୍କରଣରେ ଯୋଗ ଦେଇ ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଠାରେ ଏହି ସମ୍ମିଳନୀର ଉଦ୍‌ଘାଟନ କରିଥିଲେ ।
ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଭୁବନେଶ୍ୱର ଦେଶର ଅନ୍ୟତମ ଅଗ୍ରଣୀ ସହର ଭାବେ ପରିଗଣିତ ହୋଇଛି । ବିଗତ କିଛି ବର୍ଷ ମଧ୍ୟରେ ଏହା ଇନ୍‌ଫୋସିସ୍‌, ଟିସିଏସ୍‌, ୱିପ୍ରୋ ଏବଂ ଟେକ୍‌ ମହିନ୍ଦ୍ରା ଭଳି ପ୍ରମୁଖ ଆଇଟି ସଂସ୍ଥାଗୁଡ଼ିକୁ ଏଠାରେ କାର୍ଯ୍ୟାରମ୍ଭ କରିବା ପାଇଁ ଆକୃଷ୍ଟ କରିପାରିଛି । ଓଡ଼ିଶା ମଧ୍ୟ ଏହି ଉଦ୍ୟୋଗଗୁଡ଼ିକର ବିକାଶ ନିମନ୍ତେ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରୁଛି ।
ସଂପ୍ରତି ସମଗ୍ର ଦେଶରେ ଚାଲିଥିବା ବିକାଶର ଧାରାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେଉଛି । ବିଶ୍ୱ ବ୍ୟାଙ୍କ୍‌ର ଇଜ୍‌-ଅଫ୍‌-ଡୁଇଂ-ବିଜ୍‌ନେସ୍‌ ଇଣ୍ଡେକ୍ସରେ ରାଜ୍ୟ ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ମାନ୍ୟତା ପାଇଛି । ଏହି ପରିପ୍ରେକ୍ଷୀରେ, ଅଭିବୃଦ୍ଧିର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସବୁ ବର୍ଗରୁ ଉଦ୍ୟମ ହେବା ଆବଶ୍ୟକ ଏବଂ ଏଥିରେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଦ୍ୟୋଗଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଡ. ଚାନ୍ଦ କହିଛନ୍ତି । ଆହୁରି ମଧ୍ୟ, ଓଡ଼ିଶାରେ ୪୫୦ରୁ ଉଦ୍ଧ୍ୱର୍ ଇଞ୍ଜିନିୟରିଂ ଓ ମ୍ୟାନେଜ୍‌ମେଣ୍ଟ କଲେଜ୍‌ ତଥା ଡିପ୍ଲୋମା ଓ ଆଇ.ଟି.ଆଇ. ପ୍ରତିଷ୍ଠାନ ସଂପ୍ରତି ଦକ୍ଷ ମାନବସମ୍ବଳର ଉସô ପାଲଟିଛନ୍ତି । ଅଧିକନ୍ତୁ, ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ୍‌ ସିଟୀ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିବା ଦ୍ୱାରା ରାଜ୍ୟ ଅଧିକ ଲାଭାନ୍ୱିତ ହେବ ବୋଲି ଡ. ଚାନ୍ଦ ମତ ପ୍ରକାଶ କରିଛନ୍ତି । ଖଣିଜ ଏବଂ ଜଳ ଉସôରେ ସମୃଦ୍ଧ ହେବା ସହ ଓଡ଼ିଶାରେ ଗମନାଗମନ ଓ ପରିବହନ ନିମନ୍ତେ ସୁଦୃଢ ସଡ଼କ, ରେଳ ଓ ବନ୍ଦର ବ୍ୟବସ୍ଥା ରହିଛି । ଓଡ଼ିଶାରେ ସଡ଼କ ପଥର ସାନ୍ଦ୍ରତା ଜାତୀୟ ହାରହାରି ପରିମାଣ ଠାରୁ ଅଧିକ ହୋଇଥିବା ବେଳେ ରେଳ କ୍ଷେତ୍ରରେ ରାଜ୍ୟ ଜାତୀୟ ସ୍ତର ସହ ସମାସ୍କନ୍ଧ ହୋଇପାରିଛି । ସଂପ୍ରତି ସଂସଦରେ ଉପସ୍ଥାପିତ ରେଳ ବଜେଟ୍‌ରେ ରାଜ୍ୟ ପାଇଁ ଗତ ଆର୍ଥôକ ବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ ଅନୁଦାନ ଧାର୍ଯ୍ୟ କରାଯାଇଛି, ଯାହା କି ରାଜ୍ୟର ପ୍ରଗତିରେ ସହାୟକ ହେବ । ଏହି ସବୁ ସୁଯୋଗ ଏବଂ ସମ୍ଭାବନା ସହ ରାଜ୍ୟରେ ଶିଳ୍ପାୟନ ଏବଂ ନୂତନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଏକ ଉପଯୁକ୍ତ ବାତାବରଣ ସୃଷ୍ଟି ହୋଇଛି । ଏକ ପ୍ରଦୂଷଣମୁକ୍ତ ସହର ହେବା ସହ ଭୁବନେଶ୍ୱରରେ ଆଇନଶୃଙ୍ଖଳା ବ୍ୟବସ୍ଥା ଅତ୍ୟନ୍ତ ଉକôୃଷ୍ଟ ହୋଇଥିବାରୁ ଏହା ଉଦ୍ୟୋକ୍ତାମାନଙ୍କୁ ପ୍ରୋସôାହିତ କରୁଛି ବୋଲି ଡ. ଚାନ୍ଦ ମତ ପ୍ରକାଶ କରିଛନ୍ତି ।
ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଆଇଟି ବିଭାଗର ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ପାହ୍ୟା) ଶ୍ରୀ ପ୍ରଣବ ପ୍ରକାଶ ଦାସ, ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଆଇଟି ବିଭାଗର ସଚିବ ଶ୍ରୀ ପି.କେ. ଜେନା, ମହାନଦୀ କୋଲ୍‌ଫିଲ୍ଡ୍‌ସର ଅଧ୍ୟକ୍ଷ ଶ୍ରୀ ଏ.କେ. ଝା ଏବଂ ସଫ୍ଟୱେୟାର୍‌ ଟେକ୍ନୋଲୋଜୀ ପାର୍କ୍‌ସ ଅଫ୍‌ ଇଣ୍ଡିଆର ନିଦେ୍ର୍ଦଶକ ଡ. ଓଂକାର ରାଏ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!