ଜାତୀୟ ମାନବ ସମ୍ବଳ ନେଟ୍ୱର୍କ ପକ୍ଷରୁ ଡବ୍ଲୁ୍ୟପାୱାରର ତୃତୀୟ ସଂସ୍କରଣ ଆୟୋଜିତ

karଜାତୀୟ ମାନବ ସମ୍ବଳ ବିକାଶ ନେଟୱର୍କ ପକ୍ଷରୁ ଭୁବନେଶ୍ୱରଠାରେ ଫେବୃଆରୀ ୧୯ ତାରିଖ ଦିନ ଡବ୍ଲ୍ୟପାୱାର ବାର୍ଷିକ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ଆୟୋଜିତ ହୋଇଯାଇଛି । ଉଭୟ ପୁରୁଷ ଓ ମହିଳା କର୍ମଚାରୀ ଓ ପେସାଦାରଙ୍କୁ ଲକ୍ଷ୍ୟ ରଖି, ଡବ୍ଲ୍ୟ ପାୱାର ତରଫରୁ ସମ୍ପ୍ରତି କାର୍ଯ୍ୟକ୍ଷେତ୍ରରେ ଲିଙ୍ଗ ବିବିଧତା ଓ ଅର୍ନ୍ତଭୁକ୍ତତାକୁ ପ୍ରଭାବିତ କରୁଥିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆଲୋଚିତ ହୋଇଥିଲା । ଚଳିତ ବର୍ଷ ଡବ୍ଲୁ୍ୟ ପାୱାର ତରଫରୁ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କୁ ପ୍ରଭାବିତ କରୁଥିବା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଓ ବିତର୍କ କରିବାକୁ ଚେଷ୍ଟା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ପ୍ରତିଷ୍ଠିତ ଓକିଲ ଶ୍ରୀମତି ରେବିକା ଜୋନ୍ ପୁରୁଷ ଓ ମହିଳା ମିଳିମିଶି କାର୍ଯ୍ୟ କରିବା, ପସନ୍ଦ କରିବା ଏବଂ ନିଷ୍ପତ୍ତି ନେବାରେ ପରସ୍ପରର ଅଧିକାରୀ, ଦାୟିତ୍ୱ ଓ ଭୂମିକାକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେହିପରି ଏହି ଅବସରରେ ଉଦ୍ବୋଧନ ଦେଇ ଟାଟା ଷ୍ଟିଲ ମାନବ ସମ୍ବଳ ବିଭାଗର ଭାଇସ ପ୍ରେସିଡେଣ୍ଟ ଶ୍ରୀ ସୁରେଶ ଦତ୍ତ ତ୍ରୀପାଠୀ ଅନ୍ୟର ଦୃଷ୍ଟିକୋଣରୁ ବିଚାର କରିବା ବଞ୍ଚô ରହିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ କହିବା ସହିତ ଉଭୟ ପୁରୁଷ ଓ ମହିଳାଙ୍କୂ ପରସ୍ପରର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ରହିବାକୁ ପରାମର୍ଶ ଦେଇଥିଲେ ।

ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଯଥା ନୁ୍ୟ ଇଣ୍ଡିଆନ୍ ଏକ୍ସପ୍ରେସ୍ର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ସମ୍ପାଧର କାମଥ, ସିଏଟ୍ କମ୍ପାନୀର ସିଏଚ୍ଆର ଓ ସିନିୟର ଭିପି ଶ୍ରୀ ଦେବୀପ୍ରସାଦ ଦାସ ଓ ବଜାଜ ଗ୍ରୁପ୍ (ପାୱାର ବିଜନେସ୍) ମାନବ ସମ୍ବଳ ବିଭାଗର ପ୍ରେସିଡେଣ୍ଟ ଡଃ ଏସ୍.କେ ମହାପାତ୍ର ନିଜର ଅନଭୁବ ଓ ପରିପ୍ରେକ୍ଷୀ ବିଷୟରେ ଆଲୋଚନା କରିଥିଲେ । ଇନ୍ଫୋସିସ୍ର ଶିକ୍ଷା ଓ ବିକାଶ ବିଭାଗର ଶ୍ରୀମତି ସିମରନ୍ ମେହେନ୍ ମଧ୍ୟ ନିଜ ମତ ରଖିଥିଲେ ।
ଏହାପରେ ଲେଟ୍ସ ପ୍ଲେ ଟ୍ରୁ ଅର ଫଲ୍ସ: କାର୍ଯ୍ୟକ୍ଷେତ୍ରରେ ନିଜକୁ ପ୍ରମାଣିତ କରିବା ପାଇଁ ମହିଳାମାନଙ୍କୁ ଆହୁରି ଅଧିକ କାର୍ଯ୍ୟଦକ୍ଷ ହେବାକୁ ପଡିବ- ଉପରେ ବିଶାରଦଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ବିଶାରଦ ମଣ୍ଡଳୀଙ୍କ ମଧ୍ୟରେ ଇଷ୍ଟର୍ଣ୍ଣ ଟୁର ଓ ଟ୍ରାଭେଲ୍ସର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ପ୍ରତିଷ୍ଠାତା ସଙ୍ଘମିତ୍ରା ଜେନା, ଆମ୍ବେଦକର ଚେୟାର ପ୍ରଫେସର ଅଫ୍ ସୋସିଆଲ ୱାର୍କ (ଏନ୍ଆଇଏସ୍ଡବ୍ଲୁ୍ୟଏଏସ୍ଏସ୍) ର ଶ୍ରୀମତି ଶସ୍ମି ନାୟକ, ଭୁବନେଶ୍ୱର ଆଇଏମ୍ଆଇର ପ୍ରଫେସର ସୁପ୍ରିତି ମିଶ୍ର ଥିବାବେଳେ ବକୁଳ ସଂସ୍ଥାର ପ୍ରତିଷ୍ଠାତା ଓ ସମ୍ପାଦକ ଶ୍ରୀ ସୁଜିତ ମହାପାତ୍ର ଏହାକୁ ସଂଚାଳନା କରିଥିଲେ ।

ସେହିପରି ଏକ ପ୍ରାସଙ୍ଗିକ ବିଷୟ ଦି କ୍ୱୋଶ୍ଚିନ୍ ନୋ ୱାନ୍ ଆସକସ୍ : କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା (ପ୍ରତିରୋଧ, ନିଷିଦ୍ଧିତା ଓ ପ୍ରତିକାର) ଅଧିନିୟମ ୨୦୧୩: ନୂଆ ନିୟମ କଣ କହୁଛି- ଏହା ଉପରେ ପୂର୍ବତନ ରାଜ୍ୟ ମହିଳା କମିଶନ ସଦସ୍ୟ ନମ୍ରତା ଚଢା, ମଧ୍ୟମ ଜୁଭେଲାଇନ୍ ଜଷ୍ଟିସ୍ ବୋର୍ଡ଼ର ସଦସ୍ୟ ଓ ସଭାପତି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟଳୟର ଅତରିକ୍ତ ସରକାରୀ ଓକିଲ ଶ୍ରୀ ଶାସ୍ୱତ ପଟ୍ଟନାୟକ ଆଲୋଚନା ଓ ବିତର୍କ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲାଲଚାନ୍ଦ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ହଂସ ଶ୍ରୀମତି ବାସନ୍ତୀ ଲୋହାର, ଶ୍ରୀମତି ସାରଦା ଲାହାଙ୍ଗିର, ଡଃ ପ୍ରଜ୍ଞା ଭାରତୀ ଓ ଶ୍ରୀମତି ସ୍ନେହା ମିଶ୍ରଙ୍କୁ ଦିଭା ପୁରସ୍କାରରେ ସମ୍ମାନିତ କରିଥିଲେ । ନାଲକୋର ନିଦେ୍ର୍ଦଶକ (ବାଣିଜ୍ୟ) ଶ୍ରୀମତି ସୋମା ମଣ୍ଡଳ ଉଦ୍ୟାପନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ, ପ୍ୟାନ୍ ଇଣ୍ଡିଆ ସ୍ତରର ଶିଳ୍ପ ସଂସ୍ଥାର ୭୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

ଜାତୀୟ ମାନବ ସମ୍ବଳ ବିକାଶ ନେଟୱର୍କ ଭାରତୀୟ ମାନବ ସମ୍ବଳ ପେସାଦାରଙ୍କ ଏକ ମୁଖ୍ୟ ସଂସ୍ଥା । ଭାତରୀୟ ମାନବ ସମ୍ବଳ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ପ୍ରଫେସର ଟିଭି ରାଓ ଏବଂ ଡଃ ଉଦୟ ପାରେକ୍ ଏହି ସଂସ୍ଥାକୁ ୩୦ ବର୍ଷ ତଳେ ପ୍ରତିଷ୍ଠା କରିଥିଲେ । ଏହି ସଂସ୍ଥାର ୩୦ରୁ ଅଧିକ ଶାଖା ଓ ୧୨,୫୦୦ ସଦସ୍ୟ ଅଛନ୍ତି । ରାଜ୍ୟର ମାସବ ସମ୍ବଳ ପେସାଦାର ଓ ବୁହତ୍ ସ୍ତରରେ ଥିବା ପେସାଦାରଙ୍କ ପ୍ରତି ଭୁବନେଶ୍ୱରର ଏହି ଶାଖା ପ୍ରତିଶ୍ରୁତିବଦ୍ଧ । ଜାତୀୟ ମାନବ ସମ୍ବଳ ବିକାଶ ସଂସ୍ଥା ଦ୍ୱାରା ମାନ୍ୟତାପ୍ରାପ୍ତ ଶାଖା ମଧ୍ୟରୁ ଏହା ଅନ୍ୟତମ । ୨୦୧୪-୧୫ରେ ଜାତୀୟ ମାନବ ସମ୍ବଳ ବିକାଶ ସଂସ୍ଥାର ଜାତୀୟ ସମ୍ମିଳନୀରେ ଏହି ଶାଖାକୁ ଶ୍ରେଷ୍ଠ ଶାଖାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

Share in top social networks!